ଓଡିଶା

odisha

ETV Bharat / sitara

ଭାରତର ବିଜୟକୁ ସେଲିବ୍ରେଟ କଲା ବି-ଟାଉନ, ଦେଖନ୍ତୁ ଫଟୋ

ଭାରତ-ପାକିସ୍ତାନ ମ୍ୟାଚକୁ ଭରପୁର ଉପଭୋଗ କରିଛନ୍ତି ଦେଶବାସୀ । ଏଥିରେ ପଛରେ ନାହାଁନ୍ତି ବଲିଉଡ ସିତାରା । ରବିବାର ସନ୍ଧ୍ୟାରେ ମ୍ୟାଚ ଦେଖିବାକୁ ପସନ୍ଦ କରିଛନ୍ତି ବି-ଟାଉନର ସେଲିବ୍ରିଟି ।

By

Published : Jun 17, 2019, 3:00 PM IST

ଡିଜାଇନ ଫଟୋ

ହାଇଦ୍ରାବାଦ: ଆଇସିସି ବିଶ୍ବକପ ପୁଣି ଭାରତ-ପାକିସ୍ତାନ ଲଢେଇ । କିଏ ନଦେଖିବାକୁ ଚାହିଁବ! ଦେଶରେ ସବୁଆଡେ ଗତକାଲି(16 ଜୁନ) କ୍ରିକେଟର ଫିଭର । ତେବେ ପଛରେ ନଥିଲା ବଲିଉଡ । ରବିବାର ସନ୍ଧ୍ୟାରେ ଭାରତର ବଡ ବିଜୟକୁ ଖୁବ ଉପଭୋଗ କରିଛନ୍ତି ବଲିଉଡ ସିତାରା । ପ୍ରାୟ 89 ରନରେ ପାକିସ୍ତାନକୁ ଧୂଳି ଚଟେଇଥିଲା ଭାରତ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଏହି ଐତିହାସିକ ବିଜୟର ଶୁଭେଚ୍ଛା ଜଣାଇଛନ୍ତି ଭାଇଜାନ । ସୋଫା ଉପରେ ଭାରତୀୟ ଦଳର ଟି-ସାର୍ଟ ପିନ୍ଧି ମ୍ୟାଚ ଦେଖୁଥିବାର ଏକ ଫଟୋ ସେୟାର କରିଛନ୍ତି ଭାଇଜାନ ଓ ତା' ସହ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଅଭିନେତା ଅନିଲ କପୁର ମଧ୍ୟ ମ୍ୟାଚର କିଛି ଫଟୋ ସେୟାର କରି ଭାରତୀୟ ଦଳକୁ ଶୁଭେଚ୍ଛା ଦେଇଛନ୍ତି । ଅନ୍ୟପକ୍ଷେ ଅଭିନେତ୍ରୀ ଇଶା ଗୁପ୍ତା ଭାରତୀୟ ଦଳର ପ୍ରସଂଶା କରିବା ସହ ଅଭିନନ୍ଦନ ଜଣାଇଛନ୍ତି ।

ଡିଜାଇନ ଫଟୋ

ଅଭିନେତା ସୈଫଅଲ୍ଲୀ ଖାନ ମ୍ୟାଚ ଦେଖିବା ପାଇଁ ପହଞ୍ଚିଥିଲେ ମଞ୍ଚେଷ୍ଟରରେ । ସେଠାରେ ସେ ମ୍ୟାଚକୁ ଖୁବ ଉପଭୋଗ କରିବା ସହ ଭାରତର ବିଜୟର ସାକ୍ଷୀ ହୋଇଥିଲେ । ଅନ୍ୟପକ୍ଷେ ପୁଅ ତୈମୁର ଅଲ୍ଲୀ ଖାନଙ୍କ ମଧ୍ୟରେ କ୍ରିକେଟର କ୍ରେଜ ଦେଖିବାକୁ ମିଳିଛି । ଭାରତୀୟ କ୍ରିକେଟ ଦଳର ଟି-ସାର୍ଟ ପିନ୍ଧି ଦଳକୁ ସଲାମ କରିଛନ୍ତି । ତୈମୁରଙ୍କ ଏହି ଫଟୋ କାଫି ଭାଇରାଲ ହୋଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ବିବେକ ଓବରୟ ମଜାଦାର ଟ୍ବିଟ କରି ଦଳକୁ ଅଭିନନ୍ଦନ ଜଣାଇଛନ୍ତି । ସେ ଲେଖିଥିଲେ,‘ଏହି ସାତଜନମର ସମ୍ପର୍କ ଅତୁଟ, ଆଜି ସାତ ନମ୍ବର ଘେରା ପାକିସ୍ତାନର ପୁରା ହେଲା । ତୁମେମାନେ ଏମିତି ହିଁ ହାରୁଥାଅ’ । ଅନ୍ୟପକ୍ଷେ ଅନୁପମ ଖେର ମଧ୍ୟ ଟ୍ବିଟରେ ଲେଖିଥିଲେ,‘ ଆଜି ପଡୋଶୀରେ ବହୁତ ଟିଭି ଭାଙ୍ଗିବ’ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଏପଟେ କମେଡି କିଙ୍ଗ କପିଲ ଶର୍ମା ସୁଟିଂ ସେଟରେ ମ୍ୟାଚକୁ ଖୁବ ଉପଭୋଗ କରିଛନ୍ତି । ପ୍ରକାଶଥାଉକି,ଏ ପର୍ଯ୍ୟନ୍ତ ଭାରତ-ପାକିସ୍ତାନ ମଧ୍ୟରେ ବିଶ୍ବକପରେ 7ଟି ମ୍ୟାଚ ଖେଳାଯାଇଛି ଓ ସବୁଥିରେ ଭାରତର ଦମଦାର ବିଜୟ ହୋଇଥିଲା । ଆଗକୁ 22 ଜୁନରେ ଭାରତ ଆଫଗାନିସ୍ତାନ ସହ ମ୍ୟାଚ ଖେଳିବ ।

ABOUT THE AUTHOR

...view details