ଓଡିଶା

odisha

ETV Bharat / sitara

ପୋଲିସ ସମନକୁ କଙ୍ଗନାଙ୍କ ବେଖାତିର, ଆଜି ବି ହେବେନି ହାଜର - କଙ୍ଗନା ରଣାୱତଙ୍କ ବିବାଦୀୟ ଟ୍ବିଟ ମାମଲା

ବିବାଦୀୟ ମନ୍ତବ୍ୟ ପାଇଁ ବାନ୍ଦ୍ରା ପୋଲିସ ତୃତୀୟ ଥର କଙ୍ଗନାଙ୍କୁ ସମନ ପଠାଇଥିଲା । ହେଲେ ଦୁଇ ଦୁଇଥର ବାହାନା କରି ହାଜର ନହୋଇଥିବା କଙ୍ଗନା ଆଜି ମଧ୍ଯ ଅନୁପସ୍ଥିତ ରହିବେ। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ଯୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ଯୁରୋ

By

Published : Nov 23, 2020, 10:15 AM IST

Updated : Nov 23, 2020, 12:19 PM IST

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା । ଯାହା ପରେ ମୁମ୍ବାଇର ବାନ୍ଦ୍ରା କୋର୍ଟ ତାଙ୍କ ଟ୍ବିଟର ଆକାଉଣ୍ଟରେ ବିବାଦୀୟ ପୋଷ୍ଟ ସମ୍ପର୍କରେ ତାଙ୍କ ବିରୋଧରେ ମାମଲା ଦାୟର କରିବାକୁ ନିର୍ଦ୍ଦେଶ ଦେଇଥିଲେ । କଙ୍ଗନା ଓ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲଙ୍କୁ ବାରମ୍ବାର ପଚରାଉଚରା ପାଇଁ ଡକାଯାଇଥିଲା । କିନ୍ତୁ ବ୍ୟକ୍ତିଗତ କାରଣରୁ କଙ୍ଗନା ପଚରାଉଚରା ପାଇଁ ହାଜର ହୋଇନଥିଲେ । ତେବେ ତୃତୀୟ ଥର ପାଇଁ ପୋଲିସ ତାଙ୍କୁ ଡକାଇବା ପରେ ଏମାସ 23 ଏବଂ 24ରେ ପୋଲିସର ତଦନ୍ତ ପାଇଁ ତାଙ୍କୁ ହାଜର ହେବାକୁ କୁହାଯାଇଥିଲା।

ହେଲେ କଙ୍ଗନା ସୋମବାର ବାନ୍ଦ୍ରା ପୋଲିସ ଷ୍ଟେସନରେ ହାଜର ହେବେ କି ନାହିଁ ତାନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଏହାକୁ ସତ ସାବ୍ୟସ୍ତ କରିବାକୁ ଯାଉଛନ୍ତି କଙ୍ଗନା । କାରଣ ତୃତୀୟ ସମନରେ ମଧ୍ୟ ସେ ହାଜର ନହୋଇପାରନ୍ତି ବୋଲି ଚର୍ଚ୍ଚା । ଏହାବ୍ୟତୀତ କଙ୍ଗନା ମୁମ୍ବାଇ ହାଇକୋର୍ଟରେ ଆବେଦନ କରିବାର ସମ୍ଭାବନା ରହିଛି ବୋଲି ଶୁଣିବାକୁ ମିଳୁଛି । ଏହାପୂର୍ବରୁ କଙ୍ଗନା ମୁମ୍ବାଇ ପୋଲିସକୁ ସୂଚନା ଦେଇଥିଲେ ଯେ ସେ ବ୍ୟକ୍ତିଗତ କାରଣରୁ ହାଜର ହୋଇପାରିବେ ନାହିଁ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ପ୍ରକାଶ ଥାଉକି କଙ୍ଗନାଙ୍କ ଉପରେ ଅଭିଯୋଗ ଲାଗିଛି ଯେ ବଲିଉଡରେ ହିନ୍ଦୁ-ମୁସଲମାନ ତିକ୍ତତା ସୃଷ୍ଟି କରିବା ସହ ସାମାଜିକ ଘୃଣାକୁ ବଢାଉଛନ୍ତି । ଏହି ଅଭିଯୋଗ ଲଗାଇ ସାହିଲ ଆଶରଫ ବାନ୍ଦ୍ରା କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ଏହି ଆବେଦନର ଶୁଣାଣି ସମୟରେ ସୋସିଆଲ ମିଡିଆରେ କଙ୍ଗନାଙ୍କ ବିବାଦୀୟ ପୋଷ୍ଟ ବିଷୟରେ ଆବେଦନକାରୀଙ୍କୁ ସୂଚନା ଦିଆଯାଇଥିଲା । ଏହା ପରେ କୋର୍ଟ ବାନ୍ଦ୍ରା ପୋଲିସ ଷ୍ଟେସନକୁ ଏ ସମ୍ପର୍କରେ ମାମଲା ଦାୟର କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 23, 2020, 12:19 PM IST

ABOUT THE AUTHOR

...view details