ଓଡିଶା

odisha

ETV Bharat / sitara

‘ଏ ସୁଇଟେବଲ ବଏ’ ଅଭିଯୋଗ ଉପରେ ଏମିତି ପ୍ରତିକ୍ରିୟା ଦେଲେ ସ୍ବରା - ମୀରା ନାୟରଙ୍କ ବହୁ ଚର୍ଚ୍ଚିତ ୱେବ ସିରିଜ ‘ଏ ସୁଇଟେବଲ ବଏ’

କିଛି ଦିନ ହେବ ବିବାଦ ଘେରରେ ନେଟଫ୍ଲିକ୍ସର ପପୁଲାର ସିରିଜ ‘ଏ ସୁଇଟେବଲ ବଏ’ । ଏହି ମାମଲା ଉପରେ ବୟାନ ଦେଇ ଚର୍ଚ୍ଚାରେ ସ୍ବରା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସ୍ବରା ଭାସ୍କର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସ୍ବରା ଭାସ୍କର

By

Published : Nov 26, 2020, 3:25 PM IST

Updated : Nov 26, 2020, 4:11 PM IST

ମୁମ୍ବାଇ: ବଲିଉଡର ବିବାଦୀୟ ଅଭିନେତ୍ରୀ ସ୍ବାରା ଭାସ୍କର ଏଥର ମୀରା ନାୟରଙ୍କ ବହୁ ଚର୍ଚ୍ଚିତ ୱେବ ସିରିଜ ‘ଏ ସୁଇଟେବଲ ବଏ’କୁ ନେଇ ଲାଗିଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ଦେଇଛନ୍ତି । ସିରିଜର ଅଭିନେତ୍ରୀ ତାନିଆ ମାଣିକତାଲା ଏବଂ ଦାନେଶ ରଜଭିଙ୍କ ଦ୍ବାରା ମନ୍ଦିର ପରିସରରେ ଥିବା କିସ୍ ସିନକୁ ନେଇ କିଛି ଦିନ ହେବ ବିବାଦ ଦେଖାଦେଇଛି । ଯାହା ଉପରେ ଏବେ ମାମଲା ରୁଜୁ ହୋଇଛି । ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଦୁଇ ଜଣ ନେଟଫ୍ଲିକ୍ସ ଅଧିକାରୀଙ୍କ ବିରୋଧରେ ମଧ୍ୟପ୍ରଦେଶରେ ଏକ ଏଫଆଇଆର ଦାଏର କରାଯିବା କଥା ନିକଟରେ କହିଥିଲେ । ଏବେ କାଠୁଆ ଗଣଦୁଷ୍କର୍ମ ସହ ଏହାକୁ ତୁଳନା କରି କଡା ଜବାବ ଦେଇଛନ୍ତି ସ୍ବରା ।

ପ୍ରକାଶ ଥାଉକି, ସ୍ବରା ପ୍ରାୟତଃ ସାମାଜିକ ଓ ରାଜନୈତିକ ପ୍ରସଙ୍ଗରେ ନିଜ ପ୍ରତିକ୍ରିୟା ରଖନ୍ତି । ଏଥିପାଇଁ ସେ ଅନେକ ଥର ସମାଲୋଚନାର ଶିକାର ମଧ୍ୟ ହୋଇସାରିଛନ୍ତି ସେ । ଯଦି ‘ଏ ସୁଇଟେବଲ ବଏ’ ବିବାଦ ବିଷୟରେ କଥା ହେବା ତେବେ ସିରିଜ ଉପରେ ଲଭ ଜିହାଦ ଅଭିଯୋଗ ଲଗାଇ ନରୋତ୍ତମ ଏହି ଅଭିଯୋଗ ଆଣିଥିଲେ । ସେପଟେ ଗୌରବ ତିୱାରୀଙ୍କ ଦ୍ବାରା ଦାଖଲ କରାଯାଇଥିବା ଅଭିଯୋଗ ଆଧାରରେ, ନେଟଫ୍ଲିକ୍ସ ଅଧିକାରୀ ମୋନିକା ସେର୍ଗିଲ୍ ଏବଂ ଅମ୍ବିକା ଖୁରାନାଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି)ର ଧାରା 295 (ଏ) (ଧାର୍ମିକ ଭାବନା ଏବଂ ବିଶ୍ବାସକୁ ଅପମାନିତ କରିବା) ଉପରେ ଏକ ଏଫଆଇଆର ଦାଏର ହୋଇଥିଲା ।

Last Updated : Nov 26, 2020, 4:11 PM IST

ABOUT THE AUTHOR

...view details