ଓଡିଶା

odisha

By

Published : Jul 15, 2020, 12:40 PM IST

ETV Bharat / sitara

ଆଶ୍ଚର୍ଯ୍ୟକର ଟ୍ବିଟ କରି ନିର୍ମାତାଙ୍କ ଚିନ୍ତା ବଢାଇଲେ ଶେଖର

ବର୍ତ୍ତମାନ ଚର୍ଚ୍ଚାରେ ଶେଖର କପୁର । ଏଥର ସେ ଫିଲ୍ମ ବିଜନେସ ଉପରେ ଏକ ବୟାନ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶେଖର କପୁର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶେଖର କପୁର

ମୁମ୍ବାଇ: କୋରୋନା ଭାଇରସ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରି ପ୍ରଭାବିତ ହୋଇଛି। ବଲିଉଡକୁ କୋରୋନା ପାଇଁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି। ଅନଲକ ପ୍ରକ୍ରିୟା ଆରମ୍ଭ ହେବା ପରେ ଏବେ ଷ୍ଟାର୍ସ ଧିରେ ଧିରେ ନିଜ କାମକୁ ଫେରୁଛନ୍ତି । ହେଲେ ସିନେମାଘର ବନ୍ଦ ଥିବାରୁ ମେକର୍ସ ନିଜର କୌଣସି ବି ଫିଲ୍ମ ରିଲିଜ କରିପାରୁନାହାଁନ୍ତି । ଯାହା ପାଇଁ ଓଟିଟି ପ୍ଲାଟଫର୍ମରେ ଫିଲ୍ମ ରିଲିଜ କରିବାକୁ ଅନେକ ମେକର୍ସ ନିଷ୍ପତ୍ତି ନେଇଛନ୍ତି । ଇତିମଧ୍ୟରେ ଫେମସ ନିର୍ମାତା ଶେଖର କପୁର ଏମିତି ଏକ ବୟାନ ଦେଇଛନ୍ତି। ଯାହା ଶୁଣି ଅନ୍ୟ ନିର୍ମାତା ଚିନ୍ତାରେ ଆସିଯିବେ। ତେବେ ଆସନ୍ତୁ ଜାଣିବା କଣ କହିଛନ୍ତି ଶେଖର...

ସେ ଟ୍ବିଟରରେ ଏକ ପୋଷ୍ଟ କରି ଲେଖିଛନ୍ତି, ‘ଏବେଠୁ ଫିଲ୍ମ ରିଲିଜ ତାରିଖ ପରିବର୍ତ୍ତନ କରାଯିବ। ପୂର୍ବରୁ ପ୍ରଥମ ସପ୍ତାହରେ 100 କୋଟି କ୍ଲବର ହାଇପ କ୍ରିଏଟ କରାଯାଉଥିଲା । ଯାହା ବର୍ତ୍ତମାନ ଶେଷ ହୋଇଯାଇଛି। ସିନେମାହଲ ଆଗାମୀ ଏକ ବର୍ଷ ପର୍ଯ୍ୟନ୍ତ ଖୋଲିବ ନାହିଁ । ଏହି କାରଣ ପାଇଁ 100 କୋଟି କ୍ଲବର ବିଜନେସ ଶେଷ ହୋଇଯାଇଛି । ଏବେ ସେଲିବ୍ରିଟିଙ୍କ ପାଖରେ ଓଟିଟି ପ୍ଲାଟଫର୍ମରେ ନିଜ ଫିଲ୍ମ ରିଲିଜ କରିବାର ଏକମାତ୍ର ରାସ୍ତା କିମ୍ବା ନିଜ ଆପରେ ଫିଲ୍ମର ଷ୍ଟ୍ରିମିଂ କରନ୍ତୁ। ଟେକ୍ନୋଲୋଜି ବହୁତ ସହଜ।’

ପ୍ରକାଶ ଥାଉକି ଅନେକ ସୁପରଷ୍ଟାର୍ସଙ୍କ ଫିଲ୍ମ ମେଗା ବଜେଟ ହୋଇଥାଏ । ଆଉ କୋଟି କୋଟି ଟଙ୍କାର ବିଜନେସ ମଧ୍ୟ କରେ । ସିନେମାହଲ ବନ୍ଦ ଥିବାରୁ ଯେଉଁଥିରେ କ୍ଷତି ଦେଖିବାକୁ ମିଳୁଛି। ଆଉ ଏଭଳି ପରିସ୍ଥିତିରେ ଶେଖରଙ୍କ ଏପରି ଟ୍ବିଟ ନିର୍ମାତାଙ୍କ ଚିନ୍ତା ଦୁଇଗୁଣ ବଢାଇ ଦେଇଛି।

ABOUT THE AUTHOR

...view details