ମୁମ୍ବାଇ: କୋରୋନା ଭାଇରସ କାରଣରୁ ଦେଶରେ 25 ମାର୍ଚ୍ଚରୁ 21 ଦିନ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଥିଲା । ଯାହା ମଙ୍ଗଳବାର ଅର୍ଥାତ୍ 14 ଏପ୍ରିଲ ରାତି 12 ଟାରେ ଶେଷ ହେବାର ଥିଲା । ହେଲେ ଦେଶରେ କୋରୋନା ଭାଇରସର ବୃଦ୍ଧିକୁ ଦେଖି ପିଏମ ମୋଦି ମଙ୍ଗଳବାର ଦିନ ଏହି ଲକଡାଉନକୁ ଆସନ୍ତା ମେ 3 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ପିଏମ ମୋଦିଙ୍କର ଲକଡାଉନ ଘୋଷଣା ଶୁଣିବା ପରେ ପୁଣି ଥରେ ବଲିଉଡ ସେଲିବ୍ରିଟିମାନେ ନିଜର ପ୍ରତିକ୍ରିୟା ଦେଉଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଲକଡାଉନ ଘୋଷଣା ଶୁଣି ଅଭିନେତ୍ରୀ କଙ୍ଗନାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ, ପ୍ରସୁନ୍ନ ଯୋଶୀ, ବିବେକ ଅଗ୍ନିହୋତ୍ରୀ ପରି ଅନେକ ସେଲିବ୍ରିଟିମାନେ ଟ୍ୱିଟ୍ କରି ନିଜର ପ୍ରତିକ୍ରିୟା ସେୟାର କରିଛନ୍ତି ।
ରଙ୍ଗୋଲି ଟ୍ୱିଟ କରି କହିଛନ୍ତି ଯେ, ମୋଦିଙ୍କର ଏହି ନିଷ୍ପତ୍ତିରେ ବହୁତ ଖୁସି ଅଟେ । ଦେଶ କୋରୋନା ଭାଇରସରୁ ମୁକ୍ତ ହେବା ପାଇଁ ଏହା ଏକମାତ୍ର ଉପାୟ । ଲକଡାଉନ ଦ୍ବାରା ଏହି ମହାମାରୀରୁ ଲୋକେ ନିଜକୁ ରକ୍ଷା କରିପାରିବେ । ମୁଁ ଚାହୁଁଛି ମୋଦି ତାଙ୍କ କଥାରେ ଆମ ସମସ୍ତଙ୍କୁ ଅଧିକ ପ୍ରେରଣା ଦିଅନ୍ତୁ ।