ମୁମ୍ବାଇ: ଆଜି ଦେଶରେ ପାଳନ ହେବ ଦୀପାବଳି । କୋରୋନା ସଙ୍କଟ ପାଇଁ ଏଥର ଧୁମଧାମରେ ପାଳନ ନହେଲେ ବି ନିଜ ନିଜ ଘରେ ସୁରକ୍ଷିତ ରୂପେ ସେଲିବ୍ରେଶନ କରିବେ ସମସ୍ତେ । ଏଥରୁ ବାଦ ପଡିନାହାଁନ୍ତି ସେଲିବ୍ରିଟି । ଘରେ ସୁରକ୍ଷିତ ଦୀପାବଳି ପୂଜା କରିବା ସହ ଫ୍ୟାନ୍ସଙ୍କୁ ମଧ୍ୟ ଜଣାଇଛନ୍ତି ଶୁଭେଚ୍ଛା । ଏହି କ୍ରମରେ ସାମିଲ ଅଛନ୍ତି ସୁପରଷ୍ଟାର ଅମିତାଭ ବଚ୍ଚନ, ପପୁଲାର ଗାୟକ ଦିଲଜିତ ଦୋସାଞ୍ଝ, ସ୍ବରା ଭାସ୍କର, ନିର୍ଦ୍ଦେଶିକା ରିମା କାଗତି, ନିର୍ଦ୍ଦେଶକ କୁନାଲ କୋହଲି ।
ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଅମିତାଭ ଟ୍ବିଟ କରି ଅଯୋଧ୍ୟାର ଏକ ନ୍ୟୁଜ ପୋଷ୍ଟ କରିଛନ୍ତି । ଯେଉଁଥିରେ ସୂଚନା ଦିଆଯାଇଛି ଯେ ଦୀପାବଳି ଅବସରରେ ଅଯୋଧ୍ୟାରେ 5 ଲକ୍ଷରୁ ଅଧିକ ଦୀପ ଜଳାଯାଇଛି । ଆଉ ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ହାପି ଦିୱାଲୀ ।’