ଓଡିଶା

odisha

By

Published : Jun 14, 2020, 3:08 PM IST

ETV Bharat / sitara

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା । ମୁମ୍ବାଇର ବାନ୍ଦ୍ରା ସ୍ଥିତ ବାସଭବନରେ ସୁଶାନ୍ତ ଆତ୍ମହତ୍ୟା କରିଥିବା ନେଇ ସୂଚନା ।

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା
ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଥିବା ସୂଚନା । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏହା ସହ ସୋସିଆଲ ମିଡିଆରେ ସୁଶାନ୍ତଙ୍କ ଆତ୍ମହତ୍ୟା ନେଇ ଅନେକ ବଲିଉଡ କଳାକାର ସୂଚନା ଦେଇଛନ୍ତି।

ରଶି ଲଗାଇ ସୁଶାନ୍ତ ମୁମ୍ବାଇ ବାନ୍ଦ୍ରା ସ୍ଥିତ ନିଜ ଘରେ ଆତ୍ମହତ୍ୟା କରିଥିବା ନେଇ ସୂଚନା ରହିଛି । ଆଜି ତାଙ୍କ ମୃତଦେହ ଘରୁ ଜବତ ହୋଇଥିବା ଖବର ମିଳିଛି । ନିକଟରେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ମଧ୍ୟ ଆତ୍ମହତ୍ୟା କରିଥିଲେ ।

ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । 34 ବର୍ଷ ବୟସରେ ସେ ଆତ୍ମହତ୍ୟା କରିଛନ୍ତି । ତେବେ ସେ କିଛି ଦିନ ଧରି ଡିପ୍ରେସନରେ ରହୁଥିବାରୁ ତାଙ୍କର ଚିକିତ୍ସା ଚାଲିଥିଲା ।

ପବିତ୍ର ରିସ୍ତା ସିରିୟଲରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ ସୁଶାନ୍ତ । ଏହା ସହ ସେ ପିକେ, ଏମ. ଏସ. ଧୋନି, ସୁଧ ଦେଶୀ ରୋମାନ୍ସ, ଛିଛୋରେ ଭଳି ଅନେକ ଫେମସ ହିନ୍ଦୀ ଚଳଚିତ୍ରରେ ନିଜ ନିଖୁଣ ଅଭିନୟର ଯାଦୁ ଦେଖାଇ ଦର୍ଶକଙ୍କ ପ୍ରିୟଭାଜନ ହୋଇ ପାରିଥିଲେ ।

ABOUT THE AUTHOR

...view details