ଓଡିଶା

odisha

By

Published : Oct 27, 2020, 7:01 PM IST

ETV Bharat / sitara

ମା'ଙ୍କୁ ମିସ୍ କରୁଛନ୍ତି ଜାହ୍ନବୀ, ଭାଇରଲ ଫଟୋ

ସୋସିଆଲ ମିଡିଆରେ ପୁଣି ଶ୍ରୀଦେବୀଙ୍କ ଫଟୋ ପୋଷ୍ଟ କରି ଚର୍ଚ୍ଚାରେ ଲାଡଲୀ ଜାହ୍ନବୀ । ହେଲେ ପୋଷ୍ଟକୁ ନେଇ ଭାବବିହ୍ବଳ ଫ୍ୟାନ୍ସ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ‘ଧଡକ’ ଫେମ ଜାହ୍ନବୀ କପୁର ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରୁହନ୍ତି । ଫ୍ୟାନ୍ସଙ୍କ ସହ ଅନଲାଇନ ସମୟ ବିତାଇବାକୁ ସେ ଖୁବ୍ ପସନ୍ଦ କରନ୍ତି । ହେଲେ କେବେ କେବେ ସେ ଦୁଃଖଭରା ପୋଷ୍ଟ କରି ଫ୍ୟାନ୍ସଙ୍କୁ ମଧ୍ୟ ଦୁଃଖି କରିଦିଅନ୍ତି । ଏମିତି କିଛି ବର୍ତ୍ତମାନ ତାଙ୍କ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । କାରଣ ଦୁଇ ବର୍ଷ ପୂର୍ବେ ମା' ତଥା ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ହରାଇଥିବା ଜାହ୍ନବୀ ବର୍ତ୍ତମାନ ତାଙ୍କୁ ମିସ୍ କରୁଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜାହ୍ନବୀ କପୁର

ଏଥର ସେ ବାପା-ମାଙ୍କ ପୁରୁଣା ଫଟୋ ସେୟାର କରି ଲେଖିଛନ୍ତି, ‘ଆଇ ଲଭ ୟୁ ମମ।’ ଭାଇରାଲ ହେଉଥିବା ଶ୍ରୀଦେବୀଙ୍କ ଏହି ଫଟୋରେ ସେ ସ୍ବାମୀ ତଥା ନିର୍ମାତା ବୋନି କପୁରଙ୍କ ସହ ସମୁଦ୍ର କୂଳରେ ଏନଜୟ କରୁଥିବାର ଦେଖାଉଛନ୍ତି ।

ପ୍ରକାଶ ଥାଉକି ନିକଟରେ ଜାହ୍ନବୀଙ୍କ ଅଭିନେତା ଫଲ୍ମ ‘ଗୁ଼ଞ୍ଜନ ସକ୍ସେନା: ଦ କାରଗିଲ ଗାର୍ଲ’ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ ହୋଇଥିଲା। ଫିଲ୍ମରେ କାରଗିଲ ଯୋଦ୍ଧା ଗୁଞ୍ଜନଙ୍କ ଭୂମିକାରେ ଦମଦାର ଅଭିନୟ କରିଥିଲେ ସେ ।

ABOUT THE AUTHOR

...view details