ଓଡିଶା

odisha

ETV Bharat / sitara

SSR Birth Anniversary: ସ୍ମୃତିରେ ସୁଶାନ୍ତ, ଝୁରୁଛି ବଲିଉଡ ଝୁରୁଛନ୍ତି ଫ୍ୟାନ୍ସ - ବଲିଉଡ ଆକ୍ଟର ସୁଶାନ୍ସ ସିଂ ରାଜପୁତ ନ୍ୟୁଜ

ଆଜି ସୁଶାନ୍ତ ସିଂ ରାଜପୁତଙ୍କ ଜନ୍ମ ବାର୍ଷିକୀ sushant singh rajput birth anniversary । ସୁଶାନ୍ତ ମାତ୍ର 35 ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଥିଲେ, କିନ୍ତୁ ଏହି ଛୋଟ କ୍ୟାରିୟରରେ ସୁଶାନ୍ତ ଅନେକ ବଡ ବଡ ପଦବୀ ହାସଲ କରିଥିଲେ। ଅନେକ ଶାନଦାର ଚଳଚ୍ଚିତ୍ରର କାମ କରିଥିବା ସୁଶାନ୍ତଙ୍କ କାହାଣୀ ସେହି ବ୍ୟକ୍ତିଙ୍କୁ ପ୍ରେରଣା ଦେବ, ଯେଉଁମାନେ ଛୋଟ ସହରରୁ ଆସି ବଲିଉଡରେ ନିଜର ନାମ ବନାଇଛନ୍ତି। ଅଧିକ ପଢନ୍ତୁ

କମ୍‌ ବୟସରେ ଖ୍ୟାତି ଅର୍ଜନ କରିଥିଲେ, କିନ୍ତୁ ଖୁବ୍ ଶୀଘ୍ର ହାରିଗଲେ ଜୀବନ ଯୁଦ୍ଧରେ
କମ୍‌ ବୟସରେ ଖ୍ୟାତି ଅର୍ଜନ କରିଥିଲେ, କିନ୍ତୁ ଖୁବ୍ ଶୀଘ୍ର ହାରିଗଲେ ଜୀବନ ଯୁଦ୍ଧରେ

By

Published : Jan 21, 2022, 11:48 AM IST

ପାଟନା: ବଲିଉଡର ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ହୁଏତ ଏହି ଦୁନିଆରେ ନଥିବେ, କିନ୍ତୁ ପ୍ରଶଂସକଙ୍କ ମନରେ ତାଙ୍କ ସ୍ମୃତି ସତେଜ ହୋଇ ରହିଛି। ତେବେ ଆଜି ସୁଶାନ୍ତ ସିଂ ରାଜପୁତଙ୍କ 36 ତମ ଜନ୍ମ ବାର୍ଷିକୀ । ଏଭଳି ପରିସ୍ଥିତିରେ ତାଙ୍କର ସମସ୍ତ ପ୍ରଶଂସକ ତାଙ୍କୁ ମନେ ରଖି ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରୁଛନ୍ତି । ଜୁନ୍ 14, 2020ରେ ସୁଶାନ୍ତଙ୍କ ମୃତଦେହ ବାନ୍ଦ୍ରା ସ୍ଥିତ ତାଙ୍କ ଫ୍ଲାଟରୁ ମିଳିଥିଲା ​। ଏହି ଘଟଣା ବଲିଉଡ ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି କରିଦେଇଥିଲା। ଯଦି ସୁଶାନ୍ତ ସିଂ ରାଜପୁତ ଆଜି ଜୀବିତ ଥାଆନ୍ତେ, ତେବେ ସେ ତାଙ୍କର 36 ତମ ଜନ୍ମଦିନକୁ ବଡ଼ ଧୁମଧାମରେ ସହିତ ପାଳନ କରିଥାନ୍ତେ। ଅଭିନେତା ସୁଶାନ୍ତ 21 ଜାନୁଆରୀ 1986ରେ ବିହାରର ପାଟନାରେ ଜନ୍ମଗ୍ରହଣ କରିଥିଲେ।

