ମୁମ୍ବାଇ: ବି-ଟାଉନର ହ୍ୟାଣ୍ଡସମ ଆକ୍ଟର ଅର୍ଜୁନ କପୁରଙ୍କ ଫ୍ୟାନ୍ସ ପାଇଁ ସାମ୍ନାକୁ ଆସିଛି ଗୁଡନ୍ୟୁଜ । ଯାହାକୁ ନେଇ ଖୁସି ହୋଇଯିବେ ସମସ୍ତେ । କାରଣ ଖୁବଶୀଘ୍ର ସେ ନିଜ ଦମଦାର ଅନ୍ଦାଜ ନେଇ ପରଦାକୁ ଫେରିବେ । ଆଜ୍ଞା ହଁ, ସେ ନିର୍ଦ୍ଦେଶକ ପୱାନ କିରପାଲାନିଙ୍କ ଆଗାମୀ ହରର କମେଡି ଫିଲ୍ମ ‘ଭୂତ୍ ପୋଲିସ’ରେ ସାମିଲ ହୋଇଛନ୍ତି । ତାଙ୍କ ସହ ଏହି ଫିଲ୍ମରେ ବି-ଟାଉନର ଛୋଟେ ନୱାବ ସୈଫ ଅଲ୍ଲୀ ଖାନ, ଅଲ୍ଲୀ ଫଜଲ ଓ ଫାତିମା ସନା ସୈଖ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବାର ଦେଖାଯିବେ ।
ପୂର୍ବରୁ ରାଗିନୀ ଏମଏମଏସରେ ଏକାଠି କାମ କରିଥିବା ପୱାନ, ପ୍ରଯୋଜକ ରମେଶ ତୋରାନି ଓ ଅକ୍ଷସାହି ପୁରି (akshai puri) ‘ଭୂତ୍ ପୋଲିସ’ ଫିଲ୍ମ ପାଇଁ ଏକାଠି ହାତ ମିଶାଇଛନ୍ତି । ଫିଲ୍ମରେ ଅର୍ଜୁନଙ୍କ ଏଣ୍ଟ୍ରିର ସୂଚନା ସୋସିଆଲ ମିଡିଆରେ ଦେଇଛନ୍ତି ଫେମସ କ୍ରିଟିକ ତରଣ ଆଦର୍ଶ ।