ମୁମ୍ବାଇ: ଲୋକପ୍ରିୟ ଅଭିନେତ୍ରୀ ଶବାନା ଆଜମୀ ବର୍ତ୍ତମାନ ବି-ଟାଉନର କୁଇନ କଙ୍ଗନା ରଣାୱତଙ୍କୁ ଟାର୍ଗେଟ କରି ଚର୍ଚ୍ଚାରେ । ସେ କଙ୍ଗନାଙ୍କ ଦ୍ବାରା ବାରମ୍ବାର ଦିଆଯାଉଥିବା ବୟାନ ଉପରେ ଖପ୍ପା ହୋଇ ନିଜ ପ୍ରତିକ୍ରିୟା ଦେଇଛନ୍ତି । ତାଙ୍କ ଅନୁଯାୟୀ, କଙ୍ଗନା ଭୟଭୀତ ହେଉଛନ୍ତି ଯେ ଯେ ସେ ଚର୍ଚ୍ଚାରୁ ହଟି ଯିବାକୁ ନେଇ । ଏହାସହ ସେ କଙ୍ଗନାଙ୍କୁ ଜଣେ ଭଲ ଅଭିନେତ୍ରୀ ହେବାକୁ ପରାମର୍ଶ ଦେବା ସହ ସେ ଅଭିନୟ ଉପରେ ଅଧିକ ଧ୍ୟାନ ଦେବା ଉଚିତ୍ ବୋଲି କହିଛନ୍ତି ।
କଙ୍ଗନାଙ୍କୁ ଟାର୍ଗେଟ କରି ଚର୍ଚ୍ଚାରେ ଶବାନା ଆଜାମୀ - କଙ୍ଗନା ରଣାୱତଙ୍କୁ ଟାର୍ଗେଟ କଲେ ଶବାନା ଆଜମୀ
ବିବାଦୀୟ ଅଭିନେତ୍ରୀ କଙ୍ଗନାଙ୍କ ବୟାନ ଉପରେ ରାଗିଲେ ଶବାନା । କହିଲେ ନିଜ ଅଭିନୟ ଉପରେ ଧ୍ୟାନ ଦେଲେ ଭଲ ହୁଅନ୍ତା ।
ଏକ ସାକ୍ଷାତକାରରେ ଯୋଗ ଦେଇ ଶବାନା କହିଛନ୍ତି, ‘କଙ୍ଗନା କେବଳ ଚର୍ଚ୍ଚାରେ ରହିବା ପାଇଁ ବଲିଉଡ ବିରୋଧରେ ଲଗାତାର ବୟାନ ଦେଉଛନ୍ତି । ଏହାଠୁ ଅଧିକ ଭଲ ହେବ କଙ୍ଗନା ନିଜର ସବୁ ଶକ୍ତି ଅଭିନୟ ଉପରେ ଲଗାଇଲେ । କଙ୍ଗନା ମିଛ କଥା କହି ସମସ୍ତଙ୍କୁ ଭ୍ରମିତ କରୁଛନ୍ତି । ଯାହା ଆଦୌ ଠିକ୍ କଥା ନୁହେଁ । କଙ୍ଗନା ଫିଲ୍ମ ଇଣ୍ଡଷ୍ଟ୍ରିକୁ ନାରୀବାଦ ଶିକ୍ଷା ଦେଇଛନ୍ତି । ସେ ଏମିତି ଅଭିନେତ୍ରୀ ଯିଏ ଏହି ଜାତୀୟତା ଶିକ୍ଷା ଦେଇଥିଲେ। ସେ ଏମିତି କରିଥିବାରୁ ମୁଁ ବହୁତ ଖୁସି ଅଛି । କାରଣ ଅନ୍ୟ କେହି ଏହି ବିଷୟ ପ୍ରତି ଧ୍ୟାନ ଦେଇନାହାଁନ୍ତି । ହେଲେ ବର୍ତ୍ତମାନ ମୁଁ ଭାବୁଛି ସେ ଭୟ କରୁଛନ୍ତି ଯେ ସେ ଆସନ୍ତାକାଲି ହେଡଲାଇନରୁ ହଟିଯିବେ ବୋଲି । ତେଣୁ ସେ କ୍ରମାଗତ ଭାବରେ ଏହିପରି ବୟାନ ଜାରି ରଖିଛନ୍ତି । କିନ୍ତୁ ଯାହା ଭଲ ତାଙ୍କୁ ତାହା କରିବା ଉଚିତ୍ । କାରଣ ସେ ଅଭିନୟରେ ଭଲ । ଏଥିନିମନ୍ତେ ତାଙ୍କୁ ଅଧିକ ଧ୍ୟାନ ନିଜ କାମରେ ଦେବା ଦରକାର ।’
ପ୍ରକାଶ ଥାଉକି ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠୁ କଙ୍ଗନା ବଲିଉଡ ଉପରେ ପରିବାରବାଦ, ମାଫିଆଗିପି ଭଳି ଅଭିଯୋଗ ଲଗାଇଆସୁଛନ୍ତି । ଏହାସହ ସେ ଅନେକ ରାଜନେତାଙ୍କ ସହ ମଧ୍ୟ ମୁହାଁମୁହିଁ ହୋଇସାରିଲେଣି । ବର୍ତ୍ତମାନ ଦେଶର ବଡ ହେଡଲାଇନ ସାଜିଛି ବଲିଉଡ ଓ ଡ୍ରଗ୍ସ କନେକ୍ସନ । ଯାହା ଉପରେ ବୟାନ ଦେବାରେ ଲାଗିଛନ୍ତି କଙ୍ଗନା । ତାଙ୍କ ଏହି ପରି ବୟାନ ଉପରେ କ୍ରୋଧିତ ନଜର ଆସୁଛନ୍ତି ଅନେକ ସେଲିବ୍ରିଟି ।