କମ୍‌ ବୟସରେ ଖ୍ୟାତି ଅର୍ଜନ କରିଥିଲେ, କିନ୍ତୁ ଖୁବ୍ ଶୀଘ୍ର ହାରିଗଲେ ଜୀବନ ଯୁଦ୍ଧରେ

ସୁଶାନ୍ତ ତାଙ୍କ ଇଞ୍ଜିନିୟରିଂ ଅଧ୍ୟୟନ ଛାଡି ଅଭିନୟ ଜଗତରେ ପାଦ ଦେଇଥିଲେ । ସେ 2008 ମସିହାରେ ସିରିଏଲ 'କିସ୍ ଦେଶ ମୈ ହେ ମେରା ଦିଲ୍'ରେ କାମ କରିଥିଲେ କିନ୍ତୁ ସିରିଏଲ 'ପବିତ୍ର ରିସ୍ତା'ରୁ ସେ ତାଙ୍କର ପ୍ରକୃତ ପରିଚୟ ପାଇଥିଲେ। ପ୍ରଶଂସକମାନେ ସୁଶାନ୍ତଙ୍କ କ୍ୟାରିୟର ବିଷୟରେ ବହୁତ କିଛି ଜାଣିଛନ୍ତି, କିନ୍ତୁ ଆପଣ ଜାଣନ୍ତି କି ସୁଶାନ୍ତ ସିଂ ରାଜପୁତଙ୍କ ଜନ୍ମ ପାଇଁ ତାଙ୍କ ପରିବାର ଖୁବ୍‌ ପୂଜା ପାଠ କରିଥିଲେ । ତାଙ୍କ ମାଆ ଅନେକ ମନ୍ଦିରକୁ ଯାଇ ମୁଣ୍ଡ ନୁଆଁଇଥିଲେ।

ତାଙ୍କର ଚାରି ଭଉଣୀଙ୍କ ମଧ୍ୟରୁ ସୁଶାନ୍ତ ସିଂ ରାଜପୁତ ଏକମାତ୍ର ଭାଇ ଥିଲେ। ତାଙ୍କ ଜନ୍ମ ପାଇଁ, ତାଙ୍କ ମାଆ ଉଷା ସିଂ ଅନେକ ମନ୍ଦିରରେ ମୁଣ୍ଡ ନୁଆଁଇଥିଲେ । ଏହି କାରଣରୁ କୁହାଯାଇପାରେ ଅନେକ ପୂଜା ପାଠ ପରେ ପୁଏ ସୁଶାନ୍ତଙ୍କୁ ପାଇଥିଲେ । ସୁଶାନ୍ତଙ୍କ ମାଆ ଉଷା ତାଙ୍କୁ ବହୁତ ଭଲ ପାଉଥିଲେ ଏବଂ ଏହି କାରଣରୁ ସେ ସୁଶାନ୍ତଙ୍କୁ ପିଲାଦିନେ 'ଗୁଲଶନ' ନାମରେ ଡାକନ୍ତି କିନ୍ତୁ ଭାଗ୍ୟରେ ଆଉ କିଛି ଲେଖାଥିଲା ।

