ଓଡିଶା

odisha

By

Published : Dec 15, 2020, 10:53 AM IST

ETV Bharat / sitara

ଅକ୍ଷୟଙ୍କ ସହ ପ୍ରଥମଥର କମେଡି ତଡକା ଲଗାଇବେ ପଙ୍କଜ

‘ବଚ୍ଚନ ପାଣ୍ଡେ’ରେ ସାମିଲ ହେଲେ ଆଉ ଜଣେ ଷ୍ଟାର । ନିକଟରେ ଅର୍ଶଦ ସାମିଲ ହୋଇଥିବା ବେଳେ ଏବେ ଫିଲ୍ମରେ ସାଇନ କରିଛନ୍ତି ପଙ୍କଜ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଏଥର ପରଦାରେ ଖିଲାଡି ଅକ୍ଷୟ କୁମାରଙ୍କ ସହ ଜମିବ ଲୋକପ୍ରିୟ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଯୋଡି । କାରଣ ଅକ୍ଷୟଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ବଚ୍ଚନ ପାଣ୍ଡେ’ରେ ସାମିଲ ହୋଇଛନ୍ତି ପଙ୍କଜ । ନିକଟରେ ଏହି ଫିଲ୍ମରେ ବି-ଟାଉନର ସର୍କିଟ ମଧ୍ୟ ସାମିଲ ହୋଇଥିଲେ । ଯାହାକୁ ନେଇ ଏକ୍ସାଇଟେଡ ଦର୍ଶକ । ହେଲେ ପ୍ରଥମଥର ଅକ୍ଷୟ ଓ ପଙ୍କଜ ଏକାଠି ଏହି ଫିଲ୍ମରେ ଦେଖାଯିବେ । ଆସନ୍ତା ବର୍ଷ ଫିଲ୍ମର ସୁଟ୍ଂ ଆରମ୍ଭ କରିବେ ପଙ୍କଜ ବୋଲି ସୂଚନା ଦେଇଛନ୍ତି ମେକର୍ସ ।

ସେହିପରି ଅକ୍ଷୟଙ୍କ ସହ ‘ବଚ୍ଚନ ପାଣ୍ଡେ’ରେ ରୋମାନ୍ସ କରିବେ ସୁନ୍ଦରୀ ଅଭିନେତ୍ରୀ କିର୍ତ୍ତୀ ସାନନ । ପ୍ରଡକ୍ସନ୍ ହାଉସର ମୁଖପାତ୍ର ନିଶ୍ଚିତ କରିଛନ୍ତି ଯେ ଜାନୁଆରୀରୁ ଫିଲ୍ମ ସୁଟିଂ ଆରମ୍ଭ କରିବେ କିର୍ତ୍ତୀ, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡେଜ ଏବଂ ଅର୍ଶଦ । ସାଜିଦ ନାଦିଆଦୱାଲଙ୍କ ପ୍ରଯୋଜନାରେ ପୂର୍ବରୁ ପଙ୍କଜ ‘ସୁପର 30’ ଫିଲ୍ମରେ କାମ କରିସାରିଛନ୍ତି ।

ଯଦି ପଙ୍କଜଙ୍କ ବିଷୟରେ କଥା ହେବା ତାହାଲେ ନିକଟରେ ତାଙ୍କ ପପୁଲାର ୱେବ ସିରିଜ ‘ମିର୍ଜାପୁର 2’ ଓ ଫିଲ୍ମ ‘ଲୁଡୋ’ ରିଲିଜ ହୋଇଥିଲା । ଯାହାକୁ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକ । ସେପଟେ ଅକ୍ଷୟଙ୍କ ହରର କମେଡି ଡ୍ରାମା ଫିଲ୍ମ ‘ଲକ୍ଷ୍ମୀ’ ମଧ୍ୟ ନିକଟରେ ରିଲିଜ ହୋଇଥିଲା ।

ABOUT THE AUTHOR

...view details