ଓଡିଶା

odisha

ଭାଇଜାନଙ୍କୁ ଧନ୍ୟବାଦ ଜଣାଇଲେ ରେମୋଙ୍କ ପତ୍ନୀ

By

Published : Dec 26, 2020, 9:48 AM IST

ହସ୍ପିଟାଲରୁ ଫେରି ଘରେ ରେଷ୍ଟ ନେଉଛନ୍ତି ରେମୋ । ସୋସିଆଲ ମିଡିଆରେ ତାଙ୍କୁ କ୍ରିସମାସ୍‌ରେ ଘରେ ଦେଖି ଖୁସି ଅଛନ୍ତି ପତ୍ନୀ ଲୀଜେଲ । ଏହାସହ ସଲମାନଙ୍କ ପାଇଁ ମଧ୍ୟ ଲେଖିଛନ୍ତି ଖାସ୍ କଥା । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ନିକଟରେ ବଲିଉଡର ପପୁଲାର ଫିଲ୍ମ ନିର୍ଦ୍ଦେଶକ ତଥା କୋରିଓଗ୍ରାଫର ରେମୋ ଡିସୁଜା ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ। ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ହେବାକୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଅଛି । ତାଙ୍କ ଚିକିତ୍ସାର ପୁରା ଯତ୍ନ ନେଇଥିଲେ ସୁପରଷ୍ଟାର ସଲମାନ ଖାନ । ତାଙ୍କ ଏହି ସହଯୋଗ ପାଇଁ ବର୍ତ୍ତମାନ ରେମୋଙ୍କ ପତ୍ନୀ ଲିଜେଲ ସଲମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଲିଜେଲ ଇନଷ୍ଟାଗ୍ରାମରେ ରିମୋଙ୍କ ସହ ନିଜର ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ସ୍ବାମୀ ରେମୋଙ୍କୁ ଆଲିଙ୍ଗନ କରୁଥିବା ନଜର ଆସିଛନ୍ତି । ଏହାକୁ ପୋଷ୍ଟ କରି ସେ ସଲମାନ ଏବଂ ମୁମ୍ବାଇରେ ଅବସ୍ଥିତ କୋକିଲାବେନ ହସ୍ପିଟାଲର କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି ସେ ଫଟୋର କ୍ୟାପସନରେ ଲେଖିଛନ୍ତି, ‘ମୋର ସର୍ବଶ୍ରେଷ୍ଠ ଖ୍ରୀଷ୍ଟମାସ ଉପହାର । ମୁଁ ଏହି ମୁହୂର୍ତ୍ତକୁ ସବୁଦିନ ପାଇଁ ମନେ ରଖିବି । ଏକ ସପ୍ତାହ ଭାବପ୍ରବଣତା ପରେ ତୁମକୁ ଆଲିଙ୍ଗନ କରିବାର ସୁଯୋଗ ପାଇଲି । ମୁଁ ଜାଣେ ଯେ ମୁଁ ତୁମ ସାମ୍ନାରେ ଜଣେ ସୁପରୱୁମନ ଭଳି ଆଚରଣ କରେ, କିନ୍ତୁ ହଠାତ୍ ମୋତେ ଏକ ଛୋଟ ପିଲା ପରି ଅନୁଭବ ହୋଇଥିଲା ଯିଏ କୌଣସି ସ୍ଥାନରେ ଯେମିତି ହଜିଯାଇଛି । ହେଲେ ଦୁଇଟି ଜିନିଷ ଉପରେ ମୁଁ ବିଶ୍ବାସ କରିଥିଲି ତାହା ହେଉଛି ଭଗବାନ ଏବଂ ତୁମର ପ୍ରତିଜ୍ଞା ଯେ ତୁମେ ଜଣେ ଯୋଦ୍ଧା ପରି ଯୁଦ୍ଧ କରି ଘରକୁ ଫେରିବ ବୋଲି କହିଥିଲ ।’

ଅନ୍ୟପଟେ ସଲମାନଙ୍କୁ ଧନ୍ୟବାଦ ଜଣାଇ ଲିଜେଲ ଲେଖିଛନ୍ତି, ‘ମୁଁ ସଲମାନଙ୍କୁ ମୋର ହୃଦୟରୁ ଧନ୍ୟବାଦ ଦେବାକୁ ଚାହୁଁଛି, ଯିଏ ମୋ ପାଇଁ ଭାବପ୍ରବଣ ହୋଇଆସୁଛନ୍ତି । ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଭାଇ, ଆପଣ ଜଣେ ଦୂତ ଯିଏ ସର୍ବଦା ଉପସ୍ଥିତ ରୁହନ୍ତି ।’

ପ୍ରକାଶ ଥାଉକି ସଲମାନଙ୍କ ଅଭିନୀତ ଫିଲ୍ମ ‘ରେସ 3’ର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଥିଲେ ରେମୋ । ଏହି ମଲ୍ଟି ଷ୍ଟାରର ଫିଲ୍ମ ବକ୍ସ ଅଫିସରେ ମିଶ୍ରିତ ପ୍ରତିକ୍ରିୟା ହାସଲ କରିଥିଲା । ଯାହାପରଠୁ ସଲମାନଙ୍କ ଭଲ ବନ୍ଧୁ ସାଜିଛନ୍ତି ରେମୋ ।

ABOUT THE AUTHOR

...view details