ଓଡିଶା

odisha

By

Published : Nov 5, 2020, 8:58 AM IST

ETV Bharat / sitara

ଦୁର୍ନୀତିଗ୍ରସ୍ତ ରାଜନେତା ସାଜିବେ ଅଭିଷେକ

ଘୋଷଣା ହୋଇଯାଇଛି ଅଭିଷେକଙ୍କ ଆଗାମୀ ଫିଲ୍ମ ‘ଦଶବି’ । ବ୍ୟାକ ଟୁ ବ୍ୟାକ ଫିଲ୍ମ ନେଇ ଫେରିବେ ସେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ବି-ଟାଉନର ଜୁନିୟର ବଚ୍ଚନ ଅଭିଷେକ ନିର୍ମାତା ଅନୁରାଗ ବାସୁଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘ଲୁଡୋ’ରେ ନଜର ଆସିବେ । ନିକଟରେ ଏହି ଫିଲ୍ମର ଦମଦାର ଟ୍ରେଲର ରିଲିଜ କରାଯାଇଥିଲା । ଆଉ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ଫିଲ୍ମ । ଏହା ବ୍ୟତୀତ ଅଭିଷେକଙ୍କ ଅନ୍ୟ ଫିଲ୍ମ ‘ଦଶବି’ର ମଧ୍ୟ ଘୋଷଣା ହୋଇଯାଇଛି । ଯାହାକୁ ନେଇ ଏକ୍ସାଇଟେଡ ଫ୍ୟାନ୍ସ । ଏହି ଫିଲ୍ମରେ ଅଭିଷେକଙ୍କ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିବ ।

ଆଜ୍ଞା ହଁ, ସେ ଜଣେ ଦୁର୍ନୀତିଗ୍ରସ୍ତ ରାଜନେତା ଭୂମିକାରେ ନଜର ଆସିବେ। ସିଲଭର ସ୍କ୍ରିନରେ ରାଜନୀତି କରିବେ ସେ । ଚର୍ଚ୍ଚା ଜୋର ଧରିଛି ଯେ ଅଭିଷେକଙ୍କ ରାଜନେତା ଅବତାର ପରଦାରେ ଦେଖିବାକୁ ଉତ୍ସାହିତ ଅଛନ୍ତି ଦର୍ଶକ।

ପ୍ରକାଶ ଥାଉକି ଫିଲ୍ମର ପ୍ରଯୋଜନା ଦାୟିତ୍ବ ଦିନେଶ ବିଜାନ କରିବେ । ଆଉ ପରଦାରେ ଅଭିଷେକଙ୍କ ସହ ସୁନ୍ଦରୀ ଅଭିନେତ୍ରୀ ୟାମି ଗୌତମ ଓ ନୁସରତ କୌର ରୋମାନ୍ସ କରିବେ । ଏହି ଫିଲ୍ମ ବ୍ୟତୀତ ଅଭିଷେକ ଖୁବଶୀଘ୍ର ‘ବିଗ ବୁଲ’ରେ ମଧ୍ୟ ଦେଖାଯିବେ ।

ସେହିପରି ଏବର୍ଷ ଓଟିଟି ପ୍ଲାଟଫର୍ମରେ ପଦାର୍ପଣ କରିଛନ୍ତି ସେ। ନିକଟରେ ରିଲିଜ ହୋଇଥିବା ପପୁଲାର ୱେବ ସିରିଜ ‘ବ୍ରେଥ: ଇନ ଟୁ ଦ ସ୍ୟାଡୋଜ’ରେ ତାଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଛି । ଯାହାଦ୍ବାର ସିରିଜ ଦର୍ଶକଙ୍କ ମନ କିଣିବାରେ ସଫଳ ହୋଇଛି।

ABOUT THE AUTHOR

...view details