ମୁମ୍ବାଇ: ଫିଲ୍ମ ‘ଛପାକ’ର ପ୍ରମୋଶନରେ ବ୍ୟସ୍ତ ଥିବା ଦୀପିକା ପାଦୁକୋନ ନିକଟରେ ସିଏଏ ବିରୋଧ କରୁଥିବା ଜେଏନୟୁ ଛାତ୍ରଙ୍କୁ ସାକ୍ଷାତ କରିବାକୁ ଜେଏନୟୁ ପରିସରରେ ପହଞ୍ଚିଥିଲେ । ଯେଉଁଠାରେ ଜେଏନୟୁ ହିଂସାରେ ଆହତ ହୋଇଥିବା ଛାତ୍ରଙ୍କ ସହ ସାକ୍ଷାତ କରି ସେମାନଙ୍କ ହାଲଚାଲ ପଚାରି ବୁଝିଥିଲେ । ଜେଏନୟୁ ଛାତ୍ରଙ୍କ ସହ ଦୀପିକାଙ୍କ ଏହି ସାକ୍ଷାତ ପରେ ସୋସିଆଲ ମିଡିଆରେ ୟୁଜର୍ସ ଦୁଇଟି ଭାଗରେ ବାଣ୍ଟି ହୋଇଯାଇଛନ୍ତି ।
ଗୋଟିଏ ପଟେ କିଛି ୟୁଜର୍ସ ଦୀପିକାଙ୍କ ଆଗାମୀ ଫିଲ୍ମ ‘ଛପାକ’କୁ ବଏକଟ କରିବାକୁ କହୁଥିବା ବେଳେ ସେହିଠାରେ ଆଉ କିଛି ଦୀପିକାଙ୍କ ସମର୍ଥନ କରୁଥିବାର ନଜର ଆସୁଛନ୍ତି । ଇତିମଧ୍ୟରେ ଟ୍ବିଟରେ #Boycottchhapaak ଓ #ISupportDeepika ଟ୍ରେଣ୍ଡ କରିବାରେ ଲାଗିଛି । ଏବେ ଦୀପିକାଙ୍କ ସମର୍ଥନରେ ବଲିଉଡର ଅନେକ ଷ୍ଟାର୍ସ ସାମ୍ନାକୁ ଆସିଛନ୍ତି ।
ଫଟୋ ସୌଜନ୍ୟ: ଟ୍ବିଟର@ସ୍ବରା ଭାସ୍କର ଏହି କ୍ରମରେ ସର୍ବପ୍ରଥମ ନାମ ବି-ଟାଉନର ବିବାଦୀୟ ଅଭିନେତ୍ରୀ ସ୍ବରା ଭାସ୍କରଙ୍କ ସାମିଲ ଅଛି । ଦୀପିକା ଜେଏନୟୁ ଯିବାକୁ ପ୍ରଶଂସା କରିଛନ୍ତି ସେ । ସେହିପରି ଦୀପିକାଙ୍କ ଭିଡିଓ ସେୟାର କରି ସ୍ବରା ଟ୍ବିଟରରେ ଲେଖିଛନ୍ତି, ‘ବଲିଉଡ ଜେଏନୟୁ ସମର୍ଥନରେ ।’
ସ୍ବରାଙ୍କ ପରି ଫେମସ ନିର୍ଦ୍ଦେଶକ ଅନୁରାଗ କଶ୍ୟପ, ଦୀପିକାଙ୍କ ସମର୍ଥନ କରିଛନ୍ତି । ସେ ଏକ ଟ୍ବିଟ କରି ଲେଖିଛନ୍ତି, ‘ଏହା ଭୁଲିବା କଥା ନୁହେଁ ଯେ ଦୀପିକା ଫିଲ୍ମ ଛପାକର ପ୍ରଯୋଜକଙ୍କ ମଧ୍ୟରେ ଅନ୍ୟତମ । ସେ ଅନେକ ରିସ୍କ ଉଠାଇଛନ୍ତି । ମୋ ହୃଦୟରେ ଦୀପିକାଙ୍କ ପାଇଁ ବହୁତ ସମ୍ମାନ ଅଛି ।’
