ମୁମ୍ବାଇ: ବଲିଉଡର ଅମିତାଭ ବଚ୍ଚନ, ସଞ୍ଜୟ ଦତ୍ତ, ମହେଶ ବାବୁ, ସୁଧୀର ବାବୁ ଏବଂ ୟାମି ଗୈାତମଙ୍କ ପରି ସେଲିବ୍ରିଟିମାନେ ସେମାନଙ୍କର “ସୁନ୍ଦର ମାତାମାନଙ୍କ” ସହ ଫଟୋ ସେୟାର କରି ମାତୃ ଦିବସ ଅବସରରେ ତାଙ୍କ ମା ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ମେଗାଷ୍ଟାର ଅମିତାଭ ବଚ୍ଚନ ଏକ ଭିଡିଓ କ୍ଲିପରେ ସମସ୍ତ ମା ମାନଙ୍କୁ ମାତୃ ଦିବସ ଅବସରରେ ଅଭିନନ୍ଦନ ଜଣାଇ ଲେଖିଛନ୍ତି ଯେ, ପ୍ରତ୍ୟେକ ଦିନ ମାତୃ ଦିବସ ... ଦୁନିଆର ସବୁଠାରୁ ସୁନ୍ଦର ମାତାଙ୍କୁ ... ମୋର ଆମ୍ମା ଜୀ । ହାପି ମର୍ଦସ ଡେ ।
ମା ମାନେ ସବୁବେଳେ ତାଙ୍କ ପିଲାମାନଙ୍କୁ ରକ୍ଷା କରିଥାନ୍ତି । #ମର୍ଦସ ଡେ । କରୋନା ସେ ଲଡନା ହେ, ଡରନା ନେହି ହେ ! #IndiaFightsCorona #SetuMeraBodyguard@mygovindia" । ଅଭିନେତା ଆୟୁଷ୍ମାନ ଖୁରାନା ମାତୃ ଦିବସ ଅବସରରେ ଦୁନିଆର ସମସ୍ତ ମାତାମାନଙ୍କୁ ଏକ ସ୍ୱତନ୍ତ୍ର ଗୀତ ଉତ୍ସର୍ଗ କରିଛନ୍ତି ।
ଅଭିନେତା ସଲମାନ ଖାନ ତାଙ୍କ ଗୀତ 'ତେରେ ବିନା'ର ଟିଜରକୁ ସେୟାର କରି ଲେଖିଛନ୍ତି ଯେ, 'ତେରେ ବିନା' ... ସମସ୍ତ ମାତା ମାନଙ୍କୁ ମାତୃ ଦିବସର ଶୁଭେଚ୍ଛା ଜଣାଉଛି ।
ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଲେଖିଛନ୍ତି ଯେ, ବିଶ୍ବର ସମସ୍ତ ମାତାମାନଙ୍କୁ ମାତୃ ଦିବସର ଶୁଭେଚ୍ଛା । ଆଜି ଆମେ ମାତୃ ଦିବସ ପାଳନ କରୁଛୁ । ମୁଁ ତୁମକୁ ଭଲ ପାଏ, ମା ।
ଫିଲ୍ମ ନିର୍ମାତା କରଣ ଜୋହର ଲେଖିଛନ୍ତି ଯେ, ମା ମତେ ଜୀବନରେ ବହୁ କିଛି ଶିଖାଇଛନ୍ତି, ଧନ୍ୟବାଦ ମା .... ମୁଁ ତୁମକୁ ବହୁତ ଭଲ ପାଏ ମା ... # ହାପି ମର୍ଦସ ଡେ ।
ଅଭିନେତ୍ରୀ କରୀନା କପୁର ଖାନ ତାଇମୁରଙ୍କ ସହ ନିଜର ଏକ ଆକର୍ଷଣୀୟ ଫଟୋ ସେୟାର କରି ଏହାର କ୍ୟାପସନରେ ଲେଖିଛନ୍ତି ଯେ, ଏହି ଫଟୋ ମାତୃ ଦିବସକୁ ଭଲ ଭାବରେ ଦର୍ଶାଇଥାଏ । # ହାପି ମର୍ଦସ ଡେ ।
ଅଭିନେତା ସଞ୍ଜୟ ଦତ୍ତ ଲେଖିଛନ୍ତି ଯେ, ମାତୃ ଦିବସର ଶୁଭେଚ୍ଛା ।
ଅଭିନେତ୍ରୀ ଅନୁଷ୍କା ଶର୍ମା ଲେଖିଛନ୍ତି ଯେ, ମୁଁ ତୁମକୁ ଭଲପାଏ ମା ।
ଅଭିନେତ୍ରୀ ସୋନମ କପୁର ତାଙ୍କ ମା ସୁନୀତା କପୁର ଏବଂ ତାଙ୍କ ଶାଶୁ ପ୍ରିୟା ଅହୁଜାଙ୍କ ସହ ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରି ଉଭୟଙ୍କୁ ମାତୃ ଦିବସର ଶୁଭେଚ୍ଛା ଜଣାଇଛନ୍ତି ।
ଅଭିନେତ୍ରୀ ସୋନାଲି ବେନ୍ଦ୍ରେ କରୋନାଭାଇରସ ଦ୍ବାରା ଚାଲିଥିବା ଲକଡାଉନ ସମୟରେ ଏକ ଭିଡିଓ କଲରେ ତାଙ୍କ ମା ଏବଂ ମାଉସୀଙ୍କୁ ମାତୃ ଦିବସର ଶୁଭେଚ୍ଛା ଜଣାଇଛନ୍ତି ।
ଅଭିନେତ୍ରୀ ୟାମି ଗୈାତମ ଲେଖିଛନ୍ତି ଯେ, ମାମା ତୁମ ସହିତ ମୋର ସବୁଠାରୁ ସୁନ୍ଦର ସମ୍ପର୍କ ... ମୋର ମାମା # ହାପି ମର୍ଦସ ଡେ ।