ଯେତେବେଳେ ସୁଶାନ୍ତଙ୍କୁ ମାତ୍ର 16 ବର୍ଷ ବୟସ ହୋଇଥିଲା, ସେତେବେଳେ ତାଙ୍କ ମାଆଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମା’ଙ୍କ ବିୟୋଗରେ ସୁଶାନ୍ତ ପୂରାପୁରି ଭାଙ୍ଗି ଯାଇଥିଲେ। ଏହି ଘଟଣା ପରେ ଅଭିନେତା ତାଙ୍କ ବଡ଼ ଭଉଣୀକୁ ତାଙ୍କ ମା’ଙ୍କ ସ୍ଥାନ ଦେଇଥିଲେ । ସେ ଅନେକ ସମୟରେ ତାଙ୍କ ବଡ଼ ଭଉଣୀ ସହିତ ସୋସିଆଲ ମିଡିଆରେ ଫଟୋ ସେୟାର କରୁଥିଲେ । କିନ୍ତୁ ମୃତ୍ୟୁର ଠିକ 10 ଦିନ ପୂର୍ବରୁ ସୁଶାନ୍ତ ତାଙ୍କ ମାଆଙ୍କୁ ମନେ ପକାଇ ଏକ ଭାବପ୍ରବଣ ପୋଷ୍ଟ ଲେଖିଥିଲେ । ଏହି ପୋଷ୍ଟ ସୁଶାନ୍ତଙ୍କ ପ୍ରଶଂସକଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଥିଲା।

ସୁଶାନ୍ତ ସିଂ ରାଜପୁତଙ୍କ କ୍ୟାରିୟର ବିଷୟରେ କଥା ହେବା ତ, ମନୋରଞ୍ଜନ ଜଗତରେ ଏକ ବିଶେଷ ସ୍ଥାନ ଏବଂ ପରିଚୟ ପାଇବା ପାଇଁ ତାଙ୍କୁ ବର୍ଷ ବର୍ଷ ଧରି ସଂଘର୍ଷ କରିବାକୁ ପଡିଲା । ତାଙ୍କ ସଂଘର୍ଷର କିଛି ବଡ଼ ଉଦାହରଣ ରହିଛି । ଶୀର୍ଷରେ ପହଞ୍ଚିଥିବା ସୁଶାନ୍ତ ଦିନେ ଇଣ୍ଡଷ୍ଟ୍ରିରେ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ଥିଲେ । ଜଣେ ଡ୍ୟାନ୍ସରରୁ ଅଭିନେତା ହୋଇଥିଲେ ଏବଂ ତା’ପରେ ଟିଭି ଇଣ୍ଡଷ୍ଟ୍ରିରେ ପ୍ରବେଶ କଲେ । 2008 ରେ, ସୁଶାନ୍ତ ଟିଭି ସିରିଏଲ୍ 'କିସ୍ ଦେଶ ମୈ ହେ ମେରା ଦିଲ୍'ରୁ ଏକ ବ୍ରେକ ପାଇଥିଲେ । ସେ ଟିଭି ଶୋ 'ପବିତ୍ର ରିସ୍ତା'ରୁ ମାନବଙ୍କ ଚରିତ୍ରରୁ ସ୍ବୀକୃତି ପାଇଥିଲେ । ଏହି ସିରିଏଲରେ କାମ କରିବା ପରେ ଲୋକମାନେ ତାଙ୍କୁ ଜାଣିବା ଆରମ୍ଭ କଲେ ଏବଂ ଏହି କାରଣରୁ ସେ ବଲିଉଡରେ ମଧ୍ୟ ପ୍ରବେଶ କଲେ ।

ସୁଶାନ୍ତ ସିଂ ରାଜପୁତ ଫିଲ୍ମ 'କାଇ ପୋ ଚେ' ସହିତ 2013ରେ ବଲିଉଡରେ ଡେବ୍ୟୁ କରିଥିଲେ। ଏହା ପରେ ସୁଶାନ୍ତ 'ଶୁଦ୍ଧ ଦେଶୀ ରୋମାନ୍ସ', 'ପି.କେ', 'ବ୍ୟୋମକେଶ ବକ୍ସି', 'ଏମଏସ ଧୋନି', 'ରାବାତା', 'କେଦାରନାଥ' ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ଫିଲ୍ମ 'ଦିଲ ବେଚାରା' ରିଲିଜ ହୋଇଥିଲା। ଦର୍ଶକମାନେ ଏହି ଚଳଚ୍ଚିତ୍ରକୁ ବହୁତ ପସନ୍ଦ କରିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details