ଓଡିଶା

odisha

ETV Bharat / sitara

ଆଇନ କବଳରେ ବିଗ ବିଙ୍କ ଚର୍ଚ୍ଚିତ ଫିଲ୍ମ ‘ଝୁଣ୍ଡ’ - ବହୁପ୍ରିତିକ୍ଷତ ଫିଲ୍ମ ‘ଝୁଣ୍ଡ’ ଉପରେ କପିରାଇଟ ଉଲ୍ଲଂଘନ କରିବା ଅଭିଯୋଗ

ବହୁପ୍ରିତିକ୍ଷତ ଫିଲ୍ମ ‘ଝୁଣ୍ଡ’ ଉପରେ କପିରାଇଟ ଉଲ୍ଲଂଘନ କରିବା ଅଭିଯୋଗ । ରିଲିଜ ଉପରେ ଲାଗିପାରେ ରୋକ। ଅଧିକା ପଢନ୍ତୁ...

ଫଟୋ ସୌଜନ୍ୟ:ଇନଷ୍ଟାଗ୍ରାମ@ଅମିତାଭ ବଚ୍ଚନ
ଫଟୋ ସୌଜନ୍ୟ:ଇନଷ୍ଟାଗ୍ରାମ@ଅମିତାଭ ବଚ୍ଚନ

By

Published : May 27, 2020, 4:16 PM IST

ମୁମ୍ବାଇ: ମହାନାୟକ ଅମିତାଭ ବଚ୍ଚନଙ୍କ ଅଭିନୀତ ଫିଲ୍ମ ‘ଝୁଣ୍ଡ’ ଦୀର୍ଘ ସମୟରୁ ଚର୍ଚ୍ଚାରେ । ହେଲେ ଫିଲ୍ମକୁ ନେଇ ଏବେ ଏମିତି ଏକ ଖବର ସାମ୍ନାକୁ ଆସିଛି। ଯାହାକୁ ନେଇ ମେକର୍ସଙ୍କୁ ମିଳିଛି ବଡ ଝଟକା । ଚର୍ଚ୍ଚା ଜୋର ଧରିଛି ଯେ ଫିଲ୍ମ ରିଲିଜ ଉପରେ ରୋକ ଲଗାଇବା ପାଇଁ ଏକ ଆଇନ ଯାଚିକା ଦାଖିଲ କରାଯାଇଛି । ଯାହାର ଶୁଣାଣି ଆସନ୍ତା କାଲି ତଥା ମେ 28ରେ ହେବ।

ଫିଲ୍ମର ନିର୍ଦ୍ଦେଶନ ଦାୟିତ୍ବ ତୁଲାଇଛନ୍ତି ମରାଠୀ ଫିଲ୍ମ ‘ସୈରାତ’ର ନିର୍ଦ୍ଦେଶକ ନାଗରାଜ ମଞ୍ଜୁଲେ। ହାଇଦ୍ରାବାଦର ଫିଲ୍ମ ନିର୍ମାତା ନନ୍ଦୀ ଚିନ୍ନି କୁମାର ତେଲେଙ୍ଗାନାର ମିୟାପୁରର ଅତିରିକ୍ତ ଜିଲ୍ଲା ଜଜ ରଙ୍ଗା ରେଡ୍ଡୀଙ୍କ କୋର୍ଟରେ ଏହି ମାମଲା ଦାୟର କରିଛନ୍ତି। ସେ ଏହି ଫିଲ୍ମ ଉପରେ କପିରାଇଟ ଉଲ୍ଲଂଘନ କରିଥିବା ଅଭିଯୋଗ କରିଛନ୍ତି।

ଫିଲ୍ମ ‘ଝୁଣ୍ଡ’ ଏନଜିଓ ସ୍ଲମ ସାକର ଫାଉଣ୍ଡେସନର ପ୍ରତିଷ୍ଠାତା ତଥା କୋଚ ବିଜୟ ବରସେଙ୍କ କାହାଣୀ ଉପରେ ଆଧାରିତ। ବିଜୟ ଗରିବ ପିଲାମାନଙ୍କୁ ଫୁଟବଲ ଖେଳିବାକୁ ଉତ୍ସାହିତ କରିଥିଲେ ଏବଂ ସେମାନଙ୍କୁ ଖରାପ ଅଭ୍ୟାସର ଶିକାରରୁ ରକ୍ଷା କରିଥିଲେ। ସେ ଅଖିଳେଶ ପାଲଙ୍କ କୋଚ ମଧ୍ୟ ଥିଲେ, ଯିଏ କି କୁଖ୍ୟାତ ଗ୍ୟାଙ୍ଗଷ୍ଟରରୁ ଜଣେ ଫୁଟବଲର ସାଜିଥିଲେ।

ଏହି ମାମଲାରେ ନିକଟରେ ନନ୍ଦୀ ଚିନ୍ନି କହିଥିଲେ ଯେ ସେ ଅଖିଳେଶ ପାଲଙ୍କ ଠାରୁ କପିରାଇଟ କିଣିଥିଲେ । ଯିଏ ଜଣେ ଡନ ଏବଂ ବସ୍ତି ପିଲାଙ୍କୁ ଫୁଟବଲର ଟ୍ରେନିଂ ଦେବା ସହ ଭାରତୀୟ ଅଧିନାୟକ ଭାବରେ ଫୁଟବଲ ଖେଳୁଛନ୍ତି। ସେ ତାଙ୍କ କୋଚ ବିଜୟଙ୍କ ଦ୍ବାରା ଅନୁପ୍ରାଣିତ ହୋଇଥିଲେ। ବର୍ତ୍ତମାନ ନାଗରାଜ ଏକ ଫିଲ୍ମ ନିର୍ମାଣ କରୁଛନ୍ତି, ଯାହା ବିଜୟଙ୍କ ବାସ୍ତବ ଜୀବନର କାହାଣୀ ଉପରେ ଆଧାରିତ। ବିଜୟ ନିଜ ଜୀବନ ଉପରେ ଏକ ଫିଲ୍ମ ନିର୍ମାଣ କରିବା ଅଧିକାର ଟି-ସିରିଜକୁ ବିକ୍ରି କରିଦେଇଛନ୍ତି। ଯିଏ ଫିଲ୍ମର ନିର୍ମାତା। ଫିଲ୍ମ ନିର୍ମାଣ କରିବାର ଅଧିକାର ଟି-ସିରିଜରେ ବିକ୍ରି କରିଛନ୍ତି।

ହେଲେ ଅଖିଳେଶ ତାଙ୍କୁ ଏକ ଆଇନ ନୋଟିସ୍‌ରେ ସୂଚନା ଦେଇଛନ୍ତି ଯେ ସେ ତାଙ୍କ ଜୀବନ ଉପରେ ଫିଲ୍ମ ନିର୍ମାଣ କରିବାର ଅଧିକାର ନାଗରାଜ ମଞ୍ଜୁଲେଙ୍କୁ ବିକ୍ରି କରିଛନ୍ତି, ଯାହା ଚୁକ୍ତିନାମା ଉଲ୍ଲଂଘନ ବ୍ୟତୀତ ଅନ୍ୟ କିଛି ନୁହେଁ ବୋଲି କହିଛନ୍ତି ନନ୍ଦୀ ।

ABOUT THE AUTHOR

...view details