ମୁମ୍ବାଇ: ମୁମ୍ବାଇର ବାନ୍ଦ୍ରା ପୋଲିସ ଦେଶଦ୍ରୋହ ମାମଲାରେ କଙ୍ଗନା ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲଙ୍କୁ ଡକାଇଛି । ସୋମବାର ଏବଂ ମଙ୍ଗଳବାର ଉଭୟ ଭଉଣୀଙ୍କୁ ପୋଲିସ ଷ୍ଟେସନକୁ ହାଜର ହେବାକୁ କୁହାଯାଇଛି । ଜଣେ ଓକିଲଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଅଭିଯୋଗରେ ଏହି ମାମଲା ବାନ୍ଦ୍ରା କୋର୍ଟର ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶରେ ପଞ୍ଜିକୃତ ହୋଇଥିଲା ।
ମୁମ୍ବାଇ ପୋଲିସର ସମନ ଉପରେ ଏମିତି କହିଲେ କଙ୍ଗନା - ଭାଇରାଲ ହେଲା କଙ୍ଗନା ରଣାୱତଙ୍କ ଟ୍ବିଟ
ପୁଣିଥରେ ମହାରାଷ୍ଟ୍ର ସରକାରକୁ ପପୁ ସେନା କରି ଜବାବ ଦେଇଛନ୍ତି କଙ୍ଗନା । ମୁମ୍ବାଇ ପୋଲିସ ସମନ ମିଳିବା ପରେ ସେ ଏପରି ପ୍ରତିକ୍ରିୟା ରଖିଛନ୍ତି । ଅଧିକ ପଢନ୍ତୁ...
![ମୁମ୍ବାଇ ପୋଲିସର ସମନ ଉପରେ ଏମିତି କହିଲେ କଙ୍ଗନା ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ](https://etvbharatimages.akamaized.net/etvbharat/prod-images/768-512-9269219-433-9269219-1603358306845.jpg)
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଏହାର ଜବାବ ଦେଇ କଙ୍ଗନା ଏକ ଟ୍ବିଟ ବୁଧବାର କରି ଲେଖିଛନ୍ତି, ‘ଏହି ପେଙ୍ଗୁଇନ୍ ସେନା କେତେ ଉତ୍ସାହୀ । ମହାରାଷ୍ଟ୍ରର ପପୁପ୍ରୋ କଙ୍ଗନାଙ୍କୁ ବହୁତ ମିସ୍ କରଛନ୍ତି । କିଛି ଅସୁବିଧା ନାହିଁ , ମୁଁ ଶୀଘ୍ର ଆସିବି ।’
ପ୍ରକାଶ ଥାଉକି ଅକ୍ଟୋବର 17, 2020 ରେ ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେସନରେ ୱାଡି ମୁନ୍ବାର ଅଲ୍ଲୀ, କଙ୍ଗନାଙ୍କ ବିରୋଧରେ ଏକ ଏତଲା ଦାୟର କରିଥିଲେ । ତାଙ୍କ ଆଇପିସିର ଧାରା 153ଏ, 295ଏ, 124ଏ ଅନୁଯାୟୀ ମାମଲା ରୁଜୁ କରାଯାଇଛି।