ଫଟୋ ସୌଜନ୍ୟ: ଟ୍ବିଟର@ଅନୁରାଗ କଶ୍ୟପ ଦ୍ବିତୀୟ ଟ୍ବିଟରେ ଅନୁରାଗ ଲେଖିଛନ୍ତି, ‘ସବୁ ସମୟରେ ମହିଳା ସାହାସି ଥିଲେ, ଅଛନ୍ତି ଆଉ ରହିବେ ମଧ୍ୟ । ଛପାକର ପ୍ରଥମ ଦିନର ସବୁ ଶୋ । ସେହି ସବୁ ଲୋକଙ୍କୁ ଅନୁରୋଧ ଯିଏ ହିଂସା ବିରୋଧରେ ଠିଆ ହୋଇଛନ୍ତି ବୁକ ମାଇ ଶୋକୁ ଯିବାର ଆବଶ୍ୟକ ଅଛି ଏବଂ ଅନ୍ୟ ଲୋକଙ୍କୁ ଦେଖାଇଦେବାର ଅଛି । ଯିଏ ଫିଲ୍ମର ବିରୋଧ କରୁଛନ୍ତି । ଏକ ସାଇଲେଣ୍ଟ ବୟାନ ଦେବାର ସମୟ ଆସିଯାଇଛି ।’
ଫଟୋ ସୌଜନ୍ୟ: ଟ୍ବିଟର@ଅନୁରାଗ କଶ୍ୟପ ଅନ୍ୟପଟେ ବି-ଟାଉନର ଲୋକପ୍ରିୟ ଅଭିନେତ୍ରୀ ସିମି ଗରେୱାଲ ମଧ୍ୟ ଦୀପିକାଙ୍କ ଏହି ପଦକ୍ଷପର ଖୁବ୍ ପ୍ରଶଂସା କରିଛନ୍ତି । ଟ୍ବିଟ କରି ସେ ଦୀପିକାଙ୍କୁ ରିୟଲ ହିରୋ କହିଛନ୍ତି । ସେ ଟ୍ବିଟରେ ଲେଖିଛନ୍ତି, ‘ଦୀପିକା ପାଦୁକୋନ, ମୁଁ ଆପଣଙ୍କ କମିଟମେଣ୍ଟ ଏବଂ ସାହାସିକତାର ପ୍ରଶଂସା କରୁଛି । ଆପଣ ରିୟଲ ହିରୋ ।’
ଫଟୋ ସୌଜନ୍ୟ: ଟ୍ବିଟର@ସିମି ଗରେୱାଲ ସଙ୍ଗୀତକାର ବିଶାଲ ଦଦଲାନୀ ଦୀପିକାଙ୍କ ପ୍ରଶଂସାରେ କହିଛନ୍ତି, ‘ଫୁଲ ସପୋର୍ଟ ଆଉ ଦୀପିକା ନିଜ ସାହାସ ଦେଖାଇବା ପାଇଁ ଧନ୍ୟବାଦ । ଯେଉଁଠି ବଲିଉଡର ଅନେକ ଲୋକ ଦୀପିକାଙ୍କ ପରି କରିପାରୁନାହାଁନ୍ତି ।’
ଫଟୋ ସୌଜନ୍ୟ: ଟ୍ବିଟର@ବିଶାଲ ଦଦଲାନୀ ଫିଲ୍ମ ନିର୍ମାତା ନିଖିଲ ଆଡଭାନୀ ସେହିପରି ଟ୍ବିଟ କରି ଲେଖିଛନ୍ତି, ‘ନିର୍ମାତା ରୂପେ ଆଜି ଦୀପିକା ପାଦୁକୋନଙ୍କୁ ମୁମ୍ବାଇରେ ପ୍ରିଭ୍ୟୁ ଥିୟଟର୍ସରେ ଉପସ୍ଥିତ ହେବାର ଥିଲା । ହେଲେ ଏହାବ୍ୟତୀତ ଦୀପିକା ଜେଏନୟୁ ଛାତ୍ରଙ୍କ ସହ ଏକଜୁଟ ହୋଇ ଠିଆ ହେବାର ନିଷ୍ପତ୍ତି ନେଇଥିଲେ । ଏମିତି କରିବା ପୂର୍ବରୁ ଦୀପିକାଙ୍କୁ ନିଜ ଆକ୍ସନରୁ ହେବାକୁ ଥିବା ରିଆକ୍ସନ ଭଲ ରୂପେ ଜଣାଥିଲା । ତାଙ୍କୁ ସମ୍ମାନ ।’
ଫଟୋ ସୌଜନ୍ୟ: ଟ୍ବିଟର@ନିଖିଲ ଆଡଭାନୀ