ନୂଆଦିଲ୍ଲୀ: ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 70 ବର୍ଷରେ ପାଦ ଦେଇଛନ୍ତି । ଏହି ଅବସରରେ ବଲିଉଡର ଅନେକ ସେଲିବ୍ରିଟିମାନେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।
ବରିଷ୍ଠ ଅଭିନେତା ଅନୁପମ ଖେର ଟ୍ବିଟରରେ ନିଜର ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଠାରେ ସେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା କରୁଥିବାର ଦେଖିବାକୁ ମିଳିଛି । ଭିଡିଓ ସହିତ ଅନୁପମ ଟୁଇଟ୍ କରି କହିଛନ୍ତି, "ଜନ୍ମଦିନର ଶୁଭେଚ୍ଛା ପ୍ରଧାନମନ୍ତ୍ରୀ # ନରେନ୍ଦ୍ର ମୋଦି ଜୀ । ଆପଣଙ୍କ ସ୍ବାସ୍ଥ୍ୟ ଏବଂ ସୁସ୍ଥତା ପାଇଁ ମୋର ଶୁଭକାମନା । ଜୟ ହିନ୍ଦ୍ ।
କଙ୍ଗନା ତାଙ୍କ ମନାଲି ଘରୁ ଏକ ଭିଡିଓ ସେୟାର କରିଛନ୍ତି । ପଙ୍ଗା ଅଭିନେତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ଆପଣଙ୍କୁ ପ୍ରଧାନମନ୍ତ୍ରୀ ରୂପରେ ଗ୍ରହଣ କରି ଦେଶ ଭାଗ୍ୟବାନ ।
ଅଭିନେତା ଅନିଲ କପୁର ମଧ୍ୟ ଟ୍ବିଟ କରି ପ୍ରଧାନମନ୍ତ୍ରୀଙ୍କ ସହ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଠାରେ ଦୁହେଁ ଦୁହିଁଙ୍କର ହାତ ଧରିଥିବାର ନଜର ଆସିଛନ୍ତି । ଅନିଲ ଟୁଇଟ୍ କରି କହିଛନ୍ତି, "ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା । ସେ ଯାହା କରନ୍ତି, ଦେଶର ଉନ୍ନତି ପାଇଁ "। ତାଙ୍କ ସେବା ପାଇଁ ଧନ୍ୟବାଦ,# ହାପି ବର୍ଥଡେ ପିଏମ ମୋଦି ଜୀ ।