ମୁମ୍ବାଇ: କରୋନା ଭାଇରସ ମହାମାରୀ ମଧ୍ୟରେ ଗଣେଶ ଚତୁର୍ଥୀ ମହୋତ୍ସବ ଆଜି ସାରା ଦେଶରେ ବହୁତ ଧୁମଧାମର ସହ ପାଳନ କରାଯାଉଛି । ମୁମ୍ବାଇରେ ମଧ୍ୟ ଏହି ପର୍ବ ଏକ ଭିନ୍ନ ଉତ୍ସାହରେ ଦେଖିବାକୁ ମିଳେ ।
ଯେଉଁଥିରେ ବହୁ ବଲିଉଡ ତାରକାମାନେ ମଧ୍ୟ ଅଂଶଗ୍ରହଣ କରିଛନ୍ତି । ଏଥିସହିତ ଅନେକ ସେଲିବ୍ରିଟିମାନେ ମଧ୍ୟ ଗଣପତିଙ୍କ ମୂର୍ତ୍ତୀ ନିଜ ଘରକୁ ଆଣିଥିଲେ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ସେମାନଙ୍କ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ସର୍ବପ୍ରଥମେ, ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ କି ତାଙ୍କ ଘରକୁ ଭଗବାନ ଗଣେଶଙ୍କ ମୂର୍ତ୍ତୀ ନେଇଥିବାର ନଜର ଆସିଥିଲେ । ଏଥର ଶିଳ୍ପାଙ୍କ ପାଇଁ ଏହି ପର୍ବ ଅତ୍ୟନ୍ତ ସ୍ୱତନ୍ତ୍ର, କାରଣ ଏହା ତାଙ୍କ ଝିଅଙ୍କର ପ୍ରଥମ ପୂଜା ଅଟେ । ଏହାପୂର୍ବରୁ ଶିଳ୍ପା ତାଙ୍କ ପୁଅ ଏବଂ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ସହ ଏହି ଉତ୍ସବ ପାଳନ କରିଆସୁଥିଲେ ।
ମେଗାଷ୍ଟାର ଅମିତାଭ ବଚ୍ଚନ ଟ୍ୱିଟରରେ ଗଣେଶ ସେଲିବ୍ରେସନର ଫଟୋ ପୋଷ୍ଟ କରି ପ୍ରଂଶସକମାନଙ୍କୁ ଏହି ଉତ୍ସବର ଶୁଭେଚ୍ଛା ଜଣାଇଛନ୍ତି । ଫଟୋଗୁଡ଼ିକରେ ଅଭିନେତା ଗଣେଶଙ୍କ ପ୍ରତିମାଙ୍କ ପାଦ ଛୁଇଁଥିବାର ଏବଂ ପୁଅ ଅଭିଷେକ ବଚ୍ଚନଙ୍କ ସହ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି । ଏହି ପୋଷ୍ଟ ସହିତ ଥିବା କ୍ୟାପସନରେ ଅମିତାଭ ଲେଖିଛନ୍ତି, ଗଣପତି ବାପ୍ପା ମୋରିଆ ।
ଅଭିନେତ୍ରୀ ହେମା ମାଲିନି ଟ୍ୱିଟରରେ ଗଣପତିଙ୍କ ମୂର୍ତ୍ତୀ ପୋଷ୍ଟ କରି ପ୍ରଂଶସକମାନଙ୍କୁ ଗଣେଶ ଉତ୍ସବର ଶୁଭେଚ୍ଛା ଜଣାଇଛନ୍ତି । ପୋଷ୍ଟର କ୍ୟାପସନରେ ହେମା ଲେଖିଛନ୍ତି, "ଗଣେଶ ଜୀ, ହିନ୍ଦୁମାନଙ୍କର ସବୁଠାରୁ ପ୍ରିୟ ଦେବତା । ଏହି ଗଣେଶ ଚତୁର୍ଥୀ ଅବସରରେ ମୁଁ ସମସ୍ତଙ୍କର ସ୍ୱାସ୍ଥ୍ୟ, ସୁଖ ଏବଂ ସମୃଦ୍ଧତା ପାଇଁ ପ୍ରାର୍ଥନା କରୁଛି ।
ଅଭିନେତା ନୀଲ ନିତିନ ମୁକେଶ ତାଙ୍କ ଘରକୁ ଆଣିଥିବା ଗଣପତିଙ୍କ ମୂର୍ତ୍ତୀକୁ ପୋଷ୍ଟ କରି ପ୍ରଂଶସକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଅଭିନେତା ଅଜୟ ଦେବଗନ୍ ଗଣେଶଙ୍କ ଏକ ଭିଡିଓ ସେୟାର କରି ଲେଖିଛନ୍ତି,“ଗଣପତି ବାପ୍ପା ମୋରିଆ”।
ଅଭିନେତ୍ରୀ କାଜୋଲ ଟ୍ୱିଟରରେ ଗଣେଶଙ୍କ ଏକ ଫଟୋ ପୋଷ୍ଟ କରି ପ୍ରଂଶସକମାନଙ୍କୁ ଏହି ଉତ୍ସବର ଶୁଭେଚ୍ଛା ଜଣାଇଛନ୍ତି । ଏହି ପୋଷ୍ଟ ସହିତ କାଜୋଲ ଲେଖିଛନ୍ତି, ଏହି ଗଣେଶ ଚତୁର୍ଥୀ ଅବସରରେ ମୁଁ ସମସ୍ତଙ୍କ ପାଇଁ ନିରାପତ୍ତା ଏବଂ ଶାନ୍ତି କାମନା କରୁଛି । “ଗଣେଶ ଚତୁର୍ଥୀ”।