ଓଡିଶା

odisha

ETV Bharat / sitara

ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ବଲିଉଡ ସେଲିବ୍ରିଟି

ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ପ୍ରଣବ ମୁଖାର୍ଜୀ ବିଶ୍ବକୁ ବିଦାୟ ଜଣାଇଛନ୍ତି । ସେ 84 ବର୍ଷ ବୟସରେ ଦେହାନ୍ତ କରିଛନ୍ତି । ରାଜନେତାଙ୍କ ବ୍ୟତୀତ ବଲିଉଡ ତାରକାମାନେ ମଧ୍ୟ ତାଙ୍କ ମୃତ୍ୟୁରେ ଦୁଖ ପ୍ରକାଶ କରିବା ସହ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଅଧିକ ପଢନ୍ତୁ...

By

Published : Sep 1, 2020, 4:17 PM IST

bollywood celebs gives tribute after pranab mukherjee demise
ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ବଲିଉଡ ସେଲିବ୍ରିଟି

ମୁମ୍ବାଇ: ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ 84 ବର୍ଷ ବୟସରେ ଦେହାନ୍ତ ହୋଇଛି। ପ୍ରଣବଙ୍କୁ ଗତ କିଛି ଦିନ ହେବ ଦିଲ୍ଲୀର ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ମାସରେ ସେ ତାଙ୍କର ବ୍ରନ ସର୍ଜରୀ କରିଥିଲେ, ଯାହାପରେ ସେ କୋମାରେ ଥିଲେ। ପ୍ରଣବଙ୍କ ଦେହାନ୍ତରେ ବଲିଉଡ ଜଗତରେ ମଧ୍ୟ ଶୋକର ଲହରୀ ଖେଳିଯାଇଛି।

ପୂର୍ବତନ ରାଷ୍ଟ୍ରପତିଙ୍କ ମୃତ୍ୟୁକୁ ନେଇ ଅଭିନେତ୍ରୀ ତାପସୀ ପନ୍ନୁ ଟ୍ବିଟ୍ କରି ଲେଖିଛନ୍ତି, "ମୁଁ ତାଙ୍କୁ ଭେଟିବାର ସୁଯୋଗ ପାଇଥିଲି। ମୁଁ ତାଙ୍କ ଉପସ୍ଥିତିରେ 'ପିଙ୍କ' ଦେଖିଥିଲି, ତା’ପରେ ପୁରା ଟିମ ପାଇଁ ରାତ୍ରୀ ଭୋଜନର ଆୟୋଜନ ମଧ୍ୟ କରାଯାଇଥିଲା। ସେହି ଅଭିଜ୍ଞତା ଏବଂ ତାଙ୍କର ଆଚରଣ ମୁଁ କେବେବି ଭୁଲି ପାରିବି ନାହିଁ। ସାର୍, ଆପଣ ସର୍ବଦା ମନେରହିବେ।

ଅଭିନେତା ରିତେଶ ଦେଶମୁଖ ରାଷ୍ଟ୍ରପତିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଲେଖିଛନ୍ତି, "ଅତ୍ୟନ୍ତ ଦୁଖଦାୟକ। ଭାରତ ପାଇଁ ଏକ ବଡ କ୍ଷତି। ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ସାର୍ ତାଙ୍କ କାର୍ଯ୍ୟ ତଥା ଭାରତର ବିକାଶରେ ତାଙ୍କର ଅବଦାନ ପାଇଁ ସର୍ବଦା ସ୍ମରଣୀୟ ରହିବେ। ମୁଁ ତାଙ୍କର ପରିବାର ଏବଂ ତାଙ୍କର ଲକ୍ଷ ଲକ୍ଷ ଅନୁଗାମୀଙ୍କୁ ମୋ ତରଫରୁ ଗଭୀର ସମବେଦନା ଜଣାଉଛି। "

ଏଥିସହିତ ଅଭିନେତ୍ରୀ ରବୀନା ଟଣ୍ଡନ ଟ୍ବିଟ୍ କରି କହିଛନ୍ତି ଯେ, ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ମୁଁ ତାଙ୍କର ଆତ୍ମାର ଶାନ୍ତି ପାଇଁ ହୃଦୟରୁ ସମବେଦନା ଓ ପ୍ରାର୍ଥନା କରୁଛି।

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନସ ନିଜର ଏକ ଥ୍ରୋ ବ୍ୟାକ୍ ଫଟୋ ସେୟାର କରି ଟ୍ବିଟ୍ କରି କହିଛନ୍ତି ଯେ, ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ସାର୍ ଆମ ଦେଶର ଅଭିବୃଦ୍ଧିରେ ଆପଣଙ୍କର ଅବଦାନ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ। ଆପଣଙ୍କ ପରିବାର ପ୍ରତି ହୃଦୟରୁ ସମବେଦନା।"

ଅଭିନେତା ରଣଦୀପ ହୁଡା ପ୍ରଣବ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଲେଖିଛନ୍ତି, ’’ପ୍ରଣବ ମୁଖାର୍ଜୀ ଜଣେ ପ୍ରକୃତ ରାଜନେତା ଥିଲେ। ଏହା ଦେଶ ପାଇଁ ଏକ ବଡ କ୍ଷତି। ଓମ୍ ଶାନ୍ତି।"

ମନୋଜ ବାଜପେୟୀ ଟ୍ବିଟ୍ କରି କହିଛନ୍ତି, "ଦୁଖ ଅତ୍ୟନ୍ତ ଦୁଃଖଦାୟକ! ପ୍ରଭୁ ପ୍ରଣବ ମୁଖାର୍ଜୀଙ୍କ ଆତ୍ମାକୁ ଶାନ୍ତି ମିଳୁ! ଏକ ଅବିଶ୍ବସନୀୟ ଯାତ୍ରା ଶେଷ କଲେ ଅନେକ ଅବଦାନ ଜୀବନ୍ତ ରହିବ।"

ଅଭିନେତା ଅଜୟ ଦେବଗନ ଟ୍ବିଟରରେ ଲେଖିଛନ୍ତି, 'ଭାରତ ଜଣେ ମହାନ ତଥା ସମ୍ମାନିତ ନେତାଙ୍କୁ ହରାଇଲା। ତାଙ୍କ ପରିବାର ପ୍ରତି ମୋର ସମବେଦନା ।

ପ୍ରକାଶ ଥାଉକି, ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ୍ ମୁଖାର୍ଜୀ ଟ୍ବିଟ କରି ରାଷ୍ଟ୍ରପତିଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଛନ୍ତି। ଯାହା ପରେ ସାରା ଦେଶରେ ଶୋକର ଲହରୀ ଖେଳିଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details