ଓଡିଶା

odisha

ଭ୍ୟାକ୍ସିନକୁ ନେଇ ସୋନମଙ୍କ ଅଜବ ପ୍ରଶ୍ନ, ରାଗିଲେ ୟୁଜର୍ସ

By

Published : Feb 26, 2021, 11:36 AM IST

ପୁଣିଥରେ ଟ୍ରୋଲର୍ସଙ୍କ ଶିକାର ହୋଇଛନ୍ତି ସୋନମ । ଏଥର ସେ କୋରୋନା ଭ୍ୟାକ୍ସିନ ଉପରେ ପ୍ରଶ୍ନ ପଚାରିବାକୁ ନେଇ ହଟହଟା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନମ କପୁର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନମ କପୁର

ମୁମ୍ବାଇ: ବି-ଟାଉନର ଡିଭା ସୋନମ କପୁର ସବୁବେଳେ ନିଜ ଫ୍ୟାସନ ସେନ୍ସ ପାଇଁ ଚର୍ଚ୍ଚାରେ ରୁହନ୍ତି । ହେଲେ କେବେ କେବେ ତାଙ୍କ ଅଜବଗଜବ ପ୍ରଶ୍ନରେ ବିରକ୍ତ ହୋଇପଡନ୍ତି ସୋସିଆଲ ମିଡିଆ ୟୁଜର୍ସ । କାରଣ ଏଥର ମଧ୍ୟ ଏମିତି କିଛି ଦେଖିବାକୁ ମିଳୁଛି । ନିକଟରେ ସେ କୋରୋନା ଭ୍ୟାକ୍ସିନକୁ ନେଇ ଏକ ପୋଷ୍ଟ କରିଥିଲେ । ଯାହାକୁ ଆଧାର କରି ତାଙ୍କୁ ଏବେ ଟ୍ରୋଲ କରୁଛନ୍ତି ଅନେକ ୟୁଜର୍ସ ।

କଥାଟି ହେଲା ସେ ଏହି ପୋଷ୍ଟରେ କୋଭିଡ-19 ଭ୍ୟାକ୍ସିନକୁ ନେଇ ଏକ ଟ୍ବିଟରେ ଲେଖିଥିଲେ, ‘ଆମ ଜେଜେବାପା, ମା ଏବଂ ପିତାମାତା କିପରି ଭାରତରେ ଟିକା ନେଇପାରିବେ ଏବଂ ଏହା କେବେ ଉପଲବ୍ଧ ହେଉଛି କେହି ମୋତେ ବୁଝାଇ ପାରିବେ କି? ମୁଁ ବହୁତ ଦ୍ବନ୍ଦରେ ଅଛି? କାରଣ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳୁଛି । ମୁଁ ପ୍ରକୃତରେ ତାଙ୍କ ପାଇଁ ଏହା କରିବାକୁ ଚାହୁଁଛି ।’

ସେପଟେ ତାଙ୍କ ଏହି ଟ୍ବିଟକୁ ଆଧାର କରି ଟ୍ରୋଲର୍ସ ତାଙ୍କୁ ଟାର୍ଗେଟ କରିଛନ୍ତି । ଆଉ ଅନେକ ୟୁଜର୍ସ କମେଣ୍ଟରେ କହିଛନ୍ତି, ‘ତୁମେ କଣ ନ୍ୟୁଜ ପଢୁନ । ଯଦି ପଢିପାରୁନ ତେବେ ଗୁଗଲରେ ସର୍ଚ୍ଚ କର ।’ ଏପରି ଅନେକ କମେଣ୍ଟ ବର୍ତ୍ତମାନ ତାଙ୍କ ପୋଷ୍ଟରେ ଦେଖିବାକୁ ମିଳୁଛି ।

ABOUT THE AUTHOR

...view details