ହାଇଦ୍ରାବାଦ: ଭାରତୀୟଙ୍କ ଆଶା ଆଙ୍କାକ୍ଷାରେ ପୂର୍ଣ୍ଣଚ୍ଛେଦ ପଡିଛି । ଇତିହାସ ରଚିବାରେ ବିଫଳ ହୋଇଛି ଦ୍ବିତୀୟ ଚନ୍ଦ୍ରଯାନ । ମାତ୍ର ଅଢେଇ କିଲୋମିଟର ଦୂରରୁ ଯାନ ସହ ସମସ୍ତ ସମ୍ପର୍କ ବିଚ୍ଛିନ୍ନ ହୋଇଛି । ସାରା ଦେଶ ନିରାଶ ଓ ଆଶା ମଧ୍ୟରେ ରହିଥିବା ବେଳେ ବଲିଉଡ ମଧ୍ୟ ଆଶାରେ ।
ବିଫଳ ଚନ୍ଦ୍ରଯାନ-2: ଆଶାରେ ବଲିଉଡ - ଚନ୍ଦ୍ରଯାନ-2
ବିଫଳ ହୋଇଛି ଚନ୍ଦ୍ରଯାନ-2 । ମାତ୍ର ଏବେ ବି ଆଶା ଛାଡିନି ଭାରତ । ବଲିଉଡ ଟ୍ବିଟ କରି ଆଶା ବ୍ୟକ୍ତ କରିଛି ।
![ବିଫଳ ଚନ୍ଦ୍ରଯାନ-2: ଆଶାରେ ବଲିଉଡ](https://etvbharatimages.akamaized.net/etvbharat/prod-images/768-512-4363716-thumbnail-3x2-faejpg.jpg)
ଫଟୋ ସୌଜନ୍ୟ: ଏଏନଆଇ
ଅଭିନେତା ରିତେଶ ଦେଶମୁଖ ଟ୍ବିଟରରେ ଇସ୍ରୋ ପାଇଁ ଗର୍ବିତ ବୋଲି କହିଥିବା ବେଳେ ଜେନେଲିଆ ଡିସୋଜାଙ୍କ ସହ ଏକ ଫଟୋ ସେୟାର କରିଥିଲେ । ଅନୁପମ ଖେର ମଧ୍ୟ ପୁରା ଭାରତ ଇସ୍ରୋ ସହ ଅଛି ବୋଲି ଟ୍ବିଟ କରିଥିଲେ ।
ଫିଲ୍ମ ନିର୍ମାତା ଅନୁଭବ ସିହ୍ନା ଯୋଗାଯୋଗ ପୁଣି ହୋଇପାରିବ ବୋଲି କହିଛନ୍ତି । ବିଶ୍ବାସ ରଖ ବୋଲି କହିଛନ୍ତି ଆର୍ଟିକିଲ-15ର ନିର୍ଦ୍ଦେଶକ । ବିକ୍ରମ ଲ୍ୟାଣ୍ଡର ଲାଣ୍ଡ କରିବା ପୂର୍ବରୁ ହିଁ ସମସ୍ତ ସମ୍ପର୍କ ଛିନ୍ନ ହୋଇଥିବା କହିଛନ୍ତି ଇସ୍ରୋ ମୁଖ୍ୟ କେ ଶିବନ ।