ମୁମ୍ବାଇ: ମେଗାଷ୍ଟାର ଅମିତାଭ ବଚ୍ଚନ, ରବୀନା ଟଣ୍ଡନ, ମନୋଜ ବାଜପେୟୀ ଏବଂ ନିମ୍ରତ କୌରଙ୍କ ପରି ଅନେକ ସେଲିବ୍ରିଟିମାନେ ଗୁରୁ ପୁର୍ଣ୍ଣିମା ଅବସରରେ ସେମାନଙ୍କ ଶିକ୍ଷକ ଓ ଗୁରୁମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏହି ଅବସରରେ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରିଛନ୍ତି । ଅମିତାଭ ବଚ୍ଚନ ଲେଖିଛନ୍ତି, ସମସ୍ତଙ୍କୁ ଗୁରୁ ପୂର୍ଣ୍ଣିମା ଅଭିନନ୍ଦନ । ଗୁରୁମାନଙ୍କ ଆଶୀର୍ବାଦ ଆମ ସହିତ ସର୍ବଦା ରହିଛି ।
ଗୁରୁ ପୂର୍ଣ୍ଣିମା ଅବସରରେ ଅମିତାଭ ଇନଷ୍ଟାଗ୍ରାମରେ ତାଙ୍କ ସ୍ୱର୍ଗତ ପିତା କବି ହରିବଂଶ ରାୟ ବଚ୍ଚନଙ୍କ ଫଟୋ ମଧ୍ୟ ସେୟାର କରିଛନ୍ତି ।
ଏହି ଅବସରରେ ମନୋଜ ବାଜପେୟୀ ଲେଖିଛନ୍ତି, ଗୁରୁ ପୂର୍ଣ୍ଣିମା ଅବସରରେ ମୁଁ ମୋର ସମସ୍ତ ଗୁରୁମାନଙ୍କୁ ପ୍ରଣାମ କରୁଛି । ଗୁରୁଙ୍କ ନିର୍ଦ୍ଦେଶ ବିନା ମୁଁ ମୋର ଲକ୍ଷ୍ୟସ୍ଥାନରେ ପହଞ୍ଚିପାରି ନଥାନ୍ତି ।
ସୁଭାଷ ଘାଇ ଲେଖିଛନ୍ତି, ହାପି ଗୁରୁ ପୂର୍ଣ୍ଣିମା । ଗୁରୁ ଶବ୍ଦ ଦୁଇଟି ସଂସ୍କୃତ ଶବ୍ଦ 'ଗୁ' + 'ରୁ' ରୁ ଆସିଛି । 'ଗୁ' ର ଅର୍ଥ ଅଜ୍ଞାନ ଏବଂ ଅନ୍ଧକାର 'ରୁ'ର ଅର୍ଥ ଅନ୍ଧକାରକୁ ହଟାଇବା । ଗୁରୁ ଆମକୁ ସଠିକ୍ ଜିନିଷ ଶିଖାଇଥାନ୍ତି ଏବଂ ଆମକୁ ସଠିକ୍ ପଥ ଦେଖାଇଥାନ୍ତି । ଗୁରୁ ଆମ ଜୀବନରୁ ଅନ୍ଧକାର ଦୂର କରନ୍ତି ।