ଓଡିଶା

odisha

ETV Bharat / sitara

ପଞ୍ଜାବର ୟୁଟ୍ୟୁବରକୁ ନିନ୍ଦା କଲେ ବରୁଣ-କ୍ରିତି - ପଞ୍ଜାବର ୟୁଟ୍ୟୁବରକୁ ନିନ୍ଦା କଲେ ବରୁଣ-କ୍ରିତି

ଅରୁଣାଚଳ ପ୍ରଦେଶର ଜଣେ ବିଧାୟକଙ୍କ ବିରୋଧରେ ଖରାପ ମନ୍ତବ୍ୟ ଦେଇଥିବାରୁ ଜଣେ ୟୁଟ୍ୟୁବରକୁ ତାଗିଦ କରିଛନ୍ତି ବଲିଉଡ ଅଭିନେତା ବରୁଣ ଧୱନ ଏବଂ କ୍ରିତି ସାନନ । ୟୁଟ୍ୟୁବରର ଏକ ଭିଡିଓରେ ଅରୁଣାଚଳ ପ୍ରଦେଶର ବିଧାୟକ ନିନୋଙ୍ଗ ଏରିଙ୍ଗଙ୍କୁ "ଅଣ-ଭାରତୀୟ" କହିଥିଲେ । ଅଧିକ ପଢନ୍ତୁ...

Bollywood celebs slam YouTuber for racial remarks on Arunachal MLA
ପଞ୍ଜାବର ୟୁଟ୍ୟୁବରକୁ ନିନ୍ଦା କଲେ ବରୁଣ-କ୍ରିତି

By

Published : May 27, 2021, 12:08 AM IST

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ଜଣେ ବିଧାୟକଙ୍କ ବିରୋଧରେ ଖରାପ ମନ୍ତବ୍ୟ ଦେଇଥିବାରୁ ଜଣେ ୟୁଟ୍ୟୁବରକୁ ତାଗିଦ କରିଛନ୍ତି ବଲିଉଡ ଅଭିନେତା ବରୁଣ ଧୱନ ଏବଂ କ୍ରିତି ସାନନ। ୟୁଟ୍ୟୁବରର ଏକ ଭିଡିଓରେ ଅରୁଣାଚଳ ପ୍ରଦେଶର ବିଧାୟକ ନିନୋଙ୍ଗ ଏରିଙ୍ଗଙ୍କୁ "ଅଣ-ଭାରତୀୟ" କହିଥିଲେ ଉକ୍ତ ୟୁଟୁବର । ଜାତିଗତ ମନ୍ତବ୍ୟ ପାଇଁ ଅରୁଣାଚଳ ପ୍ରଦେଶ ସରକାର ପଞ୍ଜାବର ୟୁଟ୍ୟୁବର୍ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ କରିଛନ୍ତି।ଅରୁଣାଚଳ ପ୍ରଦେଶରେ ବରୁଣ ଏବଂ କ୍ରିତି ସେମାନଙ୍କର ଆଗାମୀ ଚଳଚ୍ଚିତ୍ର ଭେଡିୟାର ସୁଟିଂ କରିଥିଲେ।

ୟୁଟ୍ୟୁବରର ମନ୍ତବ୍ୟ ଉପରେ ବରୁଣ ଇନଷ୍ଟାଗ୍ରାମ ଷ୍ଟୋରୀରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଥିବା ଦେଖିବାକୁ ମିଳିଛି । ଅଭିନେତା ସୁନ୍ଦର ରାଜ୍ୟକୁ ସମର୍ଥନ କରି ରାଜ୍ୟରେ ସୁଟିଂ କରିବାର ଅଭିଜ୍ଞତା ମଧ୍ୟ ସେୟାର କରିଛନ୍ତି ସେ । ବରୁଣ ଲେଖିଛନ୍ତି, ଅରୁଣାଚଳ ପ୍ରଦେଶରେ ସୁଟିଂରେ ଏତେ ସମୟ ଅତିବାହିତ କରିବା ପରେ ଆଜି ଆମକୁ ଏବଂ ଅନ୍ୟମାନଙ୍କୁ ଶିକ୍ଷା ଦେବାର ସମୟ ଆସିଛି ଯେ ଏହା କେତେ ଭୁଲ୍।

ବରୁଣଙ୍କ ପରେ ତାଙ୍କ କୋ-ଷ୍ଟାର କ୍ରିତି ମଧ୍ୟ ରାଜ୍ୟ ସହ ନିଜର ମତ ରଖିଥିଲେ ଏବଂ ୟୁଟ୍ୟୁବର୍ ପୋଷ୍ଟ କରିଥିବା ମନ୍ତବ୍ୟକୁ ନିନ୍ଦା କରିଥିଲେ। କ୍ରିତି ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ସମାନ ଖବର ସେୟାର କରିଥିଲେ । ଯାହା ପୂର୍ବରୁ ବରୁଣଙ୍କ ଦ୍ବାରା ପୋଷ୍ଟ କରାଯାଇଥିଲା । କ୍ରିତି ଲେଖିଛନ୍ତି, "ଏବେ ସମୟ ଆସିଛି ଯେ ଆମ ଦେଶର ତଥା ପ୍ରତ୍ୟେକ ଅଞ୍ଚଳର ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମାନ ସମ୍ମାନ ଦେବା ଉଚିତ୍” ।

ପ୍ରକାଶ ଥାଉ ଯେ, ପଞ୍ଜାବର ପାରସ ସିଂ, ଯିଏକି ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ 'ପାରସ୍ ଅଫିସିଆଲ୍' ଭାବରେ ଜଣାଶୁଣା । ରବିବାର ଦିନ ପୋଷ୍ଟ କରାଯାଇଥିବା ଏକ ଭିଡିଓରେ ପାରସ କଂଗ୍ରେସ ବିଧାୟକ ନିନୋଙ୍ଗ ଏରିଙ୍ଗଙ୍କୁ ଜଣେ" ଅଣ-ଭାରତୀୟ" ବୋଲି କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details