ଓଡିଶା

odisha

ETV Bharat / sitara

ସ୍ବାମୀଙ୍କୁ ଝୁରି ବିଗିଡିଲା ସାଇରା ବାନୁଙ୍କ ସ୍ବାସ୍ଥ୍ୟ, ICUରେ ଭର୍ତ୍ତି - ଅସୁସ୍ଥ ସାଇରା ବାନୁ

ଅସୁସ୍ଥ ବର୍ଷିୟାନ ବଲିଉଡ ଅଭିନେତ୍ରୀ ସାଇରା ବାନୁ । ଆଜି(ବୁଧବାର)ଗୁରୁତର ହେବାରୁ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସାଇରା । ଅଧିକ ପଢନ୍ତୁ...

ଅସୁସ୍ଥ ସାଇରା ବାନୁ
ଅସୁସ୍ଥ ସାଇରା ବାନୁ

By

Published : Sep 1, 2021, 2:29 PM IST

ମୁମ୍ବାଇ:ଅସୁସ୍ଥ ବର୍ଷିୟାନ ବଲିଉଡ ଅଭିନେତ୍ରୀ ସାଇରା ବାନୁ । ଚିକିତ୍ସା ପାଇଁ ତିନି ଦିନ ପୂର୍ବରୁ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆଜି(ବୁଧବାର) ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ସାଇରାଙ୍କ ମଧୁମେହ ଓ ରକ୍ତଚାପ ଜନିତ ସମସ୍ୟା ରହିଛି । ତିନି ଦିନ ତଳେ ଅସୁସ୍ଥ ହେବାରୁ ତାଙ୍କୁ ହିନ୍ଦୁଜା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଆଜି ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ICUକୁ ସ୍ତାନାନ୍ତରିତ କରାଯାଇଛି ।

ସ୍ବାମୀ ଦିଲୀପ କୁମାର ଚିକିତ୍ସିତ ହେଉଥିବା ସେହି ସମାନ ହସ୍ପିଟାଲରେ ୭୭ବର୍ଷୀୟ ସାଇରାଙ୍କୁ ଭର୍ତ୍ତି କରାଯାଇଛି । ୨୦୨୧ ଜୁଲାଇ ୭ରେ ବର୍ଷିୟାନ ଅଭିନେତା ଦିଲୀପ କୁମାରଙ୍କ ଦେହାନ୍ତ ହୋଇଥିଲା । ଶେଷ ସମୟ ଯାଏଁ ସାଇରା ସ୍ବାମୀ ଦିଲୀପ କୁମାରଙ୍କ ସେବା କରୁଥିଲେ । ହେଲେ ଏବେ ବୋଧହୁଏ ସ୍ବାମୀଙ୍କ ଯିବାପରେ ସମ୍ପୂର୍ଣ୍ଣ ଏକା ହୋଇ ବିଗିଡିଯାଇଛି ସାଇରାଙ୍କ ସ୍ବାସ୍ଥ୍ୟାବସ୍ଥା । ୧୯୬୧ରେ ସାଇରା ଫିଲ୍ମ ଜଗତରେ ପାଦ ଥାପିଥିଲେ । 'ଜଙ୍ଗଲ' ଚଳଚ୍ଚିତ୍ରରେ ସମି କପୁରଙ୍କ ସହିତ ଅଭିନୟ କରିଛନ୍ତି ସାଇରା । ୧୯୬୭ରେ ଦିୱାନା, ୧୯୭୦ରେ ପୂରବ ଓ ପଶ୍ଚିମ ଓ ୧୯୭୬ରେ ହେରା ଫେରି ଭଳି ଦମଦାର ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ସାଇରା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details