ଓଡିଶା

odisha

3 ବର୍ଷ ବୟସରେ ଯୌନ ଶୋଷଣ ଶିକାର ହୋଇଥିଲେ ଫାତିମା

କାଷ୍ଟିଂ କାଉଚ ଓ ଯୌନ ଶୋଷଣ ବିରୋଧରେ ବୟାନ ଦେଇ ଚର୍ଚ୍ଚାରେ ଫାତିମା । ପିଲାବେଳୁ ସହିଥିଲେ ଯୌନ ନିର୍ଯାତନା । ଅଧିକ ପଢନ୍ତୁ...

By

Published : Oct 30, 2020, 7:37 PM IST

Published : Oct 30, 2020, 7:37 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫାତିମା ସନା ସେଖ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫାତିମା ସନା ସେଖ

ମୁମ୍ବାଇ: ନିଜ ଦୁଇଟି ଫିଲ୍ମକୁ ନେଇ ଏବେ ଚର୍ଚ୍ଚାରେ ଦଙ୍ଗଲ ଗାର୍ଲ ଫାତିମା ସନା ସେଖ । ଅନୁରାଗ ବାସୁଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘ଲୁଡୋ’ରେ ନଜର ଆସିବେ ସେ। ଏହାବ୍ୟତୀତ ଫିଲ୍ମ ‘ସୁରଜ ପେ ମଙ୍ଗଲ ଭାରି’ରେ ଅଭିନେତା ଦିଲଜିତ ଦୋସାଞ୍ଝଙ୍କ ସହ ରୋମାନ୍ସ କରୁଥିବାର ମଧ୍ୟ ଦେଖାଯିବେ । ହେଲେ ବର୍ତ୍ତମାନ ସେ ନିଜ ବୟାନ ପାଇଁ ଚର୍ଚ୍ଚାରେ । ମାତ୍ର 3 ବର୍ଷ ବୟସରେ ସେ ଯୌନ ଶୋଷଣର ଶିକାର ହୋଇଛନ୍ତି ବୋଲି କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ।

କଥାଟି ହେଲା ଯେ ନିକଟରେ ସେ ଏକ ସାକ୍ଷାତକାରରେ ଯୌନ ଶୋଷଣା ଓ କାଷ୍ଟିଂ କାଉଚର ବିଷୟରେ ଆଲୋଚନା କରି କହିଥିଲେ, ‘ମୁଁ ଯେତେବେଳେ ମାତ୍ର 3 ବର୍ଷର ଥିଲି ମୋର ଯୌନ ଶୋଷଣ କରାଯାଇଥିଲା । ଯାହାକୁ ଆମ ଦେଶରେ କଳଙ୍କ ପରି ମାନନ୍ତି ସମସ୍ତେ । ଏଥି ପାଇଁ ମହିଳା ଏହା ବିଷୟରେ ମନ ଖୋଲିକି କେବେ ମଧ୍ୟ କଥା ହୋଇପାରନ୍ତି ନାହିଁ । ହେଲେ ଏବେ ସମୟ ବଦଳି ଯାଇଛି । ମହିଳା ଏବେ ଅଧିକ ସଚେତନ ହୋଇଗଲେଣି । ପୂର୍ବରୁ ଆମକୁ କୁହାଯାଉଥିଲା ଏବିଷୟରେ କଥା ହୁଅନାହିଁ। କିନ୍ତୁ ଏବେ ଆମେ ସହିଥିବା ଯନ୍ତ୍ରଣା ବିଷୟରେ କହିବାରେ ସାହାସ ପାଇଛେ ।’

ସେହିପରି ସେ କାଷ୍ଟିଂ କାଉଚ କଥାରେ ଯେ ସେ ମଧ୍ୟ ଏହାର ଶିକାର ହୋଇଥିଲେ । ତାଙ୍କୁ କୁହାଯାଇଥିଲା କାମ କରିବାର ଏକମାତ୍ର ଉପାୟ ଯୌନ ସମ୍ପର୍କ ରଖିବା । ଅନେକଥର ତାଙ୍କୁ କାମରୁ ବାହାର ମଧ୍ୟ କରିଦିଆ ଯାଉଥିଲା ।

ABOUT THE AUTHOR

...view details