ଓଡିଶା

odisha

ETV Bharat / sitara

ନିକିତା ହତ୍ୟା ମାମଲା, ରାଗିଲେ ସେଲିବ୍ରିଟି - ଭୂମି ପେଡନେକର ଓ ରଣବୀର ସୌରଙ୍କ ନ୍ୟୁଜ

ଟ୍ବିଟ କରି ନିକିତାଙ୍କ ହତ୍ୟା ମାମଲାରେ ପ୍ରତିକ୍ରିୟା ଦେଇଛନ୍ତି ସେଲିବ୍ରିଟି । ସୋମବାର ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

By

Published : Oct 29, 2020, 12:25 PM IST

ଚଣ୍ଡିଗଡ: ହରିୟାଣାର ଛାତ୍ରୀ ନିକିତା ତୋମରଙ୍କ ହତ୍ୟା ମାମଲାକୁ ନେଇ କ୍ଷୋଭ ପ୍ରକାଶ କରିଛି ସାରା ଦେଶ । ମଙ୍ଗଳବାର ଘଟଣାରେ ଏସଆଇଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହରିୟାଣା ଗୃହମନ୍ତ୍ରୀ ଅନୀଲ ବିଜ। ତେବେ ବର୍ତ୍ତମାନ ମାମଲାରେ ଏସଆଇଟି ଲଭ ଜିହାଦର ଦିଗକୁ ନେଇ ମଧ୍ୟ ଯାଞ୍ଚ କରିବ । ସେପଟେ ମାମଲାରେ ଗିରଫ 2 ଅଭିଯୁକ୍ତ ତୌସିଫ ଓ ରେହାନକୁ ପୋଲିସ ରିମାଣ୍ଡରେ ପଠାଇଦେଇଛନ୍ତି କୋର୍ଟ। ଗୋଟିଏ ପଟେ ଏହି ଘଟଣାର ସମାଲୋଚନ କରାଯାଉଥିବା ବେଳେ ସେଲିବ୍ରିଟି ଏହାର କଡା ନିନ୍ଦା କରିଛନ୍ତି ।

ବଲିଉଡର ବିବାଦୀୟ ଅଭିନେତ୍ରୀ ସ୍ବରା ଭାସ୍କର ଟ୍ବିଟରେ ଲେଖିଛନ୍ତି, ‘ଏକ ଭୟାନକ, ପୁରୁଷ ପ୍ରାଧାନ୍ୟ ସମାଜରେ ସହମତି ଦେବା କାହିଁକି ବିଷାକ୍ତ ମନେହୁଏ? ହେଲେ ଖୁସି ଲାଗୁଛି ତୈସିଫ ଧରାପଡିଛି।’

ସେପଟେ ଅଭିନେତା ରଣବୀର ସୌରୀ ଟ୍ବିଟରରେ ଲେଖିଛନ୍ତି, ‘ଆଶ୍ଚର୍ଯ୍ୟକର କଥା, ମୁଁ ଚାହୁଁଛି ଦଣ୍ଡ ସମାନ ଯନ୍ତ୍ରଣାଦାୟକ ହେବା ଉଚିତ, ନିକିତାଙ୍କ ପାଇଁ ନ୍ୟାୟ।’

ବି-ଟାଉନ କୁଇନ କଙ୍ଗନା ରଣାୱତ ମଧ୍ୟ କ୍ରୋଧ ପ୍ରକାଶ କରି ଲେଖିଛନ୍ତି, ‘ନିକିତାଙ୍କ ସାହାସ ରାଣୀ ଲକ୍ଷ୍ମୀବାଇ ଓ ପଦ୍ମବାତୀଙ୍କ ଠୁ କମ ନୁହେଁ । ଜିଦାହୀ ହତ୍ୟାକାରୀ ତାଙ୍କୁ ସାଥିରେ ନେବାକୁ ଚାହୁଁଥିଲା । ନିକିତା ଚାହିଁଥିଲେ ତା ସାଥିରେ ଯାଇପାରିଥାଆନ୍ତା ହେଲେ ସେ ମରିବାକୁ ପସନ୍ଦ କଲେ । ଦେବୀ ନିକିତା ସବୁ ହିନ୍ଦୁ ମହିଳାଙ୍କ ପାଇଁ ଗର୍ବ ଓ ସମ୍ମାନ ପରି।’

କଙ୍ଗନାଙ୍କ ବ୍ୟତୀତ ଭୂମି ପେଡନେକର ଲେଖିଛନ୍ତି, ‘ନିକିତାଙ୍କୁ ପିଛା କରୁଥିବା ତୈସିଫ ହତ୍ୟା କରିଛନ୍ତି । ବହୁତ ଦୁଃଖ ଲାଗୁଛି । ହେଲେ ଏହି କଥାରେ ଶାନ୍ତି ମିଳିଛି ଯେ ହତ୍ୟାକାରୀ ଧରାପଡିଛି ।’

ପ୍ରକାଶ ଥାଉକି ସୋମବାର ଛାତ୍ରୀ ଜଣଙ୍କ ପରୀକ୍ଷା ଦେଇ କଲେଜରୁ ବାହାରକୁ ଆସୁଥିବା ସମୟରେ 2 ଦୁବୃର୍ତ୍ତ କାରରେ ଆସି ତାଙ୍କୁ ଜବରଦସ୍ତ ବସାଇବାକୁ ଚେଷ୍ଟା କରିଥିଲେ । ଛାତ୍ରୀ ଜଣଙ୍କ କାରରେ ବସିବାକୁ ମନା କରିବାରୁ 2 ଅଭିଯୁକ୍ତ ତାଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ ।

ABOUT THE AUTHOR

...view details