ଓଡିଶା

odisha

ETV Bharat / sitara

ସରୋଜ ଖାନଙ୍କୁ ଅନ୍ତମ ବିଦାୟ ଦେଲେ ପୁଅ

ଡାନ୍ସ ମାଷ୍ଟର ସରୋଜ ଖାନଙ୍କ ଅନ୍ତିମ ସଂସ୍କାରର ବିଧି ପୂରଣ କଲେ ପୁଅ ରାଜୁ ଖାନ । ଦୀର୍ଘ ସମୟରୁ ଅସୁସ୍ଥ ଥିବାର 71 ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି ସେ ।

By

Published : Jul 3, 2020, 2:25 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ଲୋକପ୍ରିୟ କୋରିଓଗ୍ରାଫର ସରୋଜ ଖାନଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି । ତାଙ୍କ ଅନ୍ତିମ ସଂସ୍କାର ମଲାଡର ମିଠା ଚୌକି ପାଖରେ ଥିବା ଶ୍ମଶାନରେ କରାଯାଇଛି । ତାଙ୍କ ଲାଲଡା ରାଜୁ ଖାନ ଅନ୍ତିମ ବିଧି ପୂରଣ କରିଛନ୍ତି । ରାଜୁ ମଧ୍ୟ ଫେମସ କୋରିଓଗ୍ରାଫର ।

ଶୁକ୍ରବାର ବିଳମ୍ବିତ ରାତିରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ସରୋଜ । ଗତ ମାସରେ ତାଙ୍କୁ ନିଶ୍ବାସପ୍ରଶ୍ବାସରେ ସମସ୍ୟା ହେବା ଯୋଗୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଖାଲି ଏତିକି ନୁହେଁ ସେଠାରେ ତାଙ୍କର କୋରୋନା ଟେଷ୍ଟ ମଧ୍ୟ ହୋଇଥିଲା । ଯାହାର ରିପୋର୍ଟ ନେଗେଟିଭ ଆସିଥିଲା ।

ହେଲେ ଏକ୍ୟୁଟ ଡାଇବିଟିଜ ପାଇଁ ତାଙ୍କ କିଡନୀରେ ସିରିୟସ କମ୍ପ୍ଲିକେସନ୍ସ ହୋଇଥିଲା । ଯାହା ପରେ ସେ ଅସୁସ୍ଥ ହୋଇପଡିଥିଲେ । ବର୍ତ୍ତମାନ ତାଙ୍କୁ ସୋସିଆଲ ମିଡିଆରେ ପ୍ରଶଂସକଙ୍କଠୁ ନେଇ ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଶ୍ରଦ୍ଧାଞ୍ଜଳି ଦେବାରେ ଲାଗିଛନ୍ତି ।

ABOUT THE AUTHOR

...view details