ଓଡିଶା

odisha

ବଲିଉଡ ଡ୍ରଗ୍ସ ଲିଙ୍କ୍‌: ଜେରା ହେବେ ଅର୍ଜୁନଙ୍କ ଭଉଣୀ

By

Published : Jan 6, 2021, 12:30 PM IST

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ସହ ସମ୍ପୃକ୍ତ ଥିବା ବଲିଉଡ ଡ୍ରଗ୍ସ କେସରେ ଆଜି ଅର୍ଜୁନଙ୍କ ଭଉଣୀଙ୍କୁ ପଚରାଉଚରା କରାଯିବ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ପପୁଲାର ଆକ୍ଟର ଅର୍ଜୁନ ରାମପାଲ ଗତ ବର୍ଷରୁ ଏନସିବି ଯାଞ୍ଚ କରୁଥିବା ବଲିଉଡ ଡ୍ରଗ୍ସ କେସରେ ହଟହଟା ହେଉଛନ୍ତି । ତାଙ୍କ ସମ୍ପର୍କୀୟ ଏହି ମାମଲାରେ ଗିରଫ ହେବା ପରଠୁ ସେ ଏନସିବି ଟାର୍ଗେଟରେ । ସେ ତିନିଥର ଏନସିବି ଅଫିସ ଯାଇ ନିଜ ବୟାନ ରେକର୍ଡ କରିସାରିଲେଣି । ଇତିମଧ୍ୟରେ ତାଙ୍କୁ ନେଇ ନୂଆ ଖବର ସାମ୍ନାକୁ ଆସିଛି । ଶୁଣିବାକୁ ମିଳୁଛି ଏନସିବି ଅଭିନେତାଙ୍କ ଭଉଣୀ କମୋଲ ରାମପାଲଙ୍କୁ ଏହି ମାମଲାରେ ପଚରାଉଚରା କରିବା ପାଇଁ ସମନ ପଠାଇଥିଲା । ଆଜି ଏନିସିବି ଅଫିସ ଯାଇପାରନ୍ତି ତାଙ୍କ ଭଉଣୀ । ସେହିପରି ଏଯାବତ ଅନେକ ଆଗ ଧାଡିର ସେଲିବ୍ରିଟିଙ୍କୁ ଜେରା କରିସାରିଲାଣି ଏନସିବି ।

ଅନ୍ୟପଟେ ଡିସେମ୍ବରରେ ଅର୍ଜୁନଙ୍କ ମୁମ୍ବାଇ ସ୍ଥିତ ଘରେ ଚଢାଉ କରିଥିଲା ଏନସିବି । ସେହିପରି ଅର୍ଜୁନଙ୍କ ସହ ତାଙ୍କ ଗାର୍ଲଫ୍ରେଣ୍ଡ ଗାବ୍ରିଏଲା ଡେମେଟ୍ରିଏଡସଙ୍କୁ ମଧ୍ୟ ଡ୍ରଗ୍ସ ମାମଲାରେ ପଚରାଉଚରା ସରିଛି । ଡ୍ରଗ୍ସ ସମ୍ବନ୍ଧୀୟ ମାମଲାରେ ତାଙ୍କ ଅଷ୍ଟ୍ରେଲୀୟ ବନ୍ଧୁ ପଲ୍ ବାର୍ଟେଲଙ୍କୁ ଗିରଫ କରାଯିବା ପରେ ଅଭିନେତା ଏବଂ ଗାବ୍ରିଏଲାଙ୍କୁ ଏଜେନ୍ସି ପଚରାଉଚରା କରିଥିଲା।

ପ୍ରକାଶ ଥାଉକି ଏଯାବତ ଡ୍ରଗ୍ସ ମାମଲାରେ ସାରା ଅଲ୍ଲୀ ଖାନ, ଦୀପିକା ପାଦୁକୋନ, ରକୁଲ ପ୍ରୀତ ସିଂଙ୍କ ଭଳି ଅନେକ ଅଭିନେତ୍ରୀଙ୍କ ବୟାନ ରେକର୍ଡ ହୋଇସାରିଲାଣି । ନିକଟରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଓ ତାଙ୍କ ସ୍ବାମୀ ହର୍ଷଙ୍କୁ ଗିରଫ କରିଥିଲା ଏନସିବି ।

ABOUT THE AUTHOR

...view details