ଓଡିଶା

odisha

ETV Bharat / sitara

ଦୀପାବଳିରେ ସୁଶାନ୍ତଙ୍କ ପାଇଁ ଦୀପ ଜାଳିବାକୁ ଶେଖରଙ୍କ ଅନୁରୋଧ

ଭାଇରାଲ ହେଲା ଶେଖରଙ୍କ ଦୁଇଟି ଟ୍ବିଟ । ପୁଣିଥରେ ସୁଶାନ୍ତଙ୍କ ପାଇଁ ଫ୍ୟାନ୍ସଙ୍କୁ ଖାସ୍ ଅପିଲ କରିଛନ୍ତି ସେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

By

Published : Nov 10, 2020, 9:23 AM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠୁ ସବୁବେଳେ ତାଙ୍କ ପାଇଁ ସୋସିଆଲ ମିଡିଆରେ ନ୍ୟାୟ ଦାବି କରିଆସୁଥିବା ଅଭିନେତା ଶେଖର ସୁମନ ପୁଣିଥରେ ଚର୍ଚ୍ଚାରେ । ଏଥର ଦୀପାବଳୀ ସେ ସୁଶାନ୍ତଙ୍କ ପାଇଁ ପାଳିବାକୁ ଚାହୁଁଛନ୍ତି । ଏଥି ନିମନ୍ତେ ସେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଖାସ୍ ଅପିଲ କରିଛନ୍ତି ।

ଆଜ୍ଞା ହଁ, ସୋମବାର ଟ୍ବିଟ କରି ସେ ଲେଖିଛନ୍ତି, ‘ଆସନ୍ତା 14 ତାରିଖରେ ପାଳନ କରାଯିବ ଦୀପାବଳି । ଯାହାକି ଉଜ୍ଜଳ ଏବଂ ଶୁଭ ଅଟେ । ଏହାସହ 14 ତାରିଖ ଆମ ପାଇଁ ବ୍ଲାକ ଡେଟ୍ ଭଳି । କାରଣ ଆମେ ଛଅ ମାସ ପୂର୍ବେ 14 ଜୁନରେ ଏସଏସଆରଙ୍କୁ ହରାଇଥିଲୁ । କି ବିଡମ୍ବନା । ତେଣୁ ତାଙ୍କ ସ୍ମୃତିରେ ଦୟା କରି ଦୀପ ଜାଳି ପ୍ରାର୍ଥନା କରନ୍ତୁ ଯେ ତାଙ୍କ ଆତ୍ମା ​​ଯେଉଁଠାରେ ବି ରହୁ ଚିରଦିନ ପାଇଁ ଉଜ୍ଜଳ ରହୁ । ନ୍ୟାୟ ପାଇଁ ରାସ୍ତା କଠିନ କିନ୍ତୁ ଆମେ ପ୍ରାର୍ଥନା କରିପାରିବା ।’

ସେହିପରି ଦ୍ବିତୀୟ ଟ୍ବିଟରେ ଲେଖିଛନ୍ତି, ‘ଦୁର୍ଭାଗ୍ୟବଶତଃ କେହି ଚାଲିଗଲେ କାହାରି ଜୀବନ ତାଙ୍କ ପାଇଁ ରହିଯାଏ ନାହିଁ । ହେଲେ ଆତ୍ମାରୁ ନ୍ୟାୟ ପାଇଁ ଲଢିବା ପ୍ରକ୍ରିୟା ସବୁବେଳେ ଚାଲିବା ଦରକାର । କାହିଁକି ସିବିଆଇ ଏପର୍ଯ୍ୟନ୍ତ କୌଣସି ସୂଚନା କିମ୍ବା ସିଦ୍ଧାନ୍ତ ଦେଇନାହିଁ । ଯାହା ଏକ ବଡ ରହସ୍ୟ ପରି ଲାଗୁଛି । ଏଠାରେ ଅନେକ ପ୍ରଶ୍ନର ଉତ୍ତର ମିଳିବ ନାହିଁ ।’

ପ୍ରକାଶ ଥାଉକି ପୂର୍ବରୁ ମଧ୍ୟ ଅନେକ ଥର ସୁଶାନ୍ତଙ୍କୁ ନ୍ୟାୟ ଦେବାକୁ ଦାବି କରିସାରିଛନ୍ତି ଶେଖର । ତାଙ୍କ ମୃତ୍ୟୁ ପରେ ପାଟନା ଯାଇ ପୁରା ପରିବାର ସହ ମଧ୍ୟ ସାକ୍ଷାତ କରିଥିଲେ ସେ ।

ABOUT THE AUTHOR

...view details