ଓଡିଶା

odisha

ETV Bharat / sitara

ବ୍ୟାକ ଟୁ ବ୍ୟାକ ଆକ୍ସନ ଫିଲ୍ମ ନେଇ ଫେରିବେ ଟାଇଗର - ଟାଇଗର ଶ୍ରଫଙ୍କ ଆଗାମୀ ଫିଲ୍ମ ବାଗି 4

ପୁଣି ପରଦାରେ ଟାଇଗରଙ୍କ ଦମଦାର ଆକ୍ସନ ସିନ ଦେଖିବାକୁ ମିଳିବ । ଖୁବଶୀଘ୍ର ଆସିବ ତାଙ୍କ ଆକ୍ସନ ଫିଲ୍ମ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

By

Published : Oct 29, 2020, 4:08 PM IST

ମୁମ୍ବାଇ: ବଲିଉଡର ଆକ୍ସନ ଷ୍ଟାର ଟଇଗର ଶ୍ରଫ ନିଜ ଆଗାମୀ ପ୍ରୋଜେକ୍ଟକୁ ନେଇ ଚର୍ଚ୍ଚାରେ । ସେ ଖୁବଶୀଘ୍ର ‘ବାଗି 4’ ଓ ‘ହିରୋପନ୍ତୀ 2’ରେ ନଜର ଆସିବେ । ଦୁଇ ଫିଲ୍ମ ପାଇଁ ପାଖାପାଖି ସେ 25ଟି ଦେଶରେ ସୁଟିଂ କରିବେ। ସେହିପରି ଫିଲ୍ମ ‘ହିରୋପନ୍ତୀ 2’ର ସୁଟିଂ ଡିସେମ୍ବରରେ ଆରମ୍ଭ ହେବ।

ଏହାର ସୂଚନା ଦେଇ ଟାଇଗର ଟ୍ବିଟରେ କହିଛନ୍ତି, ‘ଦୁଇଟି ଫ୍ରାଞ୍ଚାଇଜି, ‘ଗୋଟିଏ ଇମୋଶନ । ହିରୋପନ୍ତୀ 2 ଓ ବାଗି 4 । ହିରୋପନ୍ତୀର ସୁଟିଂ ଶୀଘ୍ର ଆରମ୍ଭ ହେବ । ବାଗି 4 ସୂଚନା ପାଇଁ ଅପେକ୍ଷା କରନ୍ତୁ । ସାଜିଦ ନାଦିୟାଦିୱାଲାଙ୍କ ସହ ପୁଣି ଥରେ ।’

ପ୍ରକାଶ ଥାଉକି ‘ବାଗି 4’ର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇବେ ଫେମସ ନିର୍ମାତା ଅହମ୍ମଦ ଖାନ । ଯିଏ ଏହାପୂର୍ବରୁ ‘ବାଗି 2’ ଓ ‘3’ର ମଧ୍ୟ ନିର୍ଦ୍ଦେଶନା କରିଥିଲେ । ଫିଲ୍ମ ବ୍ୟତୀତ ଟଇଗର ନିଜ ମ୍ୟୁଜିକ ଆଲବମ ‘ଅନବିଲିଭେବଲ’ର ନୂଆ ଭର୍ସନ ସେ ଜଲଦି ନେଇ ଫେରିବେ। ଯାହାର ସୂଚନା ସେ ଏହାର ଟିଜର ଭିଡିଓ ଜାରି କରି ଫ୍ୟାନ୍ସଙ୍କୁ ନିକଟରେ ଦେଇଥିଲେ। ଖାଲି ଏତିକି ନୁହେଁ ଏହି ମ୍ୟୁଜିକ ଭିଡିଓ ଜରିଆରେ ଟାଇଗର ସଙ୍ଗୀତ ଦୁନିଆରେ ପଦାର୍ପଣ କରିଛନ୍ତି ।

ABOUT THE AUTHOR

...view details