ଓଡିଶା

odisha

ETV Bharat / sitara

ସୁଷମାଙ୍କ ବିୟୋଗରେ ମର୍ମାହତ ବଲିଉଡ - ପୂର୍ବତନ ବୈଦେଶିକ ମନ୍ତ୍ରୀ

ଦୁନିଆ ଛାଡି ଚାଲିଯାଇଛନ୍ତି ଦିଲ୍ଲୀର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ସୁଷମା ସ୍ବରାଜ । ତାଙ୍କ ବିୟୋଗରେ ଭାଙ୍ଗିପଡିଛି ପୁରା ଦେଶ ।

ଡିଜାଇନ ଫଟୋ

By

Published : Aug 7, 2019, 3:08 PM IST

ମୁମ୍ବାଇ: ଦେଶ ଆଜି ଆଉ ଜଣେ ବିଶିଷ୍ଟ ମହିଳାଙ୍କୁ ହରାଇଛି । ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଗତକାଲି ସୁଷମାଙ୍କ ଦେହାନ୍ତ ହୋଇଥିଲା । ତାଙ୍କ ନିଧନକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ଦେଶବାସୀ । ପୁରା ଦେଶ ତାଙ୍କ ମୃତ୍ୟୁରେ ଭାଙ୍ଗି ପଡିଥିବାବେଳେ ବଲିଉଡରେ ମଧ୍ୟ ଖେଳିଯାଇଛି ଶୋକର ଛାୟା । ଯେଉଁଠାରେ କାଶ୍ମୀରରୁ ଆର୍ଟିକଲ 370 ହଟିବାକୁ ନେଇ ପୁରା ଦେଶ ଖୁସି ପାଳନ କରିଥିଲା, ଗତକାଲି ଏପରି ଦୁଃଖଦ ଖବରକୁ ସହିପାରୁନାହାଁନ୍ତି ଦେଶବାସୀ ।

ଫଟୋ ସୌଜନ୍ୟ: ଟ୍ବିଟର@ସ୍ବରା ଭାସ୍କର

ସୁଷମାଙ୍କୁ ହଠାତ୍ ହୃଦୟରେ ଯନ୍ତ୍ରଣା ହେବା ଯୋଗୁ ଦିଲ୍ଲୀ ଏଆଇଆଇଏମଏସରେ ଗତ ମଙ୍ଗଳବାର ଭର୍ତ୍ତି କରାଯାଇଥିଲା । ଚିକିତ୍ସା ସତ୍ତ୍ବେ ତାଙ୍କ ମୃତ୍ୟୁ ଘଟିଥିଲା । ଏହି ଖବର ଶୁଣିବା ମାତ୍ରେ ବଲିଉଡ ସେଲିବ୍ରିଟି ଭାଙ୍ଗି ପଡିଥିଲେ । ସେମାନେ ସହଜରେ ସୁଷମାଙ୍କ ମୃତ୍ୟୁ ଖବରକୁ ବିଶ୍ବାସ କରିପାରୁନଥିଲେ । ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ଅଭିନେତ୍ରୀ ପରିଣୀତି ଚୋପ୍ରା, ଶବାନା ଆଜମି, ଜାଭେଦ ଅଖତର, ଲତା ମଙ୍ଗେସକର, ସ୍ବରା ଭାସ୍କର, ସନ୍ନି ଦେଓଲ, ଅନୁପମ ଖେର, ବୋମନ ଇରାନୀ, ରିତେଶ ଦେଶମୁଖ, ଏକତା କପୁର ଓ ମଧୁର ଭଣ୍ଡାରକର ।

ଫଟୋ ସୌଜନ୍ୟ: ଟ୍ବିଟର@ଅମିତାଭ ବଚ୍ଚନ

ଏହି ସେଲିବ୍ରିଟି ସୋସିଆଲ ମିଡିଆରେ ନିଜ ନିଜର ଶୋକ ପ୍ରକାଶ କରିବା ସହ ତାଙ୍କୁ ସ୍ମରଣ କରିଛନ୍ତି । ଅନୁପମ ଟ୍ବିଟରରେ ଲାଇଭ ଆସି ତାଙ୍କ ଆକସ୍ମିକ ମୃତ୍ୟୁରେ ଶୋକ ପ୍ରକାଶ କରିଥିଲେ । ଆଉ ତାଙ୍କ ସ୍ମୃତି ସେୟାର କରିଥିଲେ ।

