ମୁମ୍ବାଇ: ଶୁକ୍ରବାର ରାତିରେ କେରଳର କୋଝିକୋଡ ବିମାନବନ୍ଦରରେ ଏକ ଏୟାର ଇଣ୍ଡିଆ ବିମାନ ଲ୍ୟାଣ୍ଡିଂ କରିବା ସମୟରେ ରନୱେରେ ଖସିପଡିଥିଲା । ଯେଉଁଥିରେ ପାଇଲଟ କ୍ୟାପଟେନ ଦୀପକ ସାଥେ ଏବଂ କୋ-ପାଇଲଟ ଅଖିଳେଶ କୁମାରଙ୍କ ସମେତ 20 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଥିଲେ ।
ଏହି ଘଟଣା ସମଗ୍ର ବିଶ୍ୱକୁ ଚମକାଇ ଦେଇଛି । ଏହି ଦୁର୍ଘଟଣା ପରେ ବଲିଉଡର ସେଲିବ୍ରିଟିମାନେ ସୋସିଆଲ ମିଡିଆ ମାଧ୍ୟମରେ ଦୁଃଖ ପ୍ରକାଶ କରିଛନ୍ତି ।
ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ଅମିତାଭ ବଚ୍ଚନ ଟ୍ୱିଟ୍ କରି କହିଛନ୍ତି, ଏହା ଏକ ଭୟଙ୍କର ଦୁଃଖଦ ଘଟଣା । ପ୍ରବଳ ବର୍ଷା ହେତୁ କେରଳରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ରନୱେରେ ଖସିପଡିଥିଲା ।
ଆୟୁଷ୍ମାନ ଖୁରାନା ଲେଖିଛନ୍ତି, "କୋଝିକୋଡରେ ଘଟିଥିବା ହୃଦୟ ବିଦାରକ ବିମାନ ଦୁର୍ଘଟଣା ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଖିତ । ସମସ୍ତ ପୀଡିତ ଏବଂ ସେମାନଙ୍କ ପରିବାର ପ୍ରତି ସମବେଦନା ।
ଆଲିଆ ଭଟ୍ଟ ଲେଖିଛନ୍ତି, ଏହା ଏକ ବହୁତ ଦୁଃଖଦ ଘଟଣା । ଏୟାର ଇଣ୍ଡିଆ ଦୁର୍ଘଟଣାରେ ପୀଡିତଙ୍କ ପରିବାର, ବନ୍ଧୁ ଏବଂ ପ୍ରିୟଜନଙ୍କୁ ମୋର ଗଭୀର ସମବେଦନା ।
ବିକ୍କି କୌଶଲ ଲେଖିଛନ୍ତି, କୋଝିକୋଡ ଦୁର୍ଘଟଣାରେ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାର ପ୍ରତି ମୋର ଗଭୀର ସମବେଦନା । ମୁଁ ଏହି ଦୁଃଖଦ ଦୁର୍ଘଟଣାରେ ପ୍ରଭାବିତ ଲୋକଙ୍କ ପାଇଁ ପ୍ରାର୍ଥନା କରୁଛି ।