ହାଇଦ୍ରାବାଦ: ବଲିଉଡ ଆଉ ଫ୍ୟାସନ ପରସ୍ପର ସହ ଅଙ୍ଗାଅଙ୍ଗୀ ଭାବେ ଜଡିତ । ସେଥିପାଇଁ ତ ବଲିଉଡ ଷ୍ଟାରଙ୍କ ଆଉଟଫିଟ୍ ଠାରୁ ଆରମ୍ଭ କରି ଲାଇଫଷ୍ଟାଇଲ ପର୍ଯ୍ୟନ୍ତ ସବୁଥିରେ ରୁଚି ରଖିଥାଆନ୍ତି ସାଧାରଣ ଜନତା । ଏହାସହ ନିଜ ଫେବରାଇଟ ଷ୍ଟାରଙ୍କ ଆଫଟଫିଟକୁ ମଧ୍ୟ କରିଥାଆନ୍ତି ଫଲୋ ।
ଅନେକ ସମୟରେ ବଲିଉଡ ଫିଲ୍ମ ଅଭିନୀତ ଚରିତ୍ର ନେଇଥିବା ଗେଟ୍ଅପ୍ ଏବଂ ମେକଅପକୁ ମଧ୍ୟ ଖୁବ୍ ଲମ୍ବା ସମୟ ପର୍ଯ୍ୟନ୍ତ ଫଲୋ କରାଯାଇଥାଏ । ବଲିଉଡରେ ଏମିତି ଅନେକ ଫିଲ୍ମ ନିର୍ମାଣ ହୋଇଛି ଯେଉଁଥିରେ ଫିଲ୍ମର କ୍ୟାରେକ୍ଟର ନେଇଥିବା ଗେଟଅପକୁ ଆଜି ପର୍ଯ୍ୟନ୍ତ ଅନୁସରଣ କରାଯାଏ । ଆଜି ଆମେ ଆପଣଙ୍କୁ ସେମିତି କିଛି ଫିଲ୍ମ ସମ୍ପର୍କରେ କହିବୁ ...
ବଲିଉଡ ଫିଲ୍ମ ଚାନ୍ଦିନୀ । ଏହା ଖୁବ୍ ପପୁଲାର ହୋଇଥିଲା । ଏଥିରେ ଅଭିନୟ କରି ଖୁବ୍ ନାଁ କମାଇଥିଲେ ଅଭିନେତ୍ରୀ ସ୍ବର୍ଗତଃ ଶ୍ରୀଦେବୀ । ଏହାସହ ତାଙ୍କ ଶାଢୀର କ୍ରେଜ ମଧ୍ୟ ଆଜି ପର୍ଯ୍ୟନ୍ତ ଦର୍ଶକଙ୍କ ମନରେ ଦେଖିବାକୁ ମିଳିଥାଏ ।