ନୂଆଦିଲ୍ଲୀ: ବଲିଉଡରେ ଛାଇଛି ମୃତ୍ୟୁର ଜାଲ। ବର୍ଷ ଆରମ୍ଭରୁ ବଲିଉଡ ଜଗତରୁ ଗୋଟିଏ ଗୋଟିଏ ତାରକାଙ୍କ ମୃତ୍ୟୁ ତାଙ୍କ ଫ୍ୟାନ୍ସ ମାନଙ୍କୁ ବହୁତ କଷ୍ଟ ଦେଇଛି। ସାରା ବିଶ୍ବ କୋରୋନା ମହାମାରୀ ସହ ଲଢେଇ କରୁଥିବା ବେଳେ ବିଭିନ୍ନ କାରଣରୁ ବଲିଉଡ ଷ୍ଟାରଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ଯେମିତିକି, ଇମ୍ରାନ ଖାନ, ଋିଷି କପୁର, ଯୁବ କଳାକାର ସୁଶାନ୍ତ ସିଂ ରାଜପୁତଙ୍କ ନିଧନ ସାରା ବଲିଉଡକୁ ସ୍ତବ୍ଧ କରିଛି । ତେବେ ରବିବାର ପୁଣି ଜଣେ ଅଭିନେତ୍ରୀଙ୍କ ନିଧନ ସାରା ବଲିଉଡକୁ ଚକିତ କରିଛି । ଅଭିନେତ୍ରୀ ଦିବ୍ୟା ଚୌକ୍ସିଙ୍କ ପରଲୋକ ଘଟିଥିବା ତାଙ୍କ ସମ୍ପର୍କୀୟ ପ୍ରଥମେ ସୋସିଆଲ ମିଡିଆ ଜରିଆରେ ଜଣାଇଥିଲେ।
ସୂଚନା ଅନୁସାରେ, ଦିବ୍ୟା ଖୁବ କମ ବୟସରେ ଜୀବନଘାତୀ କର୍କଟ ରୋଗରେ ପୀଡିତ ଥିଲେ । ଦିବ୍ୟା ଗତ କିଛିଦିନ ପୂର୍ବରୁ ବହୁ ଯନ୍ତ୍ରଣା ପାଉଥିଲେ। ନିଜ ଇନଷ୍ଟା ପେଜରେ ସେ ନିଜର କଷ୍ଟକୁ ଫ୍ୟାନ୍ସଙ୍କ ସହ ସେୟାର କରିଥିଲେ । କର୍କଟ ଭଳି ରୋଗ ସହ ଲଢିବାକୁ ସେତିକି ସତ ସାହାସ ସହ ସାମ୍ନା କରିବାକୁ ସେ ତୟାର ବୋଲି ବି କହିଥିଲେ ହେଲେ ଏତେ ଶୀଘ୍ର ପ୍ରାଣହାନି ଘଟିବ ତାହା କେହି କେବେ ଭାବିନଥିଲେ ।