ଓଡିଶା

odisha

By

Published : Oct 12, 2020, 7:58 PM IST

ETV Bharat / sitara

ମୁମ୍ବାଇରେ ପାୱାରକଟ: ବତ୍ତି ଗୁଲ କହି ମଜାକ ଉଡାଇଲା ବଲିଉଡ

ମୁମ୍ବାଇରେ ପାୱାର୍ ଗ୍ରୀଡ୍ ଫେଲ୍ ହେବା କାରଣରୁ ସହରର ଲାଇଫଲାଇନ୍ ଲୋକାଲ୍ ଟ୍ରେନ୍ ଅଟକି ରହିଥିଲା। ଯାହା ଉପରେ ଟ୍ବିଟ କରିଛନ୍ତି ଅନେକ ସେଲିବ୍ରିଟି।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ବିଜୁଳି ବିଭାଗର ପାୱାର ଗ୍ରୀଡ୍ ଫେଲ୍ ହେତୁ ସୋମବାର ସକାଳେ ଠପ ହୋଇଯାଇଥିଲା ଆର୍ଥିକ ରାଜଧାନୀ ମୁମ୍ବାଇ । ବିଦ୍ୟୁତ ଯୋଗାଣ ବ୍ୟାହତ ହେତୁ ଅତ୍ୟାବଶ୍ୟକ ସେବା ପାଇଁ ଚାଲୁଥିବା ମୁମ୍ବାଇର ଲାଇଫଲାଇନ୍ ଲୋକାଲ ଟ୍ରେନ ମଧ୍ୟ କିଛି ସମୟ ପାଇଁ ଅଟକି ଯାଇଥିଲା। ଏହି ମାମଲାରେ ସେଲିବ୍ରିଟିଙ୍କ ପ୍ରତିକ୍ରିୟା ବର୍ତ୍ତମାନ ସାମ୍ନାକୁ ଆସିଛି । ମହାନାୟକ ଅମିତାଭ ବଚ୍ଚନଙ୍କ ଠୁ ନେଇ ଅନୁପମ ଖେର ଟ୍ବିଟ କରି ନିଜ ମନ କଥା ପ୍ରକାଶ କରିଛନ୍ତି । ସେପଟେ ଵୃହନମୁମ୍ବାଇ ମହାନଗର ପାଳିକା ସୂଚନା ଦେଇଛନ୍ତି ଯେ ଟାଟାର ବିଜୁଳି ଯୋଗାଣ ବାଧାପ୍ରାପ୍ତ ହେବାରୁ ସହରରେ ବିଜୁଳି ଗ୍ରୀଡ୍ ଫେଲ୍ ହୋଇଛି।

ଗ୍ରୀଡ୍ ଫେଲ୍ ପାଇଁ ମୁମ୍ବାଇର ଅନ୍ଧେରୀ, ଜୁହୁ, ମୀରା ରୋଡ, ନବି ମୁମ୍ବାଇ, ଥାଣେ ଓ ପନୱେଲ ଅଞ୍ଚଳ ଅଧିକ ପ୍ରଭାବିତ ହୋଇଛି । ସ୍ଥାନୀୟ ଲୋକ ହଠାତ୍ କଟା ଯାଇଥିବା ବିଦ୍ୟୁତ ଉପରେ ଟ୍ବିଟ କରି ଅଭିଯୋଗ କରୁଛନ୍ତି ।

ସେହିପରି ଅମିତାଭ ଟ୍ବିଟ କରିଛନ୍ତି, ‘ବିଦ୍ୟୁତ ଆଉଟେଜରେ ପୁରା ସହର। ଶାନ୍ତିରେ ରୁହ ସବୁ ଠିକ୍ ହୋଇଯିବ ।’ ତାଙ୍କ ପରେ ଅନୁପମ ଲେଖିଛନ୍ତି, ‘ବତ୍ତି ଗୁଲ ।’

ଏହି ଦୁଇ ଷ୍ଟାରଙ୍କ ବ୍ୟତୀତ କଙ୍ଗନା ରଣାୱତ, କୁନାଲ ଖେମୁ, ଅଶୋକ ପଣ୍ଡିତ ଭଳି ସେଲିବ୍ରିଟି ଗ୍ରିଡ୍ ଫେଲ୍ ଉପରେ ପ୍ରତିକ୍ରିୟା ଦେଇଛନ୍ତି । ନିଜ ନିଜ ଟ୍ବିଟକୁ ପିଏମ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି ସେଲିବ୍ରିଟି ।

ABOUT THE AUTHOR

...view details