ଅନ୍ୟପଟେ ବୋମନ ଲେଖିଛନ୍ତି, ‘‘ସେ ପ୍ରକୃତିର ଜଣେ ସାହାସୀ ମହିଳା ଥିଲେ । ତାଙ୍କ ମୃତ୍ୟୁ ବହୁତ କମ ବୟସରେ ହୋଇଛି । ଏପରି ଦୁଃଖଦ ଖବର ଶୁଣି ବହୁତ କଷ୍ଟ ଲାଗୁଛି । ତାଙ୍କ ମୃତ୍ୟୁରେ ରାଷ୍ଟ୍ରର କ୍ଷତି ହୋଇଛି ।’’

ସେହିପରି ପରିଣୀତି ଚୋପ୍ରା ଲେଖିଛନ୍ତି, ‘‘ମୁଁ ସବୁବେଳେ ଗର୍ବିତ ଅନୁଭବ କରୁଥିଲି କି ଆମର ଛୋଟ ସହରର ଜଣେ ମହିଳା ଏହି ସହରକୁ ବଡ କରିଥିବା ସହ ଭିନ୍ନ ମଧ୍ୟ କରିଥିଲେ ।’’

ଫଟୋ ସୌଜନ୍ୟ: ଟ୍ବିଟର@ଲତା ମଙ୍ଗେସକର

ସେପଟେ ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକର ମଧ୍ୟ ଲେଖିଛନ୍ତି, ‘‘ସୁଷମା ସ୍ବରାଜଙ୍କ ଆକସ୍ମିକ ନିଧନ ବିଷୟରେ ଶୁଣି ଆଶ୍ଚର୍ଯ୍ୟ ହେବା ସେ ଖୁବ୍ ଦୁଃଖ ଅନୁଭବ ହୋଇଛି । ଜଣେ ସଚ୍ଚୋଟ ନେତା, ଏକ ସମ୍ବେଦନଶୀଳ ଏବଂ ନିଃସ୍ବାର୍ଥ ଆତ୍ମା, ସଙ୍ଗୀତ ଏବଂ କବିତା ବୁଝିବା ଦକ୍ଷତା ଆଉ ପ୍ରିୟ ବନ୍ଧୁ । ଆମର ପୂର୍ବତନ ବୈଦେଶିକ ମନ୍ତ୍ରୀ ସବୁବେଳେ ସ୍ମରଣ ରହିବେ ।’’

ଫଟୋ ସୌଜନ୍ୟ: ଟ୍ବିଟର@ପରିଣୀତି ଚୋପ୍ରା

ବିବାଦୀୟ ଅଭିନେତ୍ରୀ ସ୍ବରା ଭାସ୍କର ମଧ୍ୟ ଏହି ଦୁଃଖଦ ଘଟଣାରେ ଟ୍ବିଟରରେ ଲେଖିଛନ୍ତି, ‘‘ତାଙ୍କ ଆତ୍ମାକୁ ଶାନ୍ତି ମିଳୁ । ସେ ରାଜନୀତିର ମାନଦଣ୍ଡକୁ ପରିବର୍ତ୍ତନ କରିବା ସହ ରାଜନୀତିରେ ଅନୁଗ୍ରହୀ ଥିଲେ । ସେ ବୈଦେଶିକ ମନ୍ତ୍ରୀ ରୂପେ ସମସ୍ତଙ୍କୁ ପ୍ରେରଣା ଯୋଗାଇଥିଲେ ।’’

ଅନ୍ୟପଟେ ବିଗ ବି ଅଭିତାଭ ବଚ୍ଚନ ମଧ୍ୟ ଟ୍ବିଟର ଲେଖିଛନ୍ତି, ମିଷ୍ଟଭାଷୀ, ଦୁଃଖ ହରଣକାରୀ ସୁଷମା ଜି ଭଳି ଲୋକଙ୍କ ସ୍ଥାନ କେହି ନେଇପାରିବେ ନାହିଁ ।

ଏହିପରି ଅନେକ ସେଲିବ୍ରିଟି ନିଜ ଦୁଃଖ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି 1952 ଫେବୃଆରୀ 14ରେ ଜନ୍ମ ଗ୍ରହଣ କରିଥିଲେ । ଆଉ ଶେଷ ନିଶ୍ବାସ 2019 ଅଗଷ୍ଟ 6ରେ ତ୍ୟାଗ କରିଛନ୍ତି ।

ABOUT THE AUTHOR

...view details