ମୁମ୍ବାଇ: କୋରୋନା ସଙ୍କଟ ସମୟରେ ସୁପରହିରୋ ସାଜି ଦେଶବାସୀଙ୍କ ସେବା କ୍ରମାଗତ ଭାବେ କରିଆସୁଛନ୍ତି ହ୍ୟାଣ୍ଡସମ ଆକ୍ଟର ସୋନୁ ସୁଡ । ଗରିବ ଓ ପ୍ରବାସୀଙ୍କୁ ନିଜ ନିଜ ଘରେ ସୁରକ୍ଷିତ ପହଞ୍ଚାଇବା ଠୁ ନେଇ ରୋଜଗାର ଯୋଗାଇ ଦେବା ପର୍ଯ୍ୟନ୍ତ ସେ ସବୁ କାମରେ ଲିପ୍ତ ଅଛନ୍ତି । ଏବେ ପୁଣି ସେ ମହାନ କାର୍ଯ୍ୟ କରି ଚର୍ଚ୍ଚାରେ । ଯାହାର ପ୍ରଶଂସା ସବୁ ମହଲରେ ଦେଖିବାକୁ ମିଳୁଛି । ଆଜ୍ଞା ହଁ, ସେ 20 ହଜାର ପ୍ରବାସୀ ଶ୍ରମିକଙ୍କୁ ଦିଲ୍ଲୀର ନୋଏଡାରେ ଘର ଅଫର କରିଛନ୍ତି ।
ଏହି କଥାର ସୂଚନା ସେ ଟ୍ବିଟରରେ ସମସ୍ତଙ୍କୁ ଦେଇଛନ୍ତି । ସୋନୁ ଏକ ପୋଷ୍ଟ କରି ଲେଖିଛନ୍ତି, ‘20 ହଜାର ପ୍ରବାସୀ ଶ୍ରମିକଙ୍କ ପାଇଁ ଘର ନିର୍ମାଣ କରିବା କାର୍ଯ୍ୟ ନ୍ୟାସନାଲ ଆସୋସିଏସନ ଫର ଏଲିଭେଶନ କଣ୍ଟ୍ରାକ୍ଟରର ଅଧ୍ୟକ୍ଷ ଲଲିତ ଠୁକରାଲଙ୍କ ସହ ମିଶି 24 ଘଣ୍ଟା କାମ କରିବୁ ।’