ଓଡିଶା

odisha

ETV Bharat / sitara

ବ୍ଲାକ ୱିକ ଅଫ ବଲିଉଡ; ଶୋକରେ ସେଲିବ୍ରିଟି

ଆଜି ସକାଳେ ମୁମ୍ବାଇର ସାର ଏଚ. ଏନ. ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲରେ ଋଷି କପୁରଙ୍କ ଦେହାନ୍ତ ହୋଇଛି । ଦୀର୍ଘ ଦିନର ଅସୁସ୍ଥତା ପରେ, ଭେଟେରାଇନ ଅଭିନେତା ଶେଷରେ 67 ବର୍ଷ ବୟସରେ ଆମ ସମସ୍ତଙ୍କୁ ବିଦାୟ ଜଣାଇଲେ । ଏହା ମଧ୍ୟ ସାରା ବିଶ୍ୱରୁ ପ୍ରଶଂସକମାନଙ୍କ ସମେତ ବଲିଉଡ ସେଲିବ୍ରିଟିମାନଙ୍କ ପାଇଁ ଏକ ବିରାଟ ଦୁଖର ବିଷୟ । ବଲିଉଡର ସମସ୍ତ ସେଲିବ୍ରିଟିମାନେ ସୋସିଆଲ ମିଡିଆ ମାଧ୍ୟମରେ ସ୍ୱର୍ଗତ ଋଷି କପୁରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଅଧିକ ପଢନ୍ତୁ...

By

Published : Apr 30, 2020, 4:53 PM IST

bollywood celebs heartbroken on rishi kapoore demise
ଦୁନିଆକୁ ଅଲବିଦା କହିଲେ ଋଷି କପୁର, ଶୋକରେ ବଲିଉଡର ସେଲିବ୍ରିଟି

ମୁମ୍ବାଇ: ବଲିଉଡ ଅଭିନେତା ଋଷି କପୁରଙ୍କ ହଠାତ ଦେହାନ୍ତ ହେବା କାରଣରୁ ବଲିଉଡର ସମସ୍ତ ସେଲିବ୍ରିଟିମାନଙ୍କ ହୃଦୟ ଭାଙ୍ଗି ଯାଇଛି । ଆଜି ସକାଳେ ମୁମ୍ବାଇର ସାର ଏଚ. ଏନ. ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲରେ ଋଷି କପୁରଙ୍କ ଦେହାନ୍ତ ହୋଇଛି । ଦୀର୍ଘ ଦିନର ଅସୁସ୍ଥତା ପରେ, ଭେଟେରାଇନ ଅଭିନେତା ଶେଷରେ 67 ବର୍ଷ ବୟସରେ ଆମ ସମସ୍ତଙ୍କୁ ବିଦାୟ ଜଣାଇଲେ । ବଲିଉଡର ସମସ୍ତ ସେଲିବ୍ରିଟିମାନେ ସୋସିଆଲ ମିଡିଆ ମାଧ୍ୟମରେ ସ୍ୱର୍ଗତ ଋଷି କପୁରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଗତକାଲି ପ୍ରଖ୍ୟାତ ଅଭିନେତା ଇରଫାନ ଖାନ ମଧ୍ୟ କ୍ୟାନ୍ସର ଜନିତ ମୃତ୍ୟୁବରଣ କରିଛନ୍ତି ।

ଅଭିନେତା ଅନୁପମ ଖେର ଏକ ଭିଡିଓ ସେୟାର କରିଛନ୍ତି ଯାହା ତାଙ୍କର ଏବଂ ଋଷି କପୁରଙ୍କ ସହ ସାକ୍ଷାତର ଶେଷ ଭିଡିଓ ଥିଲା । ଏହି ଭିଡିଓ ସହିତ ଅନୁପମ ଖେର ଲେଖିଛନ୍ତି ଯେ, ଋଷି କପୁର ଜଣେ ଅତି ପ୍ରିୟ ବନ୍ଧୁ ତଥା ସହକର୍ମୀ ଥିଲେ । ଋଷି କପୁରଙ୍କ ଭିତରେ ପିଲାଳିଆମି ଗୁଣ ଭରପୁର ଥିଲା । ଋଷି କପୁର ସବୁବେଳେ ଆମ ହୃଦୟରେ ରହିବେ । ନମସ୍କାର ।

ସୁପରଷ୍ଟାର ସଲମାନ ଖାନ ମଧ୍ୟ ଦୁଖ ପ୍ରକାଶ କରି ଟ୍ୱିଟ କରି କହିଛନ୍ତି ଯେ, ଭଗବାନ ତୁମର ଆତ୍ମାକୁ ଶାନ୍ତି ଦିଅନ୍ତୁ ଚିଣ୍ଟୁ ସାର....ତୁମକୁ ଆମେ ସର୍ବଦା ମନେ ରଖିବୁ ।

ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର ଋଷି କପୁରଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଋଷି କପୁରଙ୍କ ସହ ନାଚୁଥିବାର ଦେଖିବାକୁ ମିଳିଛି । ଏହି ଫଟୋ ସହିତ ଉର୍ମିଲା ଲେଖିଛନ୍ତି ଯେ, ଋଷି କପୁର ଜଣେ ବହୁତ ଭଲ ଅଭିନେତା ଯିଏ କି ଭିନ୍ନ ଭିନ୍ନ ଅଭିନୟ କରି ଲୋକମାନଙ୍କ ହୃଦୟରେ ତାଙ୍କର ଜାଗା ବନେଇଥିଲେ । ତୁମର ଉଲ୍ଲେଖନୀୟ ଅଭିନୟ ଆମ ସ୍ମୃତିରେ ସବୁଦିନ ପାଇଁ ରହିଥିବ ।

ଅଭିନେତା ସନ୍ନି ଦେଓଲ ଫିଲ୍ମ 'ଦାମିନୀ' ସମୟର ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ନିଜେ, ସ୍ୱର୍ଗତ ଋଷି କପୁର ଏବଂ ଅଭିନେତ୍ରୀ ମୀନାକ୍ଷୀଙ୍କୁ ଦେଖିବାକୁ ମିଳିଛି । ସନ୍ନି ଦେଓଲ ଲେଖିଛନ୍ତି ଯେ, ଋଷି କପୁରଙ୍କ ମୃତ୍ୟୁ ଖବର ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି । ସେ ମୋର ବହୁତ ଭଲ ବନ୍ଧୁ ଥିଲେ । ଭଗବାନ ତାଙ୍କ ପରିବାରକୁ ଶକ୍ତି ଦିଅନ୍ତୁ ମୋର ପ୍ରାର୍ଥନା ।

ଋଷି କପୁରଙ୍କ ଦେହାନ୍ତରେ ମେଗାଷ୍ଟାର ଅମିତାଭ ବଚ୍ଚନ ତାଙ୍କ ଟ୍ୱିଟ ମାଧ୍ୟମରେ କହିଥିଲେ ଯେ, ମୁସକାନ କେ ସାଥ ଋଷି କପୁର ଜୀ କୋ ୟାଦ କିୟା ଜାୟେଗା, ଆଶୁୟୋ କେ ସାଥ ନେହି ।

ABOUT THE AUTHOR

...view details