ଓଡିଶା

odisha

ETV Bharat / sitara

ଡ୍ରଗ୍ସ ମାମଲା: କରଣ ଜୋହରଙ୍କୁ ଏନସିବିର ସମନ - ଡ୍ରଗ୍ସ ମାମଲା

ପୁଣି ଚର୍ଚ୍ଚାରେ କରଣ ଜୋହର । ଏବେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) କରଣଙ୍କୁ ପଚରାଉଚରା ପାଇଁ ଡାକିଛି । ଅଧିକ ପଢନ୍ତୁ...

bollywood-drugs-case-ncb-mumbai-has-called-karan-johar-to-get-some-information
ଡ୍ରଗ୍ସ ମାମଲା: କରଣ ଜୋହରଙ୍କୁ ଏନସିବିର ସମନ

By

Published : Dec 17, 2020, 9:45 PM IST

ନୂଆଦିଲ୍ଲୀ: ଏବେ ବଲିଉଡ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇଛନ୍ତି ନିର୍ମାତା କରଣ ଜୋହର । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) କରଣଙ୍କୁ ପଚରାଉଚରା ପାଇଁ ଡାକିଛି । ବଲିଉଡର ଜଣାଶୁଣା ନାଁ କରଣଙ୍କୁ ଏନସିବି ମୁମ୍ବାଇରେ ପଚରାଉଚରା କରିବ । ଏନସିବି କହିଛି ଯେ, ଡ୍ରଗ୍ସ ସମ୍ବନ୍ଧୀୟ ମାମଲାରେ କରଣଙ୍କଠାରୁ କିଛି ସୂଚନା ହାସିଲ କରିବାର ଅଛି ।

ଏନସିବି ସୂତ୍ର ଅନୁଯାୟୀ, କରଣଙ୍କୁ ଏନସିବି ସମ୍ମୁଖରେ ହାଜର ହେବାର ଆବଶ୍ୟକତା ନାହିଁ । ସେ ନିଜର ଯେକୈଣସି ପ୍ରତିନିଧୀଙ୍କୁ ମଧ୍ୟ ପଠାଇ ପାରିବେ । କରଣଙ୍କୁ ଜୁଲାଇ 2019 ରେ ତାଙ୍କ ଘରେ ଆୟୋଜିତ ପାର୍ଟିର ସୁଟିଂ ପାଇଁ ବ୍ୟବହୃତ ଇଲେକ୍ଟ୍ରୋନିକ୍ ଉପକରଣଗୁଡ଼ିକର ବିବରଣୀ ଦେବାକୁ କୁହାଯାଇଛି ।

ବୁଧବାର କରଣ ଜୋହରଙ୍କୁ ଡକାଯାଇଛି । ତାଙ୍କୁ 2019 ପାର୍ଟୀ ସହିତ ଜଡିତ ସମସ୍ତ ରେକର୍ଡ ପ୍ରଦାନ କରିବାକୁ ପଡିବ । ସମସ୍ତ ସୂଚନା ଶୁକ୍ରବାର (ଡିସେମ୍ବର 18) ସୁଦ୍ଧା ପ୍ରଦାନ କରିବାକୁ କୁହାଯାଇଛି ।

ବଲିଉଡର ଡ୍ରଗ୍ସ ମାମଲାରେ ଅନେକ ସେଲିବ୍ରିଟିଙ୍କ ନାଁ ସାମ୍ନାକୁ ଆସିବା ପରେ କରଣଙ୍କ ସମସ୍ୟା ବଢିବାରେ ଲାଗିଥିଲା । ଏତିସହିତ କରଣଙ୍କ ଘରେ ଆୟୋଜିତ ଏକ ପାର୍ଟିର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା ।

କରଣ ଏହି ଭିଡିଓର ସୁଟିଂ କରିଥିବା କୁହାଯାଉଛି ଏବଂ ଏହି ଭିଡିଓରେ ମଲାଇକା ଆରୋରା, ରଣବୀର କପୁର, ବିକି , ବରୁଣ , ଶକୁନ ବାତ୍ରା, ଜୋୟା ଅଖତର, ଅର୍ଜୁନ କପୁର, ଆୟାନ ମୁଖାର୍ଜୀ, ଦୀପିକା ପାଦୁକୋନ ଏବଂ କାର୍ତ୍ତିକଙ୍କ ଭଳି ତାରକାମାନେ ଥିଲେ। ତା’ପରେ ପ୍ରଶ୍ନ ଉଠିବାକୁ ଲାଗିଲା କି ଏନସିବି କରଣ କିମ୍ବା ଭିଡିଓରେ ଦେଖାଯାଇଥିବା ତାରକାଙ୍କୁ ପଚରାଉଚରା କରିବ କି?

ଏହି ଭିଡିଓ ସାମ୍ନାକୁ ଆସିବା ପରେ ଅକାଳୀ ଦଳର ନେତା ମନଜିନ୍ଦର ସିଂ ସିରସା ଏନସିବିରେ ଅଭିଯୋଗ କରି କରଣଙ୍କୁ ବଲିଉଡର ଡ୍ରଗ୍ସ କାର୍ଟେଲର ରାଜା ବୋଲି କହିଥିଲେ ।

ସେତେବେଳେ କରଣ ଏକ ବିବୃତ୍ତି ଜାରି କରି ସ୍ପଷ୍ଟୀକରଣ ମଧ୍ୟ ଦେଇଥିଲେ । ସେ କହିଛନ୍ତି ମୁଁ ଡ୍ରଗ୍ସ ନେଉ ନାହିଁ କିମ୍ବା ଏହାକୁ ପ୍ରୋତ୍ସାହିତ କରେ ନାହିଁ। ସେ କହିଛନ୍ତି ଯେ 28 ଜୁଲାଇ 2019 ରେ ମୋ ଘରେ ଆୟୋଜିତ ପାର୍ଟୀରେ ଡ୍ରଗ୍ସ ବ୍ୟବହାର କରାଯାଇଥିଲା ବୋଲି ମିଥ୍ୟା ଖବର ପ୍ରଚାର କରାଯାଉଛି ।

ପ୍ରକାଶ ଥାଉ ୟେ, ଡ୍ରଗ୍ସ ମାମଲାରେ ଏନସିବି କିଛି ଦିନ ପୂର୍ବରୁ କରଣଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ୍ସର ନିର୍ମାତା କ୍ଷିତଜ ପ୍ରସାଦଙ୍କୁ ଗିରଫ କରିଥିଲା ।

ABOUT THE AUTHOR

...view details