ଓଡିଶା

odisha

By

Published : Oct 22, 2020, 9:44 PM IST

ETV Bharat / sitara

କଙ୍ଗନାଙ୍କୁ ଘାରିଛି ହିମାଚଳ ଚିନ୍ତା, ଦେଲେ ଚେତାବନୀ

ମୁମ୍ବାଇ ପୋଲିସ କଙ୍ଗନା ଓ ତାଙ୍କ ଭଉଣୀ ରଙ୍ଗୋଲୀଙ୍କ ବିରୋଧରେ ଏକ ନୋଟିସ୍ ଜାରି କରିଛନ୍ତି । ଏହାବ୍ୟତୀତ ହିମାଚଳ ଗୁଣଗାନ କରି ଲୋକଙ୍କୁ ସଚେତନ ରହିବାକୁ କହିଛନ୍ତି ଅଭିନେତ୍ରୀ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ

ମୁମ୍ବାଇ: ବଲିଉଡର କଣ୍ଟ୍ରୋଭର୍ସି ଅଭିନେତ୍ରୀ କଙ୍ଗନା ରଣାୱତ ନିଜ ଆଗାମୀ ଫିଲ୍ମ ‘ତେଜସ’ ଓ ‘ଧାକଡ’କୁ ନେଇ ଚର୍ଚ୍ଚାରେ । ନିକଟରେ ସେ ଫିଲ୍ମ ପାଇଁ ଆକ୍ସନ ଷ୍ଟଣ୍ଟ ପ୍ରାକ୍ଟିସ୍ କରୁଥିବାର ନଜର ଆସୁଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ସେୟାର କରି ଫିଲ୍ମ ବିଷୟରେ ସୂଚନା ଦେଇଥିଲେ । ଆଉ ଏବେ ସେ ହିମାଚଳ ପ୍ରଦେଶ ବିଷୟରେ ଆଲୋଚନା କରିଛନ୍ତି ।

ବୁଧବାର ଟ୍ବିଟରରେ ଏକ ପୋଷ୍ଟ କରି ଲେଖିଛନ୍ତି, ‘ହିମାଚଳରେ ଫିଲ୍ମ ସୁଟ ପାଇଁ ଏକ ନୂଆ ଲୋକପ୍ରିୟ ସ୍ଥଳ ନିର୍ମାଣ କରାଯାଇଛି । ମୁମ୍ବାଇରେ କ୍ୟାରିୟର ସମୟରେ ମୁଁ ଯେତେବେଳେ ଲୋକଙ୍କୁ ହିମାଚଳ ବିଷୟରେ କହୁଥିଲି ତେବେ ଲୋକଙ୍କୁ ଅଧିକ ଜଣାନଥିଲା । ଆଉ ମୁଁ ହିମାଚଳର ଛୋଟ ଗାଁର ବୋଲି ଅନେକ ଥର ଲୋକଙ୍କ ଦ୍ବାରା ଜଜ୍ ମଧ୍ୟ ହୋଇଛି। ବାଣିଜ୍ୟିକ ଭାବରେ ଏଠାରେ ଭଲ ବିକାଶ ହୋଇଛି, ଆସନ୍ତୁ ଏହାକୁ ପରିବେଶ ଦୃଷ୍ଟିକୋଣରୁ ମଧ୍ୟ ଲାଭଦାୟକ କରିବା ।’

ସେହିପରି ଆଉ ଏକ ଟ୍ବିଟରେ କହିଛନ୍ତି, ‘ହିମାଚଳ ପ୍ରଦେଶକୁ ଆସନ୍ତୁ କିନ୍ତୁ ଏଠାରେ ପ୍ଲାଷ୍ଟିକ୍ ବ୍ୟବହାର କରନ୍ତୁ ନାହିଁ, ବିଶେଷକରି ଖାଲି ବୋତଲ ଏବଂ ଚିପ୍ସର ପ୍ୟାକେଟ୍ | ଏହି ସୁନ୍ଦର ଉପତ୍ୟକା (ସ୍ପିଟି ଭ୍ୟାଲି) କିଛି ଦିନ ମଧ୍ୟରେ ଏକ ବିଶାଳ ଅଳିଆ ଗଦା ହୋଇପାରେ ଦୟାକରି ଏହା କରନ୍ତୁ ନାହିଁ।’

ABOUT THE AUTHOR

...view details