ଓଡିଶା

odisha

ମଦରେ ବିସ୍କୁଟ ବୁଡାଇ ଖାଉଛନ୍ତି ସ୍ବରା

By

Published : Dec 28, 2020, 11:26 AM IST

କ୍ରିସମାସ୍‌ରେ ସ୍ବରାଙ୍କ ନୂଆ ରେସିପି । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ । ମଦ ସହ ବିସ୍କୁଟର କମ୍ବିନେସନ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସ୍ବରା ଭାସ୍କର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସ୍ବରା ଭାସ୍କର

ମୁମ୍ବାଇ: ଅଭିନେତ୍ରୀ ସ୍ବରା ଭାସ୍କର କୌଣସି ନା କୌଣସି କାରଣ ପାଇଁ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି । ସେ କିଛି ନା କିଛି ଏମିତି କରନ୍ତି ଯାହା ଚର୍ଚ୍ଚାରେ ବିଷୟ ପାଲଟିଥାଏ । ଏଥର ମଧ୍ୟ ତାଙ୍କ ମଜାଦାର ଅନ୍ଦାଜ ପୁଣି ଦେଖିବାକୁ ମିଳୁଛି । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ । କଥାଟି ହେଲା ଯେ ନିକଟରେ ସେ ସେଲିବ୍ରେଟ କରିଥିଲେ କ୍ରିସମାସ୍ । ଏହି ଅବସରରେ ସେ ଏକ ନୂଆ ରେସିପି ଫ୍ୟାନ୍ସଙ୍କ ସହ ସେୟାର କରିଥିଲେ । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଆଉ ତାଙ୍କ ରେସିପି ଦେଖି ସମସ୍ତେ ଆଶ୍ଚର୍ଯ୍ୟ ।

ବର୍ତ୍ତମାନ ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖିବାକୁ ମିଳୁଛି ସ୍ବରା ମଦରେ ବିସ୍କୁଟ ବଡାଇ ଖାଉଥିବାର । ସେହିପରି ସେ ଭିଡିଓରେ କହୁଛନ୍ତି, ‘ଫ୍ରେଣ୍ଡସ୍ ଏହା ହେଉଛି କ୍ରିସମାସ୍‌ର ସବୁଠାରୁ ଭଲ ରେସିପି । ବିସ୍କୁଟକୁ ସାବଧାନୀରେ ୱାଇନରେ ବଡାଇ ଆଉ ଶିଘ୍ର ଖାଇଦିଅନ୍ତୁ ।’

ସ୍ବରା ଭାସ୍କରଙ୍କ ଏହି ଭିଡିଓ ଫିଲ୍ମଫେୟାର ଇନଷ୍ଟାଗ୍ରାମ ଦ୍ବାରା ସେୟାର କରାଯାଇଛି । ଯେଉଁଥିରେ ଫ୍ୟାନ୍ସ ମଜାଦାର କମେଣ୍ଟି କରିବାରେ ଲାଗିଛନ୍ତି । ପ୍ରକାଶ ଥାଉକି ଅଭିନୟ ବ୍ୟତୀତ ସ୍ବରା ସାମାଜିକ, ରାଜନୈତିକ ପ୍ରସଙ୍ଗ ଉପରେ ମଧ୍ୟ ପ୍ରତିକ୍ରିୟା ଦେବାକୁ କେବେ ଭୁଲନ୍ତି ନାହିଁ । ନିଜ ବିନ୍ଦାସ ଅନ୍ଦାଜ ପାଇଁ ସେ ପ୍ରାୟତଃ ଟ୍ରୋଲର୍ସଙ୍କ ଶିକାର ହୋଇସାରିଛନ୍ତି ।

ABOUT THE AUTHOR

...view details