ନୂଆଦିଲ୍ଲୀ:ବଲିଉଡ଼ ହଟ୍ ଅଭିନେତ୍ରୀ ଦିଶା ପଟାନୀ ରବିବାର 'ଏକ୍ ଭିଲେନ ରିଟର୍ଣ୍ଣସ'ର ସୁଟିଂକୁ ଶେଷ କରିଛନ୍ତି । ଏଥିରେ ତାଙ୍କ ବିପକ୍ଷରେ ଅନ୍ୟ ପ୍ରମୁଖ ଅଭିନେତା ଓ ଅଭିନେତ୍ରୀଙ୍କ ମଧ୍ୟରେ ଜନ ଆବ୍ରାହିମ, ତାରା ସୁତାରିଆ ଓ ଅର୍ଜୁନ କପୁର ଅଭିନୟ କରୁଛନ୍ତି । ସୁଟିଂ ଶେଷ ସମ୍ପର୍କରେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଟିମ ସହ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି ।
ଏହି ଫିଲ୍ମରେ ପ୍ରଥମ ସୁଟିଂର ସଟ୍ ଦିଶା ଓ ଜନ୍ଙ୍କ ମଧ୍ୟରେ ନିଆଯାଇଥିଲା । କୋରୋନା ମହାମାରୀ ପାଇଁ ଏହାର ସୁଟିଂକୁ ମୁମ୍ବାଇ ପରିବର୍ତ୍ତେ ଗୋଆକୁ ସ୍ଥାନାନ୍ତର କରାଯାଇଥିଲା । 'Malang' 'Ashiqui 2' ଫିଲ୍ମ ଗୋଆର ଯେଉଁ ସ୍ଥାନରେ ସୁଟିଂ ହୋଇଥିଲା ଏହି ଫିଲ୍ମ ମଧ୍ୟ ସେହି ସ୍ଥାନରେ ସୁଟିଂ ହୋଇଛି । ଏହି ଫିଲ୍ମ ଜରିଆରେ ଅଭିନେତା ଅର୍ଜୁନ ଓ ନିର୍ଦ୍ଦେଶକ ମୋହିତ ପୁଣି ଏକାଠି କାମ କରିଛନ୍ତି । ପୂର୍ବରୁ ସେ 'ହାଫ୍ ଗର୍ଲଫ୍ରେଣ୍ଡ'ରେ କାମ କରିଥିଲେ ।