ଓଡିଶା

odisha

By

Published : Apr 16, 2021, 1:52 PM IST

ETV Bharat / sitara

ବିକ୍କୀଙ୍କ ହ୍ୟାଣ୍ଡସମ ଲୁକରେ ଦିୱାନା ଫ୍ୟାନ୍ସ

ଭାଇରାଲ ହେଲା ବିକ୍କୀଙ୍କ ନୂଆ ଇନଷ୍ଟାଗ୍ରାମ ପୋଷ୍ଟ । ମଜାଦାର କ୍ୟାପସନରେ ଫ୍ୟାନ୍ସଙ୍କୁ ହସାଇଲେ ଅଭିନେତା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିକ୍କୀ କୌଶଳ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିକ୍କୀ କୌଶଳ

ମୁମ୍ବାଇ: ଫିଲ୍ମ ବ୍ୟତୀତ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ମନୋରଞ୍ଜନ କରନ୍ତି ଷ୍ଟାର୍ସ । ଏହି କ୍ରମରେ ସାମିଲ ଅଛନ୍ତି ପପୁଲାର ଆକ୍ଟର ବିକ୍କୀ କୌଶଲ । ସେ ମଧ୍ୟ କୌଣସି ସୁଯୋଗ ଛାଡନ୍ତି ନାହିଁ ଫ୍ୟାନ୍ସଙ୍କୁ ଖୁସ୍ କରିବାରେ । ଇତିମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ତାଙ୍କ ନୂଆ ଅବତାର । ଯାହାକୁ ଦେଖି ଫ୍ୟାନ୍ସଙ୍କ ଓଠରେ କେବଳ ବାଃ ବାଃ ଶୁଣିବାକୁ ମିଳୁଛି ।

କଥାଟି ହେଲା ଯେ ଗୁରୁବାର ଇନଷ୍ଟାଗ୍ରାମରେ ବିକ୍କୀ ନିଜର ନୂଆ ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଥିଲେ । ‘ହାମ୍ ପେ କିସିନେ ।’ ଭାଇରାଲ ହେଉଥିବା ଏହି ଫଟୋରେ ବିକ୍କୀଙ୍କ ଦମଦାର ଅନ୍ଦାଜ ଦେଖିବାକୁ ମିଳୁଛି । ଗ୍ରୀନ ସର୍ଟ ସହ ପ୍ରେଣ୍ଟେଡ୍ ପ୍ୟାଣ୍ଟ ପିନ୍ଧିଥିବା ବିକ୍କୀ ଇନଟେନ୍ସ ଲୁକରେ କ୍ୟାମେରାକୁ ପୋଜ୍ ଦେଇଥିବାର ନଜର ଆସୁଛନ୍ତି । ସେପଟେ ଫ୍ୟାନ୍ସ ଫଟୋରେ କମେଣ୍ଟ କରି ତାଙ୍କ ପ୍ରଶଂସାରେ ଲାଗିଛନ୍ତି । ଦେଖନ୍ତୁ ଫଟୋ...

ପ୍ରକାଶ ଥାଉକି ଏଥର ବ୍ୟାକ ଟୁ ବ୍ୟାକ ଫିଲ୍ମରେ ନଜର ଆସିବେ ବିକ୍କୀ । ଏହି କ୍ରମରେ ସାମିଲ ଅଛି ଭାରତର ପ୍ରଥମ ଫିଲ୍ଡ ମାର୍ଶାଲ ସାମ ମାନେକ୍ସାଙ୍କ ବାୟୋପିକ ଓ ଫିଲ୍ମ ‘ଦ ଇର୍ମୋଟାଲ ଅଶ୍ବଥାମା’ । ଯାହା ପାଇଁ କଡା ପରିଶ୍ରମ କରୁଛନ୍ତି ଅଭିନେତା ।

ABOUT THE AUTHOR

...view details