ଓଡିଶା

odisha

ETV Bharat / sitara

ଫ୍ୟାନ୍ସଙ୍କୁ ସେଲିବ୍ରିଟିଙ୍କ ଇଦ ମୁବାରକ

ଇଦ ଅବସରରେ ସେଲିବ୍ରିଟି ପ୍ରଶଂସକଙ୍କ ପାଇଁ ସୋସିଆଲ ମିଡିଆରେ କଲେ ସୁସ୍ଥ କାମନା। ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : May 14, 2021, 8:03 AM IST

ମୁମ୍ବାଇ: ଧୁମଧାମରେ ନହେଲେ ବି ସୁରୁଖୁରୁରେ ଆଜି ପୁରା ଦେଶ ଇଦ ପାଳନ କରୁଛି । କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଘରେ ରହି ଇଦ ପର୍ବ ପାଳନ କରିବାକୁ ନିବେଦନ କରିଛନ୍ତି ସରକାର । ସେପଟେ ଏହି ଅବସରରେ ବଲିଉଡର ସେଲିବ୍ରିଟି ଫ୍ୟାନ୍ସଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କୁ ପାଇଁ ସୁସ୍ଥ କାମନା କରିଛନ୍ତି ।

ସେହିପରି ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ବିଗ ବି ଅମିତାଭ ବଚ୍ଚନ ଟ୍ବିଟରରେ ଏକ ଫଟୋ ପୋଷ୍ଟ କରି, ‘ଇଦ ମୁବାରଖ’ ଲେଖିଛନ୍ତି ।

ଅମିତାଭଙ୍କ ବ୍ୟତୀତ ବଲିଉଡର ଡିଭା ସୋନମ କପୁର ନିଜ ଡେବ୍ୟୁ ଫିଲ୍ମ ‘ସାୱରିୟା’ର ଗୀତ ‘ଦେଖୋ ଚାନ୍ଦ ନଜର ଆୟା’ ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଇଦ ମୁବାରଖ ମୋ ଭାଇ ଓ ଭଉଣୀମାନେ ।’

ସୁସ୍ମିତା ସେନ ମଧ୍ୟ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ଇଦ ମୁବାରଖ ତୁମକୁ ଏବଂ ତୁମର ପ୍ରିୟ ଲୋକଙ୍କୁ । ଆପଣ ସମସ୍ତଙ୍କୁ ଧନ୍ୟବାଦ, ଯେଉଁମାନେ ରୋଜା ମାଧ୍ୟମରେ ଆମକୁ ମନେ ପକାଇଲେ । ଏହି ଘଡିସନ୍ଧି ମୁହୂର୍ତ୍ତରେ ମାନବିକତାକୁ ସାହାଯ୍ୟ କର।’ଏହା ସହ ସୁସ୍ମିତା ସମସ୍ତଙ୍କ ପାଇଁ ପ୍ରେମ ଏବଂ ଶାନ୍ତି ପାଇଁ ପ୍ରାର୍ଥନା କଲେ।

ସେପଟେ ଅଭିନେତ୍ରୀ ଦିବ୍ୟା ଖୋସଲା କୁମାର ନିଜର ଏକ ଫଟୋ ପୋଷ୍ଟ କରି ସମସ୍ତଙ୍କୁ ଇଦର ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଅକ୍ଷୟ କୁମାର, ଅଭିଷେକ ବଚ୍ଚନ, ଅନିଲ କପୁର ସମେତ ଅନେକ ସେଲିବ୍ରିଟି ଫ୍ୟାନ୍ସଙ୍କୁ ଇଦର ମୁବାରଖ ବାତ୍ ଜଣାଇଛନ୍ତି ।

ABOUT THE AUTHOR

...view details