ମୁମ୍ବାଇ: ଆଜି(ମଙ୍ଗଳବାର) ସାରା ଦେଶରେ 72 ତମ ଗଣତନ୍ତ୍ର ଦିବସ ପାଳନ କରାଯାଉଛି । ଏହି ଅବସରରେ ବଲିଉଡର ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ଗଣତନ୍ତ୍ର ଦିବସରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଗଣତନ୍ତ୍ର ଦିବସ 2021 ରେ ସୁପରଷ୍ଟାର ଅମିତାଭ ବଚ୍ଚନ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ବାର୍ତ୍ତା ସେୟାର କରିଛନ୍ତି । ଅମିତାଭ ଟ୍ବିଟ୍ କରି କହିଛନ୍ତି, '26 ଜାନୁଆରୀ ...ଗଣତନ୍ତ୍ର ଦିବସ .... ସୁଖ ଶାନ୍ତି ସମୃଦ୍ଧତା ଏବଂ ... ସମସ୍ତେ ସୁରକ୍ଷିତ ରୁହନ୍ତୁ' ।
ଫ୍ୟାନ୍ସଙ୍କୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ବଲିଉଡ ସେଲିବ୍ରିଟି କଙ୍ଗନା ରଣାୱତ ଏକ ଭିଡିଓ ସେୟାର କରି ସମସ୍ତଙ୍କୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି ।
ଫ୍ୟାନ୍ସଙ୍କୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ବଲିଉଡ ସେଲିବ୍ରିଟି କଙ୍ଗନା ଟୁଇଟ୍ କରି କହିଛନ୍ତି, 'ଏହି ଗଣତନ୍ତ୍ର ଦିବସରେ ଆମର ସମ୍ବିଧାନ ଏବଂ ଆମକୁ କିପରି ଆଜାଦି ମିଳିଛି ଜାଣନ୍ତୁ । ଅନେକ ଲୋକ PR କରିକି ଏହାର ଶ୍ରେୟ ନେଇଥିଲେ । ଆମର ଇତିହାସ ଏହାକୁ ଉପସ୍ଥାପନ କରିଥିଲେ । ଯୋଗ୍ୟ ବ୍ୟକ୍ତିମାନେ ନିଜ ଜୀବନକୁ ବଳିଦାନ ଦେଇଥିଲେ କିନ୍ତୁ PR କରିନଥିଲେ ।
ପ୍ରିୟଙ୍କା ଚୋପ୍ରା ଇନଷ୍ଟାଗ୍ରାମରେ ସରକାରରେ ସାମିଲ ଥିବା ବିଭିନ୍ନ ମହିଳାଙ୍କ ଫଟୋ ସେୟାର କରି ତାଙ୍କ ପ୍ରଶଂସକଙ୍କୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି। ମହିଳାମାନଙ୍କ ମହତ୍ତ୍ବ ବୁଝିବା ସୂଚନାପୂର୍ଣ୍ଣ ।
ଫ୍ୟାନ୍ସଙ୍କୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ବଲିଉଡ ସେଲିବ୍ରିଟି କ୍ୟାପସନରେ ସେ ଆହୁରି ଏକ ମଜାଦାର ସୂଚନା ଅଂଶୀଦାର କରି ଲେଖିଛନ୍ତି, 'ଆପଣ ଜାଣନ୍ତି କି ଭାରତର ପ୍ରଥମ ସମ୍ବିଧାନସଭାରେ 15 ଜଣ ମହିଳା ଥିଲେ ଏବଂ ସେମାନେ ଭାରତର ସମ୍ବିଧାନର ଡ୍ରାଫ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥିଲେ? ଯାହା ଭାରତର ମୌଳିକ ନୀତି ଗଠନରେ ସାହାଯ୍ୟ କଲା । ସେମାନଙ୍କର ସମସ୍ତ ଉଦ୍ୟମକୁ ପାଳନ କରିବା ପାଇଁ ଆଜି ଏକ ଉପଯୁକ୍ତ ଦିନ । ଗଣତନ୍ତ୍ର ଦିବସର ଶୁଭେଚ୍ଛା ।
ଫ୍ୟାନ୍ସଙ୍କୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ବଲିଉଡ ସେଲିବ୍ରିଟି ଏ. ଆର୍ ରେହମାନ ଇନଷ୍ଟାଗ୍ରାମରେ ଭାରତୀୟ ପତାକାର ଏକ ଫଟୋ ସେୟାର କରି 'ହାପି ରିପବ୍ଲିକ୍ ଡେ' ଲେଖି ସମସ୍ତଙ୍କୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