ଓଡିଶା

odisha

ETV Bharat / sitara

ସୁଟିଂ ସେଟ ମିସ୍ କରୁଛନ୍ତି ବରୁଣ - ଅଭିନେତା ବରୁଣ ଅପଟେଡ ନ୍ୟୁଜ

ଘରେ ବୋର ହେଉଥିବା ଅଭିନେତା ବରୁଣ ଏବେ ମିସ୍ କରୁଛନ୍ତି ନିଜ ସବୁଠାରୁ ଫେଭରେଟ ସ୍ଥାନ । ଫିଲ୍ମ ସୁଟିଂକୁ ମନେ ପାଇ ଦୁଃଖିତ ବରୁଣ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବରୁଣ ଧୱନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବରୁଣ ଧୱନ

By

Published : May 29, 2020, 12:38 PM IST

ମୁମ୍ବାଇ: ଦେଶରେ ଲକଡାଉନ ବଢି ବଢି ଯାଉଥିବାରୁ ଲୋକଙ୍କ ଧୈର୍ଯ୍ୟ ମଧ୍ୟ ଧିରେ ଧିରେ ଭାଙ୍ଗୁଥିବା ଦେଖିବାକୁ ମିଳିଲାଣି । ଦୀର୍ଘ ସମୟ ଧରି ଘରର ଚାରି କାନ୍ଥରେ ବନ୍ଦୀ ଥିବା ଲୋକେ ଏବେ ବିରକ୍ତ ହେଉଛନ୍ତି। ସମସ୍ତେ ପୁଣିଥରେ ନିଜ ଜୀବନକୁ ବଞ୍ଚିବାକୁ ଚାହୁଁଛନ୍ତି। କିଛି ଏମିତି ଅବସ୍ଥା ହ୍ୟାଣ୍ଡସମ ଆକ୍ଟର ବରୁଣ ଧୱନଙ୍କ ସହ ଦେଖିବାକୁ ମିଳୁଛି। ଲକଡାଉନ ପାଇଁ ସେ ବୋର ହେବାରେ ଲାଗିଲେଣି । ଆଉ ଫିଲ୍ମ ସୁଟିଂକୁ ଖୁବ୍ ମିସ କରୁଛନ୍ତି । ଯାହ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରୁ ଜଣାପଡୁଛି।

ବରୁଣ ଇନଷ୍ଟାଷ୍ଟୋରିରେ ନିଜ ଏକ ଫଟୋ ସେୟାର କରିଛନ୍ତି। ଯାହା ତାଙ୍କ ଫିଲ୍ମ ସେଟର। ଯେଉଁଥିରେ ସେ ସୁଟ୍ ପାଇଁ ପ୍ରସ୍ତୁତ ହେଉଥିବାର ଦେଖାଯାଉଛନ୍ତି। ଆଉ ଏହାର କ୍ୟାପସନରେ ଲେଖିଛନ୍ତି, ‘ମୁଁ ଫିଲ୍ମର ସୁଟିଂ ମିସ୍ କରୁଛି।’

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବରୁଣ ଧୱନ

ପ୍ରକାଶ ଥାଉକି ବରୁଣ ପ୍ରଥମ ଅଭିନେତା ନୁହେଁ ଯିଏ ଫିଲ୍ମ ସୁଟିଂକୁ ମିସ୍ କରୁଛନ୍ତି । ତାଙ୍କ ପୂର୍ବରୁ ଅନେକ କଳାକାର ସୋସିଆଲ ମିଡିଆରେ ଫଟୋ ସେୟାର କରି ଫିଲ୍ମ ସୁଟିଂ ମିସ୍ କରୁଥିବା କଥା ଜଣାଇସାରିଛନ୍ତି । ଏହି କ୍ରମରେ ଫେମସ ଅଭିନେତା ଅର୍ଜୁନ କପୁର ମଧ୍ୟ ସାମିଲ ଅଛନ୍ତି।

ABOUT THE AUTHOR

...view details