ନୂଆଦିଲ୍ଲୀ: ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ବର୍ତ୍ତମାନ ନିଜର ଆଗାମୀ ଫିଲ୍ମ ବ୍ରହ୍ମାସ୍ତ୍ରକୁ ନେଇ ଚର୍ଚ୍ଚାରେ । ମନାଲୀରେ ଫିଲ୍ମ ସୁଟିଂ କରୁଛନ୍ତି ବିଗ ବି । ଆୟନ ମୁଖାର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ପ୍ରଥମଥର ଆଲିୟା ଭଟ୍ଟ ଓ ରଣବୀର କପୁରଙ୍କ ସହ କାମ କରିବେ ଅମିତାଭ। ଏହାବ୍ୟତୀତ ସେ ଇମରାନ ହାସମୀଙ୍କ ଫିଲ୍ମ ‘ଚେହରେ’ ରେ ମଧ୍ୟ ନଜର ଆସିବ ଆସିବାକୁ ଯାଉଛନ୍ତି । ଯାହାକୁ ନେଇ ଉତ୍ସାହିତ ତାଙ୍କ ପ୍ରଶଂସକ ।
ଇତିମଧ୍ୟରେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ନୈରାଶ୍ୟଜନକ ଖବର ସାମ୍ନାକୁ ଆସିଛି । ହୁଏତଃ ଏହି ଖବରଟି ଶୁଣି ଦୁଃଖି ହୋଇଯିବେ ଫ୍ୟାନ୍ସ । ଆଜ୍ଞା ହଁ, ଶୁଣିବାକୁ ମିଳୁଛି ଯେ ବଲିଉଡରୁ ଖୁବ୍ ଶୀଘ୍ର ରିଟାୟରମେଣ୍ଟ ନେଇପାରନ୍ତି ଅମିତାଭ। ଏକଥା ଆମେ କହୁନାହୁଁ, ଏହା ତାଙ୍କ ବ୍ଲଗରୁ ଜଣାପଡିଛି । ସୁଟିଂରେ ବ୍ୟସ୍ତ ଥିବା 'ବିଗ ବି' କିଛି ଏଭଳି ସଙ୍କେତ ଦେଇଛନ୍ତି । ସେ ତାଙ୍କ ବ୍ୟକ୍ତିଗତ ବ୍ଲଗରେ ଫିଲ୍ମ ଇଣ୍ଟଷ୍ଟ୍ରିରୁ ସନ୍ନ୍ୟାସ ନେବେ ବୋଲି ଉଲ୍ଲେଖ କରିଛନ୍ତି ।