ମୁମ୍ବାଇ: ନିକଟରେ ବଲିଉଡର ଲେଜେଣ୍ଡ ଆକ୍ଟର ଦିଲ୍ଲୀପ କୁମାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଶ୍ବାସକ୍ରିୟାରେ ସମସ୍ୟା ଅନୁଭବ ହେବା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ଚିକିତ୍ସାଧିନରେ ଅଛନ୍ତି ସେ । ଇତିମଧ୍ୟରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ସୂଚନା ଦେଇଛନ୍ତି ତାଙ୍କର ଚିକିତ୍ସା କରୁଥିବା ଡାକ୍ତର ଜଲିଲ ପାର୍କର ।
ବର୍ତ୍ତମାନ ଦିଲ୍ଲୀପ ସାହେବଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି ଏବଂ ସେ ତିନି, ଚାରି ଦିନ ମଧ୍ୟରେ ଡିସଚାର୍ଜ ହେବେ ବୋଲି କହିଛନ୍ତି ଡାକ୍ତର ଜଲିଲ ।