ଓଡିଶା

odisha

By

Published : Oct 15, 2020, 3:35 PM IST

ETV Bharat / sitara

ବିବେକଙ୍କ ମୁମ୍ବାଇ ଘରେ ବେଙ୍ଗାଲୁରୁ ପୋଲିସର ଚଢାଉ

ଶଳାଙ୍କ ପାଇଁ ହଟହଟା ବିବେକ । ବେଙ୍ଗାଲୁରୁ ଡ୍ରଗ୍ସ ଡିଲିଂ ମାମଲାରେ ମୁମ୍ବାଇ ସ୍ଥିତ ତାଙ୍କ ଘରେ ବେଙ୍ଗାଲୁରୁ ସିସିବି ପୋଲିସର ଚଢାଉ । ଫେରାର ହୋଇଯାଇଥିବା ଆଦିତ୍ୟଙ୍କୁ ଖୋଜୁଛି ପୋଲିସ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ:ସମସ୍ୟା ଘେରରେ ଅଭିନେତା ବିବେକ ଓବରୟ । ବେଙ୍ଗାଲୁରୁ ସିସିବି ପୋଲିସ ଅଭିନେତାଙ୍କ ମୁମ୍ବାଇ ସ୍ଥିତ ଜୁହୁ ଘରେ ଚଢାଉ କରିଛି । ଅପରାହ୍ନ 2ଟା ବେଳେ ବେଙ୍ଗାଲୁରୁ ପୋଲିସର ଦୁଇଜଣ ଇନ୍ସପେକ୍ଟର ବିବେକଙ୍କ ଘରେ ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି । ପୋଲିସ ବେଙ୍ଗାଲୁରୁ ଡ୍ରଗ୍ସ ଡିଲିଂ କେସରେ ବିବେକଙ୍କ ଶଳା ଆଦିତ୍ୟ ଅଲଭାଙ୍କ ଲିଙ୍କ୍ ନେଇ ଯାଞ୍ଚ କରୁଛି ।

ଏହି ଯାଞ୍ଚ ପରେ ଜଣେ ପୋଲିସ ଅଧିକାରୀ କହିଛନ୍ତି, ବର୍ତ୍ତମାନ ଆଦିତ୍ୟ ଫେରାର ହୋଇଯାଇଛନ୍ତି । ଆମକୁ ସୂଚନା ମିଳିଥିଲା ଯେ ବିବେକଙ୍କ ଘରେ ସେ ଲୁଚିଥିଲେ । ଯାହାକୁ ଆଧାର କରି ଏହି ରେଡ୍ ହୋଇଛି । ଆଦିତ୍ୟଙ୍କୁ ଖୋଜିବା ପାଇଁ ଏହି ଚଢାଉ କରାଯାଇଛି । ଏହି ମାମଲାରେ କୋର୍ଟରୁ ୱାରେଣ୍ଟ ମିଳିଛି ଏବଂ କ୍ରାଇମ ବ୍ରାଞ୍ଚ ଦଳ ବେଙ୍ଗାଲୁରୁରୁ ମୁମ୍ବାଇରେ ପହଞ୍ଚିଛନ୍ତି ।

ପ୍ରକାଶ ଥାଉକି ବେଙ୍ଗାଲୁରୁ ଡ୍ରଗ୍ସ କାରବାର କେସରେ ନିକଟରେ ଦୁଇ କନ୍ନଡ ଅଭିନେତ୍ରୀ ଧରାପଡିଥିଲେ । ଆଦିତ୍ୟ କର୍ଣ୍ଣାଟକ ପୂର୍ବତନ ମନ୍ତ୍ରୀ ଜୀଭରାଜ ଅଲଭାଙ୍କ ପୁଅ ।

ABOUT THE AUTHOR

